କୋଲାବ ଜଳଭଣ୍ଡାର ଫୁଲିଲା, ଶହେ ଏକର ମକା ଓ ପନିପରିବା ଜମିରେ ପଶିଲା ପାଣି

Advertisment

ତିନିଦିନ ଲଘୁଚାପ ଓ ଅବପାତ ବର୍ଷାରେ ଉପରକୋଲାବ ଜଳଭଣ୍ଡାରରେ ଜଳସ୍ତର ବଢ଼ିଛି। ଉପରକୋଲାବ ଜଳଭଣ୍ଡାରର ଜଳଧାରଣ କ୍ଷମତା ୮୫୮  ମିଟର ସର୍ବୋଚ୍ଚ ସ୍ତର ଥିବାବେଳେ ଏବେ ଏହା ୮୫୬.୪୫ ମିଟରକୁ ପହଞ୍ଚିଲାଣି।

ତିନିଦିନ ଲଘୁଚାପ ଓ ଅବପାତ ବର୍ଷାରେ ଉପରକୋଲାବ ଜଳଭଣ୍ଡାରରେ ଜଳସ୍ତର ବଢ଼ିଛି। ଉପରକୋଲାବ ଜଳଭଣ୍ଡାରର ଜଳଧାରଣ କ୍ଷମତା ୮୫୮  ମିଟର ସର୍ବୋଚ୍ଚ ସ୍ତର ଥିବାବେଳେ ଏବେ ଏହା ୮୫୬.୪୫ ମିଟରକୁ ପହଞ୍ଚିଲାଣି।

kolab

କୋରାପୁଟ: ଜିଲ୍ଲାରେ ଲଗାଣ ବର୍ଷା ହେବା ପରେ ରାଜ୍ୟ ପାଣିପାଗ ବିଭାଗ କୋରାପୁଟ ଜିଲ୍ଲାକୁ ରେଡୱାର୍ଣ୍ଣିଂରେ ରଖିଛି। ଅପରପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ସ୍ଥିତିକୁ ମୁକାବିଲା କରିବା ପାଇଁ ଓଡ୍ରାଫ ଟିମ୍, ଅଗ୍ନିଶମ ଓ ୩୦୦ଆପଦମିତ୍ରଙ୍କୁ ପ୍ରସ୍ତୁତ କରି ରଖାଯାଇଥିବା ଜିଲ୍ଲା ଜରୁରୀ ବିଭାଗରୁ ସୂଚନା ମିଳିଛି। ଅପରପକ୍ଷରେ ଗତ ତିନିଦିନ ଲଘୁଚାପ ଓ ଅବପାତ ବର୍ଷାରେ ଉପରକୋଲାବ ଜଳଭଣ୍ଡାରରେ ଜଳସ୍ତର ବଢ଼ିଛି। ଉପରକୋଲାବ ଜଳଭଣ୍ଡାରର ଜଳଧାରଣ କ୍ଷମତା ୮୫୮  ମିଟର ସର୍ବୋଚ୍ଚ ସ୍ତର ଥିବାବେଳେ ଏବେ ଏହା ୮୫୬.୪୫ ମିଟରକୁ ପହଞ୍ଚିଲାଣି। କିନ୍ତୁ ଏହାର ପ୍ରଭାବରେ କୋରାପୁଟ ପୌରପାଳିକାର ୧୭ନଂ ୱାର୍ଡରେ ଥିବା ଚମ୍ପାଗୁଡା ଗାଁ ଏବଂ ଏଠାରେ କରାଯାଇଥିବା ପନିପରିବା ଚାଷ, ମିଠା ମକା ଓ ମକା ଚାଷ ଉପରେ ପଢ଼ିଛି।  

ସୂଚନା ଯୋଗ୍ୟ, ଲଗାଣ ବର୍ଷା ଫଳରେ ଦୁଇ ଦିନରେ ଗତକାଲି କୋରାପୁଟ ବ୍ଲକରେ ୪୦.୪ ମିମି ଓ ଆଜି ୬୯.୬ ମିମି ଏପରି ଦୁଇ ଦିନରେ ୧୧୦ ମିମି ବର୍ଷା ହୋଇଛି। ଆଜି ଦିନକରେ ଲମତାପୁଟ ବ୍ଲକରେ ୧୩୨ମିମି, ସେମିଳିଗୁଡା ବ୍ଲକରେ ୮୬ମିମି,  ନନ୍ଦପୁର ବ୍ଲକରେ ୭୮ମିମି ବର୍ଷା ହୋଇଛି। ଏହି ବର୍ଷା ଜଳ ଉପରକୋଲାବ ଜଳଭଣ୍ଡାରରେ ପ୍ରବେଶ କରିବା ଫଳରେ ଜଳଭଣ୍ଡାରର ଜଳଧାରଣ ବଢ଼ିଛି । ଜଳଭଣ୍ଡାର ଧାରଣ ବଢ଼ିବା ପରେ ଏହି ପାଣି କୋରାପୁଟ ପୌରପାଳିକାର ୧୭ନଂ ୱାର୍ଡରେ ଥିବା ଚମ୍ପାଗୁଡା ଗାଁର ଅତି ନିକଟକୁ ଆସିବା ସହ ଗାଁର ମାତ୍ର ୪୦ଫୁଟ ଦୂରରେ ପାଣି ରହିଛି। ତେବେ ଜଳଭଣ୍ଡାର ପାର୍ଶ୍ବରେ ଗାଁର ମୟ ମାଳି, ରତି ମାଳି, ଚିତ୍ର ମାଳିଙ୍କ ସହ ଅନ୍ୟ ଚାଷୀମାନେ କରିଥିବା ଶହେ ଏକରର ମିଠା ମକା, ମକା, ଓ ପନିପରିବା ଚାଷ ମଧ୍ୟରେ ପାଣି ପଶିଛି। ଫଳରେ ପସଲ ସବୁ ନଷ୍ଟ ହୋଇଛି। ଅପରପକ୍ଷରେ ଗାଁରେ ସାମାନ୍ୟ ପାଣି ପଶିଛି। ଅପରପକ୍ଷରେ ଏହାର ସୂଚନା ପାଇ କୋରାପୁଟ ତହସିଲଦାର ସବିର ସାହା, ପୌରପାଳିକା ଅଧ୍ୟକ୍ଷ ଲଲାଟ ରଂଜନ ସେଠୀ , ଆରଆଇ ଓ ପୌରପାଳିକାର କର୍ମଚାରୀମାନେ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ।

ଏହି ଗ୍ରାମବାସୀଙ୍କୁ ଗାଁ ଛାଡ଼ି ସହରରେ ଥିବା ପୌରପାଳିକାର କ୍ଲଷ୍ଟର ହାଉସକୁ ଆସିବାକୁ ଅନୁରୋଧ କରିଥିଲେ। ତେବେ ଗ୍ରାମବାସୀମାନେ ଗାଁ ଛାଡ଼ି ଆସିବାକୁ ରାଜି ହୋଇନଥିଲେ। ଅପରପକ୍ଷରେ ଜମିରେ ଜଳଭଣ୍ଡାରର ପାଣି ମାଡ଼ିଯିବାରୁ ଫସଲ ନଷ୍ଟ ହୋଇଥିବାରୁ ଏହାର ଆକଳନ କରି ପ୍ରଶାସନ ଓ ରାଜ୍ୟ ସରକାର ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି। ଜଳଭଣ୍ଡାର ହେବା ପରେ ଏହା ଦ୍ବିତୀୟ ଥର ଗାଁ ନିକଟକୁ ପାଣି ଆସିଛି । ଗତ ୧୭ବର୍ଷ ତଳେ ଏଭଳି ପାଣି ଆସିଥିବା କହିଛନ୍ତି ଗ୍ରାମବାସୀ ଓ ପୌରଅଧ୍ୟକ୍ଷ। ଅପରପକ୍ଷରେ ଜଳଭଣ୍ଡାରର ଜଳବୃଦ୍ଧି ହୋଇଥିଲେହେଁ ସେହିପରି କିଛି ବିପଦସଂକୁଳ ସ୍ଥିତିରେ ଉପରକୋଲାବ ଜଳଭଣ୍ଡାର ନାହିଁ ବୋଲି କହିଛନ୍ତି ଜଳଭଣ୍ଡାରର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ.ସନ୍ତୋଷ କୁମାର ମହାପାତ୍ର।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe