ସ୍ଲାଗ୍‌ ଲୋଡିଂବେଳେ ଦୁର୍ଘଟଣା, ଶ୍ରମିକଙ୍କ ମୃତ୍ୟୁ

Advertisment

ରାଉରକେଲା ଇସ୍ପାତ କାରଖାନା ଭିତରେ ସ୍ଲାଗ୍‌ ଲୋଡିଂ କରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇ ଜଣେ ଠିକାସଂସ୍ଥା ଅଧିନରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଜଲଦା ଅଞ୍ଚଳର ମଙ୍ଗଳ ଓରାମ(୫୮)।

ରାଉରକେଲା ଇସ୍ପାତ କାରଖାନା ଭିତରେ ସ୍ଲାଗ୍‌ ଲୋଡିଂ କରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇ ଜଣେ ଠିକାସଂସ୍ଥା ଅଧିନରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଜଲଦା ଅଞ୍ଚଳର ମଙ୍ଗଳ ଓରାମ(୫୮)।

death

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ଭିତରେ ସ୍ଲାଗ୍‌ ଲୋଡିଂ କରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇ ଜଣେ ଠିକାସଂସ୍ଥା ଅଧିନରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଜଲଦା ଅଞ୍ଚଳର ମଙ୍ଗଳ ଓରାମ(୫୮)। ତେବେ ଠିକାସଂସ୍ଥା ଏସ୍‌.ଏସ୍‌. ଟ୍ରେଡିଂ ଏହି ଅଘଟଣ ଲୁଚାଇବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

 ମିଳିଥିବା ସୂଚନାଅନୁସାରେ, ଆର୍‌ଏସ୍‌ପିର ମ୍ୟାଟେରିଆଲ ରିକଭରି ବିଭାଗର ସ୍ଲାଗ୍‌ ଓ ସ୍କ୍ରାପ୍‌ ଚାଲାଣ ପାଇଁ ବୋକାରୋସ୍ଥ ଏସ.ଏସ.ଟ୍ରେଡିଂ ସଂସ୍ଥାକୁ ଠିକା ଦିଆଯାଇଛି। ଉକ୍ତ ଠିକାସଂସ୍ଥା ଏଠାରେ ସ୍ଲାଗ୍‌, ସ୍କ୍ରାପ୍‌ ପରିବହନ କରି କୁଆରମୁଣ୍ଡାର ଏକ କାରଖାନାରେ ବ୍ୟବହାର କରିଥାଏ। ଉକ୍ତ ସଂସ୍ଥା ଅଧିନରେ ଲିଫ୍ଟରଭାବେ ଶ୍ରୀ ଓରାମ ନିୟୋଜିତ ଥିଲେ। 

 ଶୁକ୍ରବାର ସକାଳ ପ୍ରାୟ ୮ଟା। ଶ୍ରୀ ଓରାମ ସ୍କ୍ରାପ୍‌, ସ୍ଲାଗ୍‌ ଲୋଡିଂ କରୁଥିବାବେଳେ ମୁଣ୍ଡରେ ପୋକେଲନ୍‌ ପିଟିହୋଇଥିଲା। ଫଳରେ ସେ ଡମ୍ପିଂ ୟାର୍ଡ‌୍ ଭିତରେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଠିକାସଂସ୍ଥା କାରଖାନା ପରିସରରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆନଯାଇ ଅନ୍ୟ ଏକ ଗାଡ଼ିରେ ବାହାରକୁ ନେଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe