Kapilas: ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

Advertisment

ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l ଆଇନଶୃଙ୍ଖଳା ରକ୍ଷା ଆଳରେ ପୋଲିସର ମାତ୍ରାଧିକ କାର୍ଯ୍ୟକଳାପ ପ୍ରତିବାଦରେ ସେବାୟତମାନେ ରବିବାର ଭୋରରୁ ଧାରଣା କରିବାରୁୁ ଠାକୁରଙ୍କ ନୀତିକାନ୍ତି ବିଭ୍ରାଟ ହୋଇଛି ।

WhatsApp-Image-2025-02-17-at-2.07.05-PM

ଢେଙ୍କାନାଳ: ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l ଆଇନଶୃଙ୍ଖଳା ରକ୍ଷା ଆଳରେ ପୋଲିସର ମାତ୍ରାଧିକ କାର୍ଯ୍ୟକଳାପ ପ୍ରତିବାଦରେ ସେବାୟତମାନେ ରବିବାର ଭୋରରୁ ଧାରଣା କରିବାରୁୁ ଠାକୁରଙ୍କ ନୀତିକାନ୍ତି ବିଭ୍ରାଟ ହୋଇଛି ।

ମହାପ୍ରଭୁଙ୍କ ପାଇଁ ଚକାପିଠା ପ୍ରସ୍ତୁତି ପାଇଁ ବଟା ହୋଇଥିବା ବିରି ଓ ନାଗାଉରଣ ବେଶ ପାଇଁ ଅଳଙ୍କାର ଦେଓଗାଁ ଜଗନ୍ନାଥ ମନ୍ଦିରରୁ ସେବାୟତମାନେ ନେଇ ଯାଉଥିବାବେଳେ ବାରବାଙ୍କ ରାସ୍ତାରେ ପୋଲିସ ସେବାୟତଙ୍କୁ ଛାଡ଼ିନଥିଲେ। ଏହାର ପ୍ରତିବାଦରେ ସେବାୟତମାନେ ଧାରଣା ଦେଇଛନ୍ତି। ଦେବୋତ୍ତର ବିଭାଗ ଅଧିକାରୀ ଓ କର୍ମଚାରୀମାନେ ବୁଝାସୁଝା କରି ବିଫଳ ହୋଇଥିବା ଜଣାପଡ଼ିଛି ।

 ମହାଶିବରାତ୍ରୀରେ ମହାପ୍ରଭୁ ଉପବାସରେ ରହିବାକୁ ନେଇ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସ ହିତ ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରାଯାଇଛି । ଜିଲ୍ଲା ପ୍ରଶାସନ ସେବାୟତମାନଙ୍କ ସହ ଆଲୋଚନା ପରେ ନୀତିକାନ୍ତି ସ୍ୱାଭାବିକ ହୋଇଛି. ଆସନ୍ତା ୨୦ ତାରିଖରେ ପ୍ରଶାସନ ସହ ଆଲୋଚନା ପାଇଁ ପ୍ରତିଶୃତି ମିଳିବା ପରେ ସ୍ୱାଭାବିକ ହୋଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe