କରୋନାରୁ ମୁକ୍ତ ହୋଇ ଡିସ୍‌ଚାର୍ଜ ହେବା ବେଳେ ଏଭଳି ଭାବେ ଖୁସି ବ୍ୟକ୍ତ କଲେ କେରଳର ଏହି ବ୍ୟକ୍ତି

Advertisment
କରୋନାରୁ ମୁକ୍ତ ହୋଇ ଡିସ୍‌ଚାର୍ଜ ହେବା ବେଳେ ଏଭଳି ଭାବେ ଖୁସି ବ୍ୟକ୍ତ କଲେ କେରଳର ଏହି ବ୍ୟକ୍ତି

timesnow

ତିରୁବନନ୍ତପୁରମ୍‌: ଗତ କିଛି ମାସ ମଧ୍ୟରେ ମହାମାରୀ କରୋନା ଭାଇରସ୍‌ ବିଶ୍ବରେ ୧.୨ ମିଲିୟନ୍‌ ଲୋକଙ୍କୁ ପ୍ରଭାବିତ କରିଥିବା ବେଳେ ୬୯ ହଜାର ୫୦୧ ଲୋକଙ୍କ ଜୀବନ ନେଇ ସାରିଲାଣି। ଏହି ଭାଇରସ୍‌ ପ୍ରତି ଲୋକଙ୍କ ମନରେ ଏକ ଭୟ ଲୁଚି ରହିଥିବା ବେଳେ ଏହି ରୋଗରୁ ସୁସ୍ଥ ହେଉଥିବା ରୋଗୀଙ୍କୁ କେତେ ବା ଖୁସି ଲାଗୁନଥିବ! ତାହାର ଏକ ଉଦାହରଣ ଆମ ନିକଟରେ ରହିଛି। କେରଳର ଜଣେ ବ୍ୟକ୍ତି କରୋନା ଭାଇରସ୍‌କୁ ହରାଇ ସୁସ୍ଥ ହୋଇ କିପରି ଭାବେ ଆନନ୍ଦର ସହ ହସ୍ପିଟାଲ୍‌ରୁ ଫେରୁଛନ୍ତି ତାହା ଆପଣ ନିମ୍ନରେ ଥିବା ଭିଡିଓରେ ଦେଖିପାରିବେ।

ଟ୍ବିଟ୍‌ କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ବ୍ୟକ୍ତି ଜଣକ ମୁହଁରେ ମାସ୍କ ପିନ୍ଧି ହସ୍ପିଟାଲ୍‌ରୁ ହସି ହସି ଡିସ୍‌ଚାର୍ଜ ହୋଇ ଫେରୁଛନ୍ତି। ସେଠାରେ ଥିବା ଅନ୍ୟ ରୋଗୀ ଓ ହସ୍ପିଟାଲ୍‌ କର୍ମଚାରୀ ବ୍ୟକ୍ତିଙ୍କୁ ତାଳି ମାଳି ଅଭିନନ୍ଦନ ଜଣାଉଛନ୍ତି। ପୂରା ହସ୍ପିଟାଲ୍‌ ଭିତରର ପରିବେଶ ଭାବପ୍ରବଣତାରେ ପୂରି ଉଠୁଛି।

ଏହି ସମୟରେ ଛୋଟ ଭିଡିଓଟିକୁ ଟ୍ବିଟର୍‌ରେ ସେୟାର୍‌ କରିଛନ୍ତି ମନ୍ତ୍ରୀ ଦେବସ୍ବମ୍‌ସ କଦକମ୍ପାଲି ସୁରେନ୍ଦ୍ରମ୍ । ଭିଡିଓରେ କରୋନାକୁ ହରାଇ ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ‘ସବୁକିଛି ପାଇଁ ଧନ୍ୟବାଦ’ ବୋଲି କହୁଥିବାର ଶୁଣିବାକୁ ମିଳିଛି।

ଭିଡିଓଟି ଟ୍ବିଟର୍‌ରେ ସେୟାର୍‌ ହେବା ପରେ ୭ ହଜାର ୬୦୦ ଭିୟୁ ହୋଇ ସାରିଲାଣି। ଏହି ଭିଡିଓରେ ଜଣେ ଟ୍ବିଟର୍‌ ବ୍ୟବହାରକାରୀ କମେଣ୍ଟ ଦେଇଛନ୍ତି କି ‘ଡାକ୍ତରଙ୍କର ଏହା ବାସ୍ତବ ବିଜୟ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe