ଦେଓଗାଁ ବ୍ଲକରେ କାଳବୈଶାଖୀର ତାଣ୍ଡବ, ଦେଢ଼ କୋଟି ଟଙ୍କାର କେନ୍ଦୁପତ୍ର ନଷ୍ଟ

କାଳବୈଶାଖୀ ଯୋଗୁ ଦେଓଗାଁ ବ୍ଲକ ବନ୍ଧାପଡ଼ା ପଞ୍ଚାୟତର ବନ୍ଧପଡ଼ାଠାରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଥିବା ବେଳେ ୧୩ଟି ପରିବାରର ଘର ଭାଙ୍ଗି ଛାତ ଉଡ଼ି ଯାଇଛି।

ଗଜ

ଦେଓଗାଁ:  କାଳବୈଶାଖୀ ଯୋଗୁ ଦେଓଗାଁ ବ୍ଲକ ବନ୍ଧାପଡ଼ା ପଞ୍ଚାୟତର ବନ୍ଧପଡ଼ାଠାରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଥିବା ବେଳେ ୧୩ଟି ପରିବାରର ଘର ଭାଙ୍ଗି ଛାତ ଉଡ଼ି ଯାଇଛି। ରାତିରେ ଝଡ଼ ତୋଫାନ ହୋଇଥିବାରୁ ଏପର୍ଯ୍ୟନ୍ତ ଘରେ ବର୍ଷା ପାଣି ଜମି ରହିଛି। ରାସ୍ତା ଉପରେ ଥିବା ଦୋକାନ ସହ ସ୍କୁଲ ପାଚେରୀ ଭାଙ୍ଗି ଯାଇଛି। ଗଛଗୁଡ଼ିକ ଉପୁଡ଼ି ପଡ଼ିବା ଦ୍ୱାରା ଟିକ୍ରପଡ଼ା - ବଲାଙ୍ଗୀର ରାସ୍ତାରେ ଯିବା ଆସିବା ଠପ ହୋଇ ଦୀର୍ଘ ଘଣ୍ଟା ଧରି ଆମ୍ବୁଲାନସ ଅଟକି ରହିଥିଲା।

ଦେଓଗାଁ ଦମକଳ ବାହିନୀ, ବନ୍ଧାପଡ଼ା ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ର ରାତିରେ ରାସ୍ତା ସଫା କରିବା ପରେ ଯିବା ଆସିବା ସ୍ୱଭାବିକ ହୋଇଥିଲା। ଖାଲି ଏତିକି ନୁହେଁ  ବର୍ଷା ଓ ଝଡ଼ ଯୋଗୁଁ ବନ୍ଧପଡ଼ା, ଟେ ପ୍ରେନ, ବୁଢା ବାହାଲ ଗାଁର ୧୫ ଜଣ ଚାଷୀଙ୍କ ଧାନ ସହ ପନିପରିବା ନଷ୍ଟ ହୋଇଥିବା ବେଳେ ବନ୍ଧପଡ଼ା କେନ୍ଦୁ ପତ୍ର ରେଞ୍ଜର ୪ଟି ସେକ୍ସନର ୧୯ ପତ୍ର ଫଡ଼ିରେ ୮୦ପ୍ରତିଶତ କେନ୍ଦୁପତ୍ର ନଷ୍ଟ ହୋଇଥିବାରୁ ଦେଢ଼ କୋଟି ଟଙ୍କା କ୍ଷତି ହେବ ବୋଲି ବନ୍ଧପଡ଼ା ରେଞ୍ଜର ସୂଚନ ଦେଇଛନ୍ତି। ଏହି ଝଡ଼ରେ ଗଛ ଉପରେ ଥିବା ବଗ (ପକ୍ଷୀ) ଟଳି ପଡ଼ି ରାସ୍ତା ଉପରେ ପଡ଼ିଥିଲେ। ମଣିଷ ଓ ପକ୍ଷୀ ଦୁହେଁ ବାସହରା ହୋଇ ଜୀବନ ରକ୍ଷା ପାଇଁ ସଂଗ୍ରାମ କରୁଛନ୍ତି।

ଦେଓଗାଁ ଦମକଳ ବାହିନୀ, ବନ୍ଧାପଡ଼ା ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ର ରାତିରେ ରାସ୍ତା ସଫା କରିବା ପରେ ଯିବା ଆସିବା ସ୍ୱଭାବିକ ହୋଇଥିଲା। ଖାଲି ଏତିକି ନୁହେଁ  ବର୍ଷା ଓ ଝଡ଼ ଯୋଗୁଁ ବନ୍ଧପଡ଼ା, ଟେ ପ୍ରେନ, ବୁଢା ବାହାଲ ଗାଁର ୧୫ ଜଣ ଚାଷୀଙ୍କ ଧାନ ସହ ପନିପରିବା ନଷ୍ଟ ହୋଇଥିବା ବେଳେ ବନ୍ଧପଡ଼ା କେନ୍ଦୁ ପତ୍ର ରେଞ୍ଜର ୪ଟି ସେକ୍ସନର ୧୯ ପତ୍ର ଫଡ଼ିରେ ୮୦ପ୍ରତିଶତ କେନ୍ଦୁପତ୍ର ନଷ୍ଟ ହୋଇଥିବାରୁ ଦେଢ଼ କୋଟି ଟଙ୍କା କ୍ଷତି ହେବ ବୋଲି ବନ୍ଧପଡ଼ା ରେଞ୍ଜର ସୂଚନ ଦେଇଛନ୍ତି। ଏହି ଝଡ଼ରେ ଗଛ ଉପରେ ଥିବା ବଗ (ପକ୍ଷୀ) ଟଳି ପଡ଼ି ରାସ୍ତା ଉପରେ ପଡ଼ିଥିଲେ। ମଣିଷ ଓ ପକ୍ଷୀ ଦୁହେଁ ବାସହରା ହୋଇ ଜୀବନ ରକ୍ଷା ପାଇଁ ସଂଗ୍ରାମ କରୁଛନ୍ତି।  ଦେଓଗାଁ ଅଞ୍ଚଳରେ ଝଡ଼ ତୋଫାନ ବର୍ଷା ଯୋଗୁଁ ବିଦ୍ୟୁତ ସରବରାହ ମଧ୍ୟ ଶୁକ୍ରବାର ସନ୍ଧ୍ୟାରୁ ଶନିବାର ଅପରାହ୍ନ ପର୍ଯ୍ୟନ୍ତ ବନ୍ଦ ରହିଛି। ତେବେ ବାସହରା ବ୍ୟକ୍ତି ଓ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ଚିହ୍ନଟ କରି କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe