୪ମାସ ପୂର୍ବରୁ ଯମଜ ସନ୍ତାନର ବାପା ହେବାର ସୌଭାଗ୍ୟ ପାଇଥିବା ପାଇଲଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ହେଲା ମୃତ୍ୟୁ

ଆର୍ଯ୍ୟାନ ଆଭିଏସନ୍‌ର ହେଲିକପ୍ଟର ଦୁର୍ଘଟଣାରେ ରାଜବୀର(ପାଇଲଟ), ବିକ୍ରମ ରାୱତ, ବିନୋଦ, ତ୍ରିଷ୍ଟି ସିଂହ, ରାଜକୁମାର, ଶ୍ରଦ୍ଧା, ରାଶିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି।

ସପଦସପସ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଗୁପ୍ତକାଶୀରୁ କେଦାରନାଥ ଧାମ ଅଭିମୁଖେ ଯାତ୍ରା କରୁଥିବା ଆର୍ଯ୍ୟାନ ଆଭିଏସନ୍‌ର ହେଲିକପ୍ଟର ଗୌରୀକୁଣ୍ଡ-ସୋନପ୍ରୟାଗ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି। 

ସୂଚନା ଅନୁଯାୟୀ, ସକାଳ ୫:୧୭ରେ ଆର୍ଯ୍ୟାନ କମ୍ପାନିର ହେଲିକପ୍ଟର ୬ଜଣ ଭକ୍ତଙ୍କୁ ନେଇ କେଦାରନାଥ ହେଲିପ୍ୟାଡ୍‌ରୁ ଗୁପ୍ତକାଶୀ ହେଲିପ୍ୟାଡ୍‌କୁ ଯାତ୍ରା କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍ଟର ଦୁର୍ଘଟଣାରେ ରାଜବୀର(ପାଇଲଟ), ବିକ୍ରମ ରାୱତ, ବିନୋଦ, ତ୍ରିଷ୍ଟି ସିଂହ, ରାଜକୁମାର, ଶ୍ରଦ୍ଧା, ରାଶିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି।

ପାଇଲଟ ରାଜବୀର ସିଂହ ୧୪ ବର୍ଷ ଧରି ସେନାରେ ସେବା କରିବା ପରେ ଅବସର ନେଇଥିଲେ। ସେ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀରେ ଥିଲେ। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଏବଂ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ସମେତ ଅନେକ ନେତା ଶୋକ ପ୍ରକାଶ କରିଛନ୍ତି।

ଜୟପୁରର ଶାସ୍ତ୍ରୀ ନଗର ଅଞ୍ଚଳର ବାସିନ୍ଦା ପାଇଲଟ୍ ରାଜବୀର ସିଂହ ମାତ୍ର ଚାରି ମାସ ପୂର୍ବରୁ ଯମଜ ସନ୍ତାନର ବାପା ହେବାର ସୌଭାଗ୍ୟ ପାଇଥିଲେ। ରାଜବୀରଙ୍କ ପତ୍ନୀ ଦୀପିକା ମଧ୍ୟ ଜଣେ ପାଇଲଟ୍। ରାଜବୀର ସିଂହଙ୍କର ୨୦୦୦ ଘଣ୍ଟାରୁ ଅଧିକ ଉଡ଼ାଣ ଅଭିଜ୍ଞତା ଥିଲା। ସେ ଗତ ବର୍ଷ ହିଁ ଆର୍ଯ୍ୟାନ ଏଭିଏସନ୍ କମ୍ପାନିରେ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ରୁଦ୍ରପ୍ରୟାଗ ଜିଲ୍ଲାରେ ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ଅତ୍ୟନ୍ତ ଦୁଃଖଦ ଖବର ମିଳିଛି। ଏସଡିଆରଏଫ, ସ୍ଥାନୀୟ ପ୍ରଶାସନ ଏବଂ ଅନ୍ୟାନ୍ୟ ଉଦ୍ଧାର ଦଳ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe