ବ୍ରିଟିଶ ଲେଖକ କାଜୋ ଇଶିଗୁରୋଙ୍କୁ ସାହିତ୍ୟରେ ନୋବେଲ

Advertisment
ବ୍ରିଟିଶ ଲେଖକ କାଜୋ ଇଶିଗୁରୋଙ୍କୁ ସାହିତ୍ୟରେ ନୋବେଲ

ନୂଆଦିଲ୍ଲୀ: ବ୍ରିଟିଶ ଲେଖକ କାଜୋ ଇଶିଗୁରୋଙ୍କୁ ୨୦୧୭ ମସିହା ଲାଗି ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଏ ନେଇ ଗୁରୁବାର ନୋବେଲ ପୁରସ୍କାର କମିଟି ପକ୍ଷରୁ ଘୋଷଣା କରାଯାଇଛି।

୬୨ବର୍ଷୀୟ ଇଶିଗୁରୋ ୮ଟି ପୁସ୍ତକ ରଚନା କରିବା ସହ ବହୁ ଚଳଚ୍ଚିତ୍ର ଏବଂ ଟେଲିଭିଜନ କାର୍ଯ୍ୟକ୍ରମ ଲାଗି ସ୍କ୍ରିପ୍ଟ ପ୍ରସ୍ତୁତ କରିଛନ୍ତି। ତାଙ୍କ ଲିଖିତ ଉପନ୍ୟାସ ‘ଦ ରିମେନ୍ସ ଅଫ ଦ ଡେ’ (୧୯୮୯) ଫିଲ୍ମ ରୂପ ପାଇବା ପରେ ସେ ବେଶ ଚର୍ଚ୍ଚିତ ହୋଇଥିଲେ। ତାଙ୍କ ଲିଖିତ ଅନ୍ୟ ଲୋକପ୍ରିୟ ଉପନ୍ୟାସ ଭିତରେ ରହିଛି ‘ନେଭର ଲେଟ୍‌ ମି ଗୋ’ (୨୦୦୫) ଏବଂ ‘ଦ ବରିଡ ଜ୍ୟାଆଣ୍ଟ’ (୨୦୧୫)।

ମୂଳତଃ ଜାପାନ ବାସିନ୍ଦା କାଜୋ ଇଶିଗୁରୋଙ୍କ ଜନ୍ମ ଜାପାନରେ ହୋଇଥିବା ବେଳେ ତାଙ୍କୁ ୫ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ପରିବାର ଇଂଲଣ୍ଡକୁ ଚାଲି ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe