କଳାହାଣ୍ଡି ନର୍ସିଂ ସ୍କୁଲରେ ଆୟୋଜିତ ଉତ୍ସବର ଭିଡିଓ ଭାଇରାଲ, ଏକାଠି ହୋଇ ନାଚ ଗୀତରେ ଝୁମୁଛନ୍ତି ଦେଢଶହରୁ ଅଧିକ ଛାତ୍ରଛାତ୍ରୀ

କଳାହାଣ୍ଡି  ନର୍ସିଂ ସ୍କୁଲରେ ଆୟୋଜିତ ଉତ୍ସବର ଭିଡିଓ ଭାଇରାଲ, ଏକାଠି ହୋଇ ନାଚ ଗୀତରେ ଝୁମୁଛନ୍ତି ଦେଢଶହରୁ ଅଧିକ ଛାତ୍ରଛାତ୍ରୀ

ଭବାନୀପାଟଣା: ଅମାନିଆ ମାନୁନାହାନ୍ତି କରୋନା କଟକଣା । କଳାହାଣ୍ଡି କାମଠଣା ନର୍ସିଂ ସ୍କୁଲରେ  କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନର ଭିଡିଓ ଭାଇରାଲ ହୋଇଛି । ଏପ୍ରିଲ ୩୦ ତାରିଖରେ  ପ୍ରାୟ ୧୮୦ ଛାତ୍ରଛାତ୍ରୀ  ଏକ ଉତ୍ସବରେ ଭାଗ ନେଇଥିଲେ । ଭାଇରାଲ ଭିଡିଓରେ କଲେଜ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା ।  ଏହି ଦିନ ସାମାଜିକ ଦୂରତା ନରଖି ଓ ମାସ୍କ ନ ପିନ୍ଧି ନୃତ୍ୟଗୀତ ଓ ଭୋଜିଭାତର ଆୟୋନ କରିଥିଲେ ।  ଉତ୍ସବ ଆୟୋଜନ ପାଇଁ ସିଡିଓମଓ ଓ ଏଡିଏମଓଙ୍କ ଅନୁମତି ନିଆଯାଇନଥିବା ଅଭିଯୋଗ ହୋଇଛି । ତେବେ ନର୍ସିଂ ସ୍କୁଲର ଇନଚାର୍ଜ କହିଛନ୍ତି କୋଭିଡ ଗାଇଡଲାଇନ ଅନୁସାରେ ଉତ୍ସବର ଆୟୋଜନ କରାଯାଇଛି ।

କରୋନା ମହାମାରୀ ଦିନକୁ ଦିନ ବଢି ଚାଲିଥିବା ବେଳେ ସତର୍କ ରହିବାକୁ ସରକାର ଅନେକ ଗାଇଡଲାଇନ୍ ଆଣିଛନ୍ତି । ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ସରକାର ଲଗାତାର ପ୍ରୟାସ କରୁଛନ୍ତି । ମାସ୍କ ଲଗାଇବା ଏବଂ ସାମାଜିକ ଦୂରତା ରଖିବା ପାଇଁ ବାରମ୍ବାର କୁହାଯାଉଛି । କିନ୍ତୁ ଅମାନିଆଙ୍କୁ କୌଣସି ଫରକ ପଡୁନି । ଯେତେ ସଚେତନ କଲେ ଏମାନେ ସଚେତନ ହେବାର ନାଁ ନେଉନାହାନ୍ତି । ଯାହାର ଫଳାଫଳ ଆଗକୁ ଭୟବହ ନହେବ ତା କିଏ ବା କହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe