ବିପଦ ସଂକେତ ଉପରେ ପ୍ରବାହିତ ହେଉଛି କାଂଶବାଂଶ ନଦୀ

Advertisment

ଚାଲିଯାଇଛି ବାତ୍ୟା, ଦେଇଯାଇଛି ଦୁଃଖ । ବାତ୍ୟା ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷାରେ ଏବେ ଉବୁଟୁବୁ ଉତ୍ତର ଓଡିଶା । ପ୍ରବଳ ବର୍ଷା ଯୋଗୁଁ ଏବେ ଉତ୍ତର ଓଡ଼ିଶାର ନଦୀମାନଙ୍କରେ ଜଳସ୍ତର ବଢ଼ିବାରେ ଲାଗିଛି |

ଚାଲିଯାଇଛି ବାତ୍ୟା, ଦେଇଯାଇଛି ଦୁଃଖ । ବାତ୍ୟା ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷାରେ ଏବେ ଉବୁଟୁବୁ ଉତ୍ତର ଓଡିଶା । ପ୍ରବଳ ବର୍ଷା ଯୋଗୁଁ ଏବେ ଉତ୍ତର ଓଡ଼ିଶାର ନଦୀମାନଙ୍କରେ ଜଳସ୍ତର ବଢ଼ିବାରେ ଲାଗିଛି |

flood

ଭୁବନେଶ୍ୱର: ଚାଲିଯାଇଛି ବାତ୍ୟା, ଦେଇଯାଇଛି ଦୁଃଖ । ବାତ୍ୟା ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷାରେ ଏବେ ଉବୁଟୁବୁ ଉତ୍ତର ଓଡିଶା । ପ୍ରବଳ ବର୍ଷା ଯୋଗୁଁ ଏବେ ଉତ୍ତର ଓଡ଼ିଶାର ନଦୀମାନଙ୍କରେ ଜଳସ୍ତର ବଢ଼ିବାରେ ଲାଗିଛି | ବୁଢାବଳଙ୍ଗରେ ଜଳସ୍ତର ବୃଦ୍ଧି ଯୋଗୁଁ ବାରିପଦା ମ୍ୟୁନିସିପାଲଟି ୭ ନମ୍ବର ୱାର୍ଡର ୧୦ ରୁ ୧୫ ଘର ଜଳମଗ୍ନ ହୋଇଛି । ଆଜି କିଛି ମାତ୍ରାରେ ପାଗରେ ପରିବର୍ତ୍ତନ ହୋଇଛି । ହେଲେ ମଝିରେ ମଝିରେ ତୁହାକୁ ତୁହା ବର୍ଷା ହେଉଥିବାରୁ ବାରିପଦା ସହରର ମଧୁବନ ଅଞ୍ଚଳ ବୁଡ଼ିଯାଇଛି ।

ଅନ୍ୟପଟେ ବିପଦ ଡେଇଁଲା କାଂଶବାଂଶ | ସୋରର କାଂଶବାଂଶ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି | ବିପଦ ସଂକେତ ୭.୫୦୫ ମିଟର ଥିବାବେଳେ ଏବେ ୭.୭୦୫ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି | ବିଶେଷ କରି ଶିମିଳିପାଳ ର ଆଭ୍ୟନ୍ତରିଣ ଅଞ୍ଚଳରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ବରେହିପାଣିରେ ସର୍ବାଧିକ ୧୭୪.୪୮୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଫଳରେ ବୁଢାବଳଙ୍ଗ ନଦୀର ବି ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe