ଭୋଟ ପେଡ଼ିରେ ଭାଗ୍ୟ! କଳାହାଣ୍ଡିରୁ ଦିଲ୍ଲୀ ଯିବେ କିଏ? ପୁଷ୍ପେନ୍ଦ୍ର, ବସନ୍ତ ନା ଭକ୍ତ?

Advertisment
ଭୋଟ ପେଡ଼ିରେ ଭାଗ୍ୟ! କଳାହାଣ୍ଡିରୁ ଦିଲ୍ଲୀ ଯିବେ କିଏ? ପୁଷ୍ପେନ୍ଦ୍ର, ବସନ୍ତ ନା ଭକ୍ତ?

କଳାହାଣ୍ଡି: ଆଜି ସାରା ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମାପ୍ତ ହୋଇଛି। ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟରମାନେ ନିଜ ନିଜ ମତ ସାବ୍ୟସ୍ତ କରିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କଳାହାଣ୍ଡିରେ ଲୋକସଭା ଆସନରେ ଦେଖିବାକୁ ମିଳିଛି ହେଭିୱେଟ ଲଢ଼େଇ। ଚଳିତ ନିର୍ବାଚନରେ ଏହି ନିର୍ବାଚନମଣ୍ଡଳୀରୁ ଲୋକସଭା ଆସନରେ ବିଜେଡିରୁ ପୁଷ୍ପେନ୍ଦ୍ର ସିଂହଦେଓ, ବିଜେପିରୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ କଂଗ୍ରେସରୁ ଭକ୍ତ ଦାସ ପ୍ରାର୍ଥୀ ହୋଇଛନ୍ତି। ତେବେ ଭୋଟରମାନେ ଆଜି ଏହି ଆଗଧାଡ଼ିର ନେତାଙ୍କ ସପକ୍ଷରେ ମତ ରଖିଛନ୍ତି। ସେମାନଙ୍କ ଭାଗ୍ୟ ବର୍ତ୍ତମାନ ଇଭିଏମ୍‌ରେ ବନ୍ଦ ହୋଇ ରହିଛି। ମେ ୨୩ ତାରଖରେ ସେମାନଙ୍କ ଭାଗ୍ୟ ଖୋଲିବ।

publive-image

କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୧ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା - ୧୪ ଲକ୍ଷ ୭୪ ହଜାର ୧୩୫
- ମତ ଦେଇଥିଲେ - ୧୧ ଲକ୍ଷ ୧୭ ହଜାର ୮୩୧
- ଭୋଟଦାନ ହାର - ୭୫.୮୩%

୨୦୧୪ର ଫଳାଫଳ:
ଅର୍କ କେଶରୀ ଦେଓ (ବିଜେଡି) ୩,୭୦୮୭୧୩୩.୧୯% -ବିଜୟୀ
ପ୍ରଦୀପ କୁମାର ନାଏକ (ବିଜେପି)୩,୧୪୫୨୪୨୮.୧୪% -ପରାସ୍ତ
ଭକ୍ତ ଚରଣ ଦାସ (କଂଗ୍ରେସ) ୩,୦୭୯୬୭୨୭.୫୬% -ପରାସ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe