ଫିଲ୍ମର ପ୍ରଚାର ବେଳେ ବଲିଉଡର ଅସଲ ମୁଖା ଖୋଲିଲେ କଙ୍ଗନା

ବଲିଉଡ, ଅନେକ କଳାକାରଙ୍କ କ୍ୟାରିୟର ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି କଙ୍ଗନା ରାନାୱତ । ପ୍ରତିଭାବାନ ବ୍ୟକ୍ତିଙ୍କ ପ୍ରତି ବଲିଉଡର କିଛି ବଡ଼ କଳାକାର ଈର୍ଷାପରାୟଣ ହୁଅନ୍ତି ବୋଲି କହିଲେ କଙ୍ଗନା।

kang

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ନିଜ ଆଗାମୀ ଚଳଚ୍ଚିତ୍ର 'ଏମରଜେନ୍ସି' ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି | ଏହି ଚଳଚ୍ଚିତ୍ରରେ ସେ ପୂର୍ବତନ ଦିବଂଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମ ପାଇଁ କଙ୍ଗନା ଏବେ କ୍ରମାଗତ ଭାବରେ ବିଭିନ୍ନ ସାକ୍ଷାତକାରରେ ନଜର ଆସୁଥିବା ଦେଖାଯାଉଛି | ସାକ୍ଷାତକାରରେ ଫିଲ୍ମ ବ୍ୟତୀତ ସେ ତାଙ୍କ ବ୍ୟକ୍ତିଗତ-ବୃତ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବରେ କହୁଥିବା ଦେଖିବାକୁ ମିଳିଛି | ଏବେ ଏକ ସାକ୍ଷାତକାରରେ ସେ ବଲିଉଡକୁ ଟାର୍ଗେଟ କରିଛନ୍ତି। ପ୍ରତିଭାବାନ କଳାକାରକୁ ବଲିଉଡ ଶେଷ କରିଦିଏ ବୋଲି ଦାବି କରିଛନ୍ତି କଙ୍ଗନା।

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, "ବଲିଉଡର କିଛି ‌ହୋଇପାରିବ ନାହିଁ । ସେମାନେ ଭଲ ପ୍ରତିଭା ଦେଖି ଈର୍ଷା କରନ୍ତି । ଯଦି ସେମାନେ କୌଣସି ପ୍ରତିଭାଶାଳୀ ବ୍ୟକ୍ତିଙ୍କୁ ଦେଖନ୍ତି ତାଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ସେମାନଙ୍କ ପଛରେ ପଡ଼ି ଯାଆନ୍ତି । ସେମାନଙ୍କ ନାମ ଖରାପ ‌କରିବାରେ ଲାଗିପଡ଼ନ୍ତି। ବଲିଉଡରେ ମୋତେ ଅନେକ ଲୋକ ପସନ୍ଦ କରନ୍ତି ନାହିଁ। କାରଣ ମୁଁ ସେମାନଙ୍କ ଅସଲ ମୁଖା ଖୋଲି ଦେଇଛି। ହେଲେ ପ୍ରକୃତରେ କେତେ ଲୋ‌କ ମୋତେ ପସନ୍ଦ କରନ୍ତି, ତାହା ଲୋକସଭା ନିର୍ବାଚନରେ ପ୍ରମାଣ ହୋଇଛି।"

ଉଲ୍ଲେଖଯୋଗ୍ୟ, କଙ୍ଗନା ରାନାୱତ ୨୦୨୧ରେ 'ଏମରଜେନ୍ସି' ଫିଲ୍ମ ବିଷୟରେ ଘୋଷଣା କରିଥିଲେ। ପରେ ଅଭିନେତ୍ରୀ ସ୍ପଷ୍ଟ କରିଥିଲେ ଯେ ଏହା ଏକ ରାଜନୈତିକ ଡ୍ରାମା ହୋଇଥିଲେ ମଧ୍ୟ ଏହା ଇନ୍ଦିରା ଗାନ୍ଧୀଙ୍କ ବାୟୋପିକ୍ ନୁହେଁ। ତେବେ କଙ୍ଗନା ଏହି ଫିଲ୍ମରେ ପୂର୍ବତନ ଦିବଂଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। କଙ୍ଗନା ବ୍ୟତୀତ ଅନୁପମ ଖେର, ମିଲିନ୍ଦ ସୋମାନ, ମହିମା ଚୌଧରୀ ଏବଂ ଶ୍ରେୟସ ତଲପଡେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe