Advertisment

Kalinga Lancers Lost: କଳିଙ୍ଗ ଲାନ୍‌ସର୍ସର ପ୍ରଥମ ପରାଜୟ

Advertisment

ଚଳିତ ହକି ଇଣ୍ଡିଆ ଲିଗ୍‌ରେ ଓଡ଼ିଶା ଭିିତ୍ତିକ ଦଳ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ଲଗାତାର ୬ ବିଜୟ ପରେ ନିଜର ସପ୍ତମ ତଥା ଶେଷ ଲିଗ୍‌ ମ୍ୟାଚ୍‌ରେ ଝୁଣ୍ଟିଛି। ନିଜ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳୁଥିବା ଏହି ଦଳ ମଙ୍ଗଳବାର ମ୍ୟାଚ୍‌ରେ ଜେଏସ୍‌ଡବ୍‌ଲ୍ୟୁ ସୁର୍‌ମା ହକି କ୍ଲବ୍‌ଠାରୁ ୧-୨ ଗୋଲ୍‌ରେ ହାରି ପ୍ରଥମ ପରାଜୟର ସ୍ବାଦ ଚାଖିଛି।

ଚଳିତ ହକି ଇଣ୍ଡିଆ ଲିଗ୍‌ରେ ଓଡ଼ିଶା ଭିିତ୍ତିକ ଦଳ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ଲଗାତାର ୬ ବିଜୟ ପରେ ନିଜର ସପ୍ତମ ତଥା ଶେଷ ଲିଗ୍‌ ମ୍ୟାଚ୍‌ରେ ଝୁଣ୍ଟିଛି। ନିଜ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳୁଥିବା ଏହି ଦଳ ମଙ୍ଗଳବାର ମ୍ୟାଚ୍‌ରେ ଜେଏସ୍‌ଡବ୍‌ଲ୍ୟୁ ସୁର୍‌ମା ହକି କ୍ଲବ୍‌ଠାରୁ ୧-୨ ଗୋଲ୍‌ରେ ହାରି ପ୍ରଥମ ପରାଜୟର ସ୍ବାଦ ଚାଖିଛି।

d22220ac-2c69-4709-b96c-273b26948b77

ଭୁବନେଶ୍ବର: ଚଳିତ ହକି ଇଣ୍ଡିଆ ଲିଗ୍‌ରେ ଓଡ଼ିଶା ଭିିତ୍ତିକ ଦଳ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ଲଗାତାର ୬ ବିଜୟ ପରେ ନିଜର ସପ୍ତମ ତଥା ଶେଷ ଲିଗ୍‌ ମ୍ୟାଚ୍‌ରେ ଝୁଣ୍ଟିଛି। ନିଜ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳୁଥିବା ଏହି ଦଳ ମଙ୍ଗଳବାର ମ୍ୟାଚ୍‌ରେ ଜେଏସ୍‌ଡବ୍‌ଲ୍ୟୁ ସୁର୍‌ମା ହକି କ୍ଲବ୍‌ଠାରୁ ୧-୨ ଗୋଲ୍‌ରେ ହାରି ପ୍ରଥମ ପରାଜୟର ସ୍ବାଦ ଚାଖିଛି। ହେଲେ ଲାନ୍‌ସର୍ସ (୧୬ ପଏଣ୍ଟ୍‌) ଟେବୁଲର ଶୀର୍ଷରେ ରହି କ୍ବାଲିଫାୟର-୧କୁ ଯୋଗ୍ୟତା ଅର୍ଜନ କରିସାରିଥିବାରୁ ଏହି ପରାଜୟ ଦଳ ଉପରେ କୌଣସି ପ୍ରଭାବ ପକାଇବନି। ‌

ହେଲେ କ୍ବାଲିଫାୟର ପୂର୍ବରୁ ପରାଜୟ ନିଶ୍ଚିତ ଦଳକୁ ଆଗାମୀ ମ୍ୟାଚ୍‌ ପୂର୍ବରୁ ସତର୍କ କରାଇ ଦେଇଛି।ମଙ୍ଗଳବାର ମ୍ୟାଚ୍‌ର ପ୍ରଥମ କ୍ବାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା। ହେଲେ ୨୩ତମ ମିନିଟ୍‌ରେ ଜିତ୍‌ପାଲ୍‌ଙ୍କ ଫିଲ୍ଡ ଗୋଲ୍‌ରେ ସୁର୍‌ମା ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ତୃତୀୟ କ୍ବାର୍ଟରରେ ବିବେକ ସାଗର ପ୍ରସାଦ (୩୮ ମିନିଟ୍‌)ଙ୍କ ଗୋଲ୍‌ରେ ସୁର୍‌ମା ୨-୦ରେ ଆଗୁଆ ରହିଥଇଲା। ତେବେ ୪୮ତମ ମିନିଟ୍‌ରେ ଲାନ୍‌ସର୍ସର ଲିଆମ୍‌ ହେଣ୍ଡରସନ୍‌ ଫିଲ୍ଡ ଗୋଲ୍‌ ଦେଇ ପରାଜୟ ବ୍ୟବଧାନକୁ ସାମନ୍ୟ କମାଇଥିଲେ।

ଆହୁରି ପଢନ୍ତୁ: Cricket: ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟ୍ବେଣ୍ଟି-୨୦, ନଜରରେ ରହିବେ ସୂର୍ଯ୍ୟକୁମାର

ଅମନଦୀପ, ଶିଳାନନ୍ଦଙ୍କ ଗୋଲ୍‌ରେ ଜିତିଲା ତୁଫାନ୍‌ସ

ଏହା ପୂର୍ବରୁ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ହାଇଦ୍ରାବାଦ ତୁଫାନ୍‌ସ ୩-୨ ଗୋଲ୍‌ରେ ହିଲ୍‌ ଜିସିକୁ ହରାଇଥିଲା। ତୁଫାନ୍‌ସ ପକ୍ଷରୁ ଖେଳୁଥିବା ଦୁଇ ଓଡ଼ିଆ ପୁଅ ଅମନଦୀପ ଲାକ୍ରା (୮ ମିନିଟ୍‌) ଓ ଶିଳାନନ୍ଦ ଲାକ୍ରା (୨୭ ମିନିଟ୍‌) ଗୋଟିଏ ଲେଖା‌ଏଁ ଗୋଲ୍‌ ଦେଇ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଅନ୍ୟଗୋଲ୍‌ଟି ଦଳର ଜାଚାରି ୱାଲେସ୍‌ (୬ ମିନିଟ୍‌) ଦେଇଥିଲେ। ହିଲ୍‌ ଜିସି ପକ୍ଷରୁ କେନ୍‌ ରସେଲ (୮, ୩୧ ମିନିଟ୍‌) ଦୁଇଟି ଗୋଲ୍‌ ଶୁଝି ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe