ରାଜକୋଟ ଟେଷ୍ଟ: କୋହଲିଙ୍କ ୨୪ ତମ ଟେଷ୍ଟ ଶତକ, ୮ ରନ୍‌ ପାଇଁ ଶତକରୁ ବଞ୍ଚିିତ ହେଲେ ଋଷଭ ପନ୍ଥ

Advertisment
ରାଜକୋଟ ଟେଷ୍ଟ: କୋହଲିଙ୍କ ୨୪ ତମ ଟେଷ୍ଟ ଶତକ, ୮ ରନ୍‌ ପାଇଁ ଶତକରୁ ବଞ୍ଚିିତ ହେଲେ ଋଷଭ ପନ୍ଥ

ରାଜକୋଟ୍‌: ରାଜକୋଟ୍‌ ଠାରେ ଚାଲିଥିବା ଭାରତ-େଓ୍ଵଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟରେ ପୃଥୀ ସଙ୍କ ପଦାର୍ପଣ ଟେଷ୍ଟ ଶତକ ପରେ ଅଧିନାୟକ ବିରାଟ କୋହଲି ଟେଷ୍ଟ ଜୀବନର ୨୪ତମ ଶତକ ହାସଲ କରିଛନ୍ତି। ତେବେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଗତକାଲି ଚେତେଶ୍ୱର ପୂଜାରା ୮୬ରନ କରି ଆଉଟ୍‌ ହୋଇଥିିବା ବେଳେ ଆଜି ଋଷଭ ପନ୍ଥ ମାତ୍ର ୮ ରନ୍‌ ପାଇଁ ଟେଷ୍ଟ ଶତକରୁ ବଞ୍ଚିତ ହୋଇଛନ୍ତି।

publive-image
ଗତକାଲିର ୩୬୪ରନ୍‌ରୁ ଆଜି ଖେଳ ଆରମ୍ଭ କରିଥିବା ଭାରତ ଅଧିନାୟକ ବିରାଟ କୋହଲି ଓ ଷ୍ଟାଇଲିସ ବ୍ୟାଟ୍‌ସମ୍ୟାନ ଋଷଭ ପନ୍ଥଙ୍କ ଯୋଡ଼ି ଏହି  ସ୍କୋରକୁ ବେଶ୍‌ ଦୃତଗତିରେ ଆଗକୁ ବଢ଼ାଇଥିଲେ। ବିଶେଷ କରି ଦିନିକିଆ ଷ୍ଟାଇଲରେ ଖେଳୁଥିବା ଋଷଭ ପନ୍ଥ ଅର୍ଦ୍ଧଶତ ହାସଲ କରିବା ପରେ ଅଧିକ ଆକ୍ରମଣାତ୍ମକ ଖେଳ ଖେଳି ମାତ୍ର ୮ଟି ଚୌକା ଓ ୪ଟି ଛକା ସହିତ ୯୨ରନ କରି ନର୍ଭସ ୯୦ର ଶିକାର ହୋଇଛନ୍ତି। ଋଷଭ ବିଗ୍‌ ହିଟ୍‌ କରିବାକୁ ଯାଇ ଦେବେନ୍ଦ୍ର ବିଶୋହଙ୍କ ବଲରେ କେ ପଲଙ୍କୁ କ୍ୟାଚ୍‌ ଦେଇ ହତାଶରେ ପାଭିଲିୟନ ଫେରିବା ସହିତ ଟେଷ୍ଟ ଶତକରୁ ବଞ୍ଚିତ ହୋଇଛନ୍ତି। ଋଷଭ ପନ୍ତଙ୍କ ଆଉଟ ପରେ ରବୀନ୍ଦ୍ର ଜାଦେଜା ଆସି ଅଧିନାୟକ ବିରାଟ କୋହଲିଙ୍କ ସହିତ ଯୋଗ ଦେଇଛନ୍ତି। ( ଭାରତର ସ୍କୋର: ୧୦୦ ଓଭର, ୪୨୮/୪)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe