କୋଣାର୍କ: ଆମ ଛୁଆ ଭଲ ହୋଇଯିବ, ସବୁ ଛୁଆଙ୍କ ଭଳି ସିଏ ବି ଚାଲିବ, ନା ଆଉ କେବେ ବାତ ମାରିବ ନା ଛୁଆ ଆମର ଅସୁସ୍ଥ ହେବ | କିଛି ଏଭଳି ଗଭୀର ବିଶ୍ୱାସକୁ ନେଇ ଛୁଆଙ୍କୁ ବାଲିରେ ପୋତିଲେ ବାପା-ମା | କୋଣାର୍କର ସୂର୍ଯ୍ୟମନ୍ଦିର ବେଢା ନବଗ୍ରହ ପୀଠରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସେମାନଙ୍କ ଛୁଆଙ୍କୁ ନେଇ ଆସିଥିଲେ | କେହି ବାତ ରୋଗରେ ପୀଡିତ ଥିଲେ ତ କେହି ପୁଣି ପୋଲିଓ ସମସ୍ୟା ଯୋଗୁଁ ଠିକରେ ଚାଲିପାରୁନଥିଲେ |
ନବଗ୍ରହଙ୍କ ପୀଠରେ ମାନସିକ ରଖି ନବଗ୍ରହ ମନ୍ଦିରର ପଶ୍ଚିମ ଦ୍ୱାର ସମ୍ମୁଖରେ ଶିଶୁମାନଙ୍କୁ ବାଲିରେ ଅଣ୍ଟା ପର୍ଯ୍ୟନ୍ତ ପୋତିଲେ ପୋଲିଓ, ବାତ ରୋଗ ଆଦି ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି | ସେଥିପାଇଁ ଶ୍ରଦ୍ଧାଳୁ ମନରେ ବିଶ୍ୱାସ ରଖି ଆଜି ଶତାଧିକ ଶିଶୁଙ୍କୁ ସେମାନଙ୍କର ବାପା-ମା କିଛି ସମୟ ଅଣ୍ଟା ପର୍ଯ୍ୟନ୍ତ ଗାତ ଖୋଳି ବାଲିରେ ପୋତି ନିଜର ମାନସିକ ପୂରଣ କରି ପୂଜାପାଠ କରୁଥିବା ଦେଖିବାକୁ ମିଳିଥିଲା ।
ଆହୁରି ପଢନ୍ତୁ: Stampede At Andhra Temple: ବେଶୀ ଦୂର ନୁହେଁ ମ, ଓଡିଶାରୁ ମାତ୍ର ୧୫ କିଲୋମିଟର ଦୂରତାରେ ଘଟିଛି ଦଳାଚକଟା
ଉଲ୍ଲେଖ ଥାଉ କି, ପବିତ୍ର କାର୍ତ୍ତିକ ମାସ ଶେଷ ଶନିବାର ସୂର୍ଯ୍ୟମନ୍ଦିର ବେଢା ନିକଟସ୍ଥ ନବଗ୍ରହ ପୀଠରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଲୋକାରଣ୍ୟ ହୋଇଉଠିଥିଲା | ପ୍ରତ୍ୟୁଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ଗ୍ରହ ପୀଡାରୁ ମୁକ୍ତି ନିମନ୍ତେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଯୋଗୁଁ ଭକ୍ତିମୟ ପରିବେଶ ହୋଇଥିଲା I ନବଗ୍ରହ ପୀଠରେ ନାହିଁ ନଥିବା ଭିଡକୁ ନଜରରେ ରଖି ପୋଲିସ ପକ୍ଷରୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ଧାଡି ଦର୍ଶନର ବ୍ୟବସ୍ଥା ହୋଇଥିଲା I
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/11/01/nabagraha-2025-11-01-21-07-35.jpg)