'କଫି ଉଇଥ୍ କରଣ'କୁ ଯିବା ପରେ ମୁଁ ଡରିଯାଇଛି: କେଏଲ ରାହୁଲ

Advertisment

ହାର୍ଦ୍ଦିକଙ୍କ ସହ 'କଫି ଉଇଥ୍ କରଣ'କୁ ଯିବା ମୋ ଜୀବନକୁ ବଦଳାଇଦେଇଥିଲା। ୨୦୧୯ରେ ହୋଇଥିବା ବିବାଦକୁ ନେଇ ଏଭଳି କହିଲେ କେଏଲ ରାହୁଲ। ଏହି ସୋ’କୁ ଯିବା ପରେ ସେ ଆଉ ଭଲ ଭାବରେ ଲୋକଙ୍କ ସହ କଥା ହୋଇପାରୁନଥିବା କହିଛନ୍ତି।

ହାର୍ଦ୍ଦିକଙ୍କ ସହ 'କଫି ଉଇଥ୍ କରଣ'କୁ ଯିବା ମୋ ଜୀବନକୁ ବଦଳାଇଦେଇଥିଲା। ୨୦୧୯ରେ ହୋଇଥିବା ବିବାଦକୁ ନେଇ ଏଭଳି କହିଲେ କେଏଲ ରାହୁଲ। ଏହି ସୋ’କୁ ଯିବା ପରେ ସେ ଆଉ ଭଲ ଭାବରେ ଲୋକଙ୍କ ସହ କଥା ହୋଇପାରୁନଥିବା କହିଛନ୍ତି।

karan

ମୁମ୍ବାଇ: ୨୦୧୯ରେ ସାଥୀ ହୋଇ 'କଫି ଉଇଥ୍ କରଣ'କୁ ଯାଇଥିଲେ ଭାରତର ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲ। ଦୁହେଁ ମଜା କରିବେ ବୋଲି ସୋ’କୁ ଯାଇଥିବା ବେଳେ ଏହି ସୋ’ରେ ହାର୍ଦ୍ଦିକ, ମହିଳାଙ୍କୁ ନେଇ ଦେଇଥିବା ଅପମାନଜନକ ମନ୍ତବ୍ୟ ସବୁ କିଛି ବଦଳାଇ ଦେଇଥିଲା। ଦୁହେଁ ନଜର ଆସିଥିବା ଅଧ୍ୟାୟକୁ ଡିଜିନି ପ୍ଲସ୍ ହଟଷ୍ଟାରରୁ ହଟାଯିବା ସହ ବିସିସିଆଇ ଦୁହିଁଙ୍କୁ ନିଲମ୍ବିତ କରିଥିଲା। ଏବେ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ରାହୁଲ।

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, “ସେହି ସାକ୍ଷାତକାର ଏକ ଭିନ୍ନ ଦୁନିଆ ଥିଲା। ତାହା ମୋତେ ସମ୍ପୂର୍ଣ୍ଣ ରୂପେ ବଦଳାଇଦେଲା। ମୁଁ ବହୁତ ଲାଜକୁରା ଏବଂ ନରମ ସ୍ବଭାବର ପିଲା ଥିଲି । ହେଲେ ଭାରତ ପାଇଁ ଖେଳିବା ପରେ ମୋ ଭିତରେ ଆତ୍ମବିଶ୍ୱାସ ଆସିଥିଲା। ୧୦୦ଜଣ ଲୋକ ଥିବା କୋଠରୀରେ ମୁଁ ଆରାମରେ ସମସ୍ତଙ୍କ ସହ କଥା ହୋଇପାରୁଥିଲି। ହେଲେ ଏବେ ତାହା ହୋଇପାରୁନାହିଁ। ୨୦୧୯ରେ 'କଫି ଉଇଥ୍ କରଣ'କୁ ଯିବା ପରେ ଯାହା ମୋ ସହ ଘଟିଥିଲା, ତାହା ମୋତେ ଡରାଇ ଦେଇଛି। ମୁଁ ମୋ ସ୍କୁଲରୁ କେବେ ବି ନିଲମ୍ବିତ ହୋଇନଥିଲି। ହେଲେ ଟିମରୁ ନିଲମ୍ବିତ ହେବା ପରେ ମୋତେ ଶକ୍ତ ଧକ୍କା ଲାଗିଥିଲା। ନିଜକୁ କିଭଳି ସମ୍ଭାଳିବି ଜାଣିପାରିନଥିଲି। ସେହି ସାକ୍ଷାତକାର ପରଠାରୁ ମୁଁ ଆଉ ପୂର୍ବ ଭଳି ଲୋକଙ୍କ ସହ କଥା ହୋଇପାରୁନାହିଁ । ”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe