Vigilance Khandapaa Photograph: (sambad.in)
ଖଣ୍ଡପଡ଼ା: ଦୁର୍ନୀତିର ସବୁ ସୀମା ଟପିଥିବା ଖଣ୍ଡପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ କୁମାର ଧଳ ଶେଷରେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଆଜି ସନ୍ଧ୍ୟାରେ ଜୈନେକ ଠିକାଦାରଙ୍କ ବକେୟା ବିଲ କରାଇଦେବାକୁ କହି ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ବର ଭିଜିଲାନ୍ସ ଟିମ ମାଡିବସିଛି। ଫଳରେ ଦୀର୍ଘଦିନ ଧରି ଖଣ୍ଡପଡ଼ା ସହରାଞ୍ଚଳରେ ରାଜ କରିଆସୁଥିବା ଅସାଧୁ ଅଫିସରଙ୍କୁ ବାନ୍ଧିବାରେ ସଫଳ ହୋଇଛି ଭିଜିଲାନ୍ସ ବିଭାଗ।
ସହରାଞ୍ଚଳର ଠିକାଦାର ଜ୍ୟୋତିରଞ୍ଜନ ମିଶ୍ର ଦୀର୍ଘଦିନ ଧରି ବିଲ ପାଇଁ ଦୌଡିବା ସହିତ ଏ ଦିଗରେ ସହଯୋଗ କରିବାକୁ ଅନୁରୋଧ ମଧ୍ୟ କରିଥିଲେ। ମାତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ୨୦ ହଜାର ନ ଦେଲେ ବିଲ ହୋଇପାରିବ ନାହିଁ ବୋଲି ସଫା ସଫା ଶୁଣାଇଦେଇଥିଲେ। ଏ ନେଇ ଶ୍ରୀ ମିଶ୍ର ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିବା ବେଳେ ବିଭାଗ ଜାଲ ବିଛାଇଥିଲା।
ଆଜି ସନ୍ଧ୍ୟାରେ ଉମାଦେବୀ ସାହିରେ ଥିବା କ୍ୱାର୍ଟରରେ ଶ୍ରୀ ଧଳ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡିବସିଥିବା ନେଇ ସୂଚନା ମିଳିଛି। ଅନ୍ୟପକ୍ଷରେ ଘଟଣାର ଖୋଳତାଡ଼ ନିମନ୍ତେ ଶ୍ରୀ ଧଳଙ୍କୁ କ୍ଵାର୍ଟର ସମେତ ଏନଏସି କାର୍ଯ୍ୟଳୟ ଭଳି ବିଭିନ୍ନ ସ୍ଥାନକୁ ନେଇ ଭିଜିଲାନ୍ସ ବିଭାଗ ତନାଘନା କରୁଥିବା ଜଣାପଡିଛି।
Follow Us