କର୍ଣ୍ଣାଟକ: ୧୦୫ ଜଣ ମହିଳାଙ୍କ ସମେତ ଧାନ ରୋଇଲେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ

Advertisment
କର୍ଣ୍ଣାଟକ: ୧୦୫ ଜଣ ମହିଳାଙ୍କ ସମେତ ଧାନ ରୋଇଲେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ

ବେଙ୍ଗାଲୁରୁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ୱାମୀ ଶନିବାର ଚାଷୀମାନଙ୍କ ସହିତ ବିଲରେ ଧାନ ରୋଇଛନ୍ତି। ଚାଷୀଙ୍କ ସହିତ ପାରଂପରିକ ପୋଷାକ ପରିଧାନ କରି ମୁଖ୍ୟମନ୍ତ୍ରୀ ଗୋଟିଏ ଦିନ ପାଇଁ କୃଷକ ସାଜିଥିଲେ। ମଣ୍ଡ୍ୟା ଜିଲ୍ଲାର ସୀତାପୁର ଗ୍ରାମରେ ପାରଂପରିକ ଧୋତି ପିନ୍ଧି ସେ ଖେତକୁ ଓହ୍ଲାଇଥିଲେ। ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ସେ ବିଲକୁ ଓହ୍ଲାଇଥିଲେ ବୋଲି କୁମାରସ୍ୱାମୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି। ଏହାର କାରଣ ଥିଲା ଯେ, ରାଜ୍ୟରେ କମ୍‌ ବର୍ଷା ହୋଇଥିବାରୁ ଚାଷୀମାନଙ୍କ ମନରେ ଉତ୍ସାହ ନଥିଲା।

କାଦୁଅ ଭରା ବିଲକୁ ପ୍ରବେଶ କରିବା ପୂର୍ବରୁ କୁମାରସ୍ୱାମୀ ପ୍ରଥମେ ଅଜ୍ନାନେୟା ମନ୍ଦିର ଯାଇ ପ୍ରାର୍ଥନା କରିଥିଲେ। ଏହା ପରେ ଗାଁର ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ। କଳାକାର ଚିକ୍କାପଲ୍ୟା ପ୍ରକାଶ ବିଲକୁ ଫିଲ୍ମର ସେଟ ଭଳି ସଜାଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଧାନ ରୁଇବା କାର୍ଯ୍ୟକ୍ରମରେ ୧୦୫ ଜଣ ମହିଳା ଓ ୫୦ ଜଣ ପୁରୁଷ ସାହାଯ୍ୟ କରିଛନ୍ତି। ପାଖାପାଖି ୫ ଏକର ଜମିରେ ଧାନ ରୁଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe