କୋରାପୁଟରେ ୧ ଅଭିଜ୍ଞ ଓ ୨ ନୂଆ ମୁହଁଙ୍କ ଭୋଟ୍‌ ଇଭିଏମ୍‌ରେ କଏଦ, ମେ ୨୩କୁ ଅପେକ୍ଷା...

Advertisment
କୋରାପୁଟରେ ୧  ଅଭିଜ୍ଞ ଓ ୨ ନୂଆ ମୁହଁଙ୍କ ଭୋଟ୍‌ ଇଭିଏମ୍‌ରେ କଏଦ, ମେ ୨୩କୁ ଅପେକ୍ଷା...

କୋରାପୁଟ: ରାଜ୍ୟର ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ହେବ ମତଦାନ ସମାପ୍ତ ହୋଇଛି। ୬୦ଲକ୍ଷ ମତଦାତାଙ୍କ ମଧ୍ୟରେ ୩୦ଲକ୍ଷ ମହିଳା ଭୋଟର ରହିଥିବା ବେଳେ ୨୯ଲକ୍ଷ ପୁରୁଷ ମତଦାତା ରହିଛନ୍ତି। ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୭ହଜାର ୨୩୩ବୁଥରେ ଭୋଟ୍‌ ପଡ଼ିଛି। ଏହି ୪ଟି ଲୋକସଭା କ୍ଷେତ୍ର ମଧ୍ୟରୁ ଛନକା ଭରୁଛି କୋରାପୁଟ ଲୋକସଭା କ୍ଷେତ୍ର। କାରଣ ଏବେ କୋରାପୁଟ ଲୋକସଭା ଆସନରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭିତରେ ଲଢ଼େଇ ଜୋରଦାର ହୋଇଛି। ବିଜେପିର ପୁରୁଖା ନେତା ଜୟରାମ ପାଙ୍ଗୀଙ୍କୁ ଚେକ୍‌ ଦେଇଛନ୍ତି ଶାସକ ବିଜେଡିର ମହିଳା ପ୍ରାର୍ଥୀ କୌଶଲ୍ୟ ହିକ୍କକା ଓ କଂଗ୍ରେସର ସପ୍ତଗିରି ଉଲାକା। ପୁରୁଣା ଦୁର୍ଗକୁ ଫେରି ପାଇବାକୁ କଂଗ୍ରେସ କସରତ କରିଥିବା ବେଳେ ଗତ ଦୁଇଟି ର୍ନିବାଚନରେ ବିଜୟଧାରା ବଜାୟ ରଖିଥିବା ବିଜେଡି ହ୍ୟାଟ୍ରିକ୍‌ କରିବାକୁ ଅଣ୍ଟା ଭିଡ଼ିଛି। ସେପଟେ ଉଭୟ ବିଜେଡି ଓ କଂଗ୍ରେସର ପଥ ରୋକିବାକୁ ବିଜେପି ମଧ୍ୟ ବଳ କଷୁଥିବା ଦେଖିବାକୁ ମିଳିଛି।

publive-image

୧୯୭୨ରୁ ୨୦୧୪ ମସିହା ମଧ୍ୟରେ କୋରାପୁଟ ସଂସଦୀୟ କ୍ଷେତ୍ରରେ ମୋଟ୍‌ ୧୩ଥର ର୍ନିବାଚନ ହୋଇଛି। ଏଥିରୁ କଂଗ୍ରେସ ୧୧ ଥର ଓ ବିଜେଡି ୨ ଥର ବାଜି ମାରିଛି। ତେବେ ଚଳିତ ର୍ନିବାଚନରେ ବିଜେପି ତାର ପ୍ରଥମ ବିଜୟ ସ୍ୱାଦ ଚାଖିବାକୁ କମର କଷିଥିବା ଦେଖିବାକୁ ମିଳିଛି। ଚଳିତ ର୍ନିବାଚନରେ ଏହି ଆସନରେ ତିନି ପ୍ରମୁଖ ଦଳ ୩ ପ୍ରାର୍ଥୀ ମୈଦାନରେ ଜିଜାନ୍‌ ଲଗାଇ ଦେଇଛନ୍ତି। କୋରାପୁଟର ମତଦାତାମାନେ ନିଜର ମତ ଦେଇ ସାରିଛନ୍ତି। ତେବେ ୩ ଦଳର ନେତାଙ୍କ ଭିତରୁ କାହାକୁ ସଂସଦ ଯିବାର ସୁଯୋଗ ମିଳୁଛି ତାହା ଦେଖିବା ବାକି ରହିଲା।

ବିଜେଡିରୁ ଟିକେଟ୍‌ ପାଇଥିବା କୌଶଲ୍ୟା ହିକକା ଶିକ୍ଷକତା ଛାଡ଼ି ପ୍ରଥମଥର ରାଜନୀତିକୁ ଓହ୍ଲାଇଛନ୍ତି। ସାଂସଦ ଝିନ୍ନ ହିକକାଙ୍କ ସ୍ତ୍ରୀ କୌଶଲ୍ୟା ବିଜେଡି ପ୍ରାର୍ଥିନୀ ହୋଇଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ସ୍ୱର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ସୁପୁତ୍ର ସପ୍ତଗିରି ଉଲ୍ଲାକା। ସ୍ଥାନୀୟ ଅଞ୍ଚଳରେ ଜଣେ ଇଞ୍ଜିନିୟର ପରିଚିତ ସପ୍ତଗିରୀଙ୍କୁ ଚଳିତବର୍ଷ କଂଗ୍ରେସ ଏଠାରୁ ପ୍ରାର୍ଥୀ କରିଛି। ଅପରପକ୍ଷେ ପୂର୍ବରୁ ମନ୍ତ୍ରୀ ଓ ସାଂସଦ ରହିଥିବା ଜୟରାମ ପାଙ୍ଗୀ ବିଜେପିର ମଙ୍ଗ ଧରିଛନ୍ତି। ସବୁଠାରୁ ରୋଚକ ବିଷୟ ହେଲା ଯେ, ରାଜନୀତିରେ ୪ ଦଶନ୍ଧିର ଅଭିଜ୍ଞତା ରଖିଥିବା ପାଙ୍ଗୀଙ୍କୁ ପ୍ରଥମଥର ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ବିଜେଡି ଓ କଂଗ୍ରେସର ନୂଆ ମୁହଁ ସାମ୍ନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe