ସୁରକ୍ଷିତ ଆଶ୍ରୟ କେନ୍ଦ୍ରରେ ପୁଣି ଅଘଟଣ, ଫିନାଇଲ ପିଇଲେ ବାଳ ଅପରାଧୀ

ରାଉରକେଲା ସ୍ୱତନ୍ତ୍ର ଜେଲ ପରିସରସ୍ଥ ପ୍ଲେସ ଅଫ ସେଫଟିରେ ଆଜି ସକାଳେ ଜଣେ ବାଳ ଅପରାଧୀ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତିl ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଛି l

Untitled-3


ରାଉରକେଲା: ରାଉରକେଲା ସ୍ୱତନ୍ତ୍ର ଜେଲ ପରିସରସ୍ଥ ପ୍ଲେସ ଅଫ ସେଫଟିରେ ଆଜି ସକାଳେ ଜଣେ ବାଳ ଅପରାଧୀ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତିl ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଛି l କେଉଁ କାରଣରୁ ସେ ଫିନାଇଲ ପିଇଲେ, ତାହା ଜଣା ପଡିନି l ଜେଲ ଅଧୀକ୍ଷକ ଓ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି l

ବାଳ ଅପରାଧୀ ଜଣକ ବଲାଙ୍ଗୀର ଜିଲ୍ଲାର ବୋଲି ଜଣା ପଡିଛି l ଗତ ଜୁନ ମାସରେ ଗଞ୍ଜାମ ଜିଲ୍ଲାର ଜଣେ ବାଳ ଅପରାଧୀ ଫିନାଇଲ ପିଇ ଆରଜିଏଚରେ ଭର୍ତି ହୋଇଥିଲେ l ବାରମ୍ବାର ଏଭଳି ଅଘଟଣ ଘଟୁଥିବାରୁ ପ୍ଲେସ ଅଫ ସେଫଟି ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe