ତେଲକୋଇରୁ ଅପହୃତ ନାବାଳକକୁ ଗାଁ ନିକଟ ବୁଦାମୂଳରୁ ଉଦ୍ଧାର କଲା ପୁଲିସ

Advertisment

ତେଲକୋଇରୁ ଅପହୃତ ନାବାଳକକୁ ଗାଁ ନିକଟ ବୁଦାମୂଳରୁ ଉଦ୍ଧାର କଲା ପୁଲିସ। ଗତ ୨୭ ତାରିଖ ଦିନ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କରଦାଙ୍ଗି ଗ୍ରାମର ସଞ୍ଜୟ ପାତ୍ରଙ୍କ ପୁଅ ଶାନ୍ତନୁ ପାତ୍ର(୧୨)କୁ ସେହି ଗ୍ରାମର ରଶ୍ମି ପାତ୍ର ଓ ତାଙ୍କ ଶଶୁର ବୁଟା ପାତ୍ର ଅପହରଣ କରିଥିବା ନେଇ ଶାନ୍ତନୁଙ୍କ ମାଆ ଲିଙ୍କି ପାତ୍ର ଥାନାରେ ଅଭିଯୋଗ କରିଥିଲେ।

Updated On

ଅଦ୍ୟତନ ହୋଇଛି
boy

ତେଲକୋଇ:ଅପହୃତ ନାବାଳକକୁ ପୁଲିସ ଗାଁ ନିକଟ ଏକ ବୁଦାମୂଳରୁ ଉଦ୍ଧାର କରିଥିବା ଜଣାଯାଇଛି। ତେବେ ନାବାଳକର ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।
ସୂଚନାଯୋଗ୍ୟ, ଗତ ୨୭ ତାରିଖ ଦିନ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କରଦାଙ୍ଗି ଗ୍ରାମର ସଞ୍ଜୟ ପାତ୍ରଙ୍କ ପୁଅ ଶାନ୍ତନୁ ପାତ୍ର(୧୨)କୁ ସେହି ଗ୍ରାମର ରଶ୍ମି ପାତ୍ର ଓ ତାଙ୍କ ଶଶୁର ବୁଟା ପାତ୍ର ଅପହରଣ କରିଥିବା ନେଇ ଶାନ୍ତନୁଙ୍କ ମାଆ ଲିଙ୍କି ପାତ୍ର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ସେଭଳି କିଛି ସୁରାକ ପାଇନଥିଲା।
ଗତକାଲି କେନ୍ଦୁଝର ଏସପି ନିଜେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ, ଆଇଆଇସି ସୁଶାନ୍ତ ପରିଡା ଓ ୩ ପ୍ଲାଟୁନ ପୁଲିସ ମଧ୍ୟ ଖୋଜାଖୋଜିରେ ନିୟୋଜିତ ହୋଇଥିଲେ। କିନ୍ତୁ କିଛି ସନ୍ଧାନ ମିଳି ନଥିଲା। ତେବେ ଆଜି ସକାଳେ ମୂମୂର୍ଷୁ ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe