ତିନି ମାସ ପରେ କୋହଲିଙ୍କର ମନେପଡ଼ିଲା ମୃତ ପ୍ରଶଂସକଙ୍କ କଥା

ଆଇପିଏଲର ୧୮ତମ ସିଜିନ୍ ୨୦୨୫ରେ ଖେଳାଯାଇଥିଲା, ଯେଉଁଥିରେ ପ୍ରଥମ ଥର ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଜିତିଥିଲା। ଆରସିବି ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲା,

virato

ନୂଆଦିଲ୍ଲୀ: ଆଇପିଏଲର ୧୮ତମ ସିଜିନ୍ ୨୦୨୫ରେ ଖେଳାଯାଇଥିଲା, ଯେଉଁଥିରେ ପ୍ରଥମ ଥର ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଜିତିଥିଲା। ଆରସିବି ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲା, ଯାହାକୁ ଆରସିବି ୬ ରନରେ ଜିତିଥିଲା। ଯଦିଓ ମ୍ୟାଚ୍ ଅହମ୍ମଦାବାଦରେ ଥିଲା, ଆରସିବି ଫାଇନାଲ୍ ପରଦିନ ବାଙ୍ଗାଲୋରରେ ଟ୍ରଫି ଜିତିବା ଉତ୍ସବ ପାଳନ କରିବାକୁ ଚିନ୍ତା କରିଥିଲା। କିନ୍ତୁ ଏହି ଉତ୍ସବ ଶୋକରେ ପରିଣତ ହୋଇଥିଲା ଏବଂ ଅନେକ ଆରସିବି ପ୍ରଶଂସକ ସେମାନଙ୍କ ଜୀବନ ହରାଇଥିଲେ । ତେବେ ଦୁର୍ଘଟଣାର ତିନି ମାସ ପରେ, ବିରାଟ କୋହଲିଙ୍କର ଏବେ ଏହି କଥା ମନେପଡିଛି |

ଏହାକୁ ନେଇ ବିରାଟ କୋହଲି କହିଛନ୍ତି, "ଜୀବନରେ କିଛି କଥା  ଆପଣଙ୍କୁ ଜୁନ୍ ୪ ଭଳି ହୃଦୟ ବିଦାରକ ଘଟଣା ପାଇଁ ପ୍ରସ୍ତୁତ କରେ ନାହିଁ, ଯାହା ଆମ ଫ୍ରାଞ୍ଚାଇଜିର ଇତିହାସରେ ସବୁଠାରୁ ଖୁସିର ମୁହୂର୍ତ୍ତ ହେବାର ଥିଲା। ଏହା ଏକ ଦୁଃଖଦ ମୁହୂର୍ତ୍ତରେ ପରିଣତ ହୋଇଥିଲା | ମୁଁ ସେହି ଲୋକଙ୍କ ପରିବାର ପାଇଁ ଭାବୁଛି ଏବଂ ପ୍ରାର୍ଥନା କରୁଛି। ଆମର ପ୍ରଶଂସକମାନେ ଆହତ ହୋଇଥିଲେ । ଆପଣଙ୍କ କ୍ଷତି ଏବେ ଆମର କାହାଣୀର ଏକ ଅଂଶ।

 ଏକାଠି ଆମେ ଯତ୍ନ, ସମ୍ମାନ ଏବଂ ଦାୟିତ୍ୱ ସହିତ ଆଗକୁ ବଢ଼ିବୁ।" ଉଲ୍ଲେଖ ଥାଉ କି ଏହି ଘଟଣାରେ ୧୧ ଜଣ ପ୍ରାଣ ହରାଇଥିଲେ । ସୂଚନା ଥାଉ କି ଯେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଆଶାଠାରୁ ଅଧିକ ଭିଡ଼ ଜମା ହୋଇଥିଲା। ଏହା ପରେ ଦଳାଚକଟା ହୋଇଥିଲା, ଯେଉଁଥିରେ ୧୧ ଜଣ ଆରସିବି ପ୍ରଶଂସକଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ, ବିରାଟ କୋହଲି ଘଟଣାର ୩ ମାସ ପରେ ଏହି ଦୁର୍ଘଟଣାକୁ ମନେ ପକାଇଛନ୍ତି। ଏହି ଘଟଣାକୁ ନେଇ ଆରସିବି ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe