ସିମ୍‌ ଅପ୍‌ଗ୍ରେଡ୍‌ କରିବା ନାଁରେ ଆକାଉଣ୍ଟରୁ ପୋଛିନେଲେ ଲକ୍ଷାଧିକ ଟଙ୍କା

Advertisment

ସିମ୍‌ ଅପ୍‌ଗ୍ରେଡ୍‌ କରିବା ନାଁରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବରେଇଗୋଡା ଗ୍ରାମର ଦୁଃଖବନ୍ଧୁ ମହାନ୍ତଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଜମାଖାତାରୁ ୧ ଲକ୍ଷ ୮ ହଜାର ୯୯୭ ଟଙ୍କା ପୋଛି ନେଇଛନ୍ତି ସାଇବର ଠକ।

ସିମ୍‌ ଅପ୍‌ଗ୍ରେଡ୍‌ କରିବା ନାଁରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବରେଇଗୋଡା ଗ୍ରାମର ଦୁଃଖବନ୍ଧୁ ମହାନ୍ତଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଜମାଖାତାରୁ ୧ ଲକ୍ଷ ୮ ହଜାର ୯୯୭ ଟଙ୍କା ପୋଛି ନେଇଛନ୍ତି ସାଇବର ଠକ।

ଭାଇ-ଭଉଣୀଙ୍କ ସମ୍ପର୍କ ଉପରେ ଅଛି ସାଇବର ଠକଙ୍କ ନଜର

ହରିଚନ୍ଦନପୁର: ସିମ୍‌ ଅପ୍‌ଗ୍ରେଡ୍‌ କରିବା ନାଁରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବରେଇଗୋଡା ଗ୍ରାମର ଦୁଃଖବନ୍ଧୁ ମହାନ୍ତଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଜମାଖାତାରୁ ୧ ଲକ୍ଷ ୮ ହଜାର ୯୯୭ ଟଙ୍କା ପୋଛି ନେଇଛନ୍ତି ସାଇବର ଠକ। ଦୁଃଖାବନ୍ଧୁଙ୍କ ସୂଚନା ଅନୁଯାୟୀ, ରେବଣାପଳାଶପାଳ ଗ୍ରାମରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗ୍ରାହକ ସେବାକେନ୍ଦ୍ରରେ ସେ ଏକ ଜମାଖାତା ଖୋଲିଥିଲେ। ସେଥିରେ ଦୁଇଲକ୍ଷ ଟଙ୍କା ଥିଲା। ୧୮ ତାରିଖରେ ଜଣେ ବ୍ୟକ୍ତି ଫୋନ୍‌ କରି ଜିଓ ଅଫିସର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ଜିଓ ସିମ୍‌କୁ ୪-ଜିରୁ ୫-ଜିକୁ ଅପ୍‌ଗ୍ରେଡ୍‌ କରିଦେବେ ବୋଲି କହିଥିଲେ। ଏଥିପାଇଁ ୨୪ ଘଣ୍ଟା ମୋବାଇଲ ବନ୍ଦ ରହିବ ବୋଲି ସୂଚନା ଦେଇଥିଲେ। ଏହାପରେ ମୋବାଇଲ ତୁରନ୍ତ ସ୍ବିଚ୍‌ଅଫ୍‌ ହୋଇଗଲା। ୨୪ ଘଣ୍ଟା ପରେ ବି ଖୋଲିଲା ନାହିଁ।

ଦୁଃଖବନ୍ଧୁ ୨୦ ତାରିଖରେ ହରିଚନ୍ଦନପୁରସ୍ଥିତ ଜିଓ କାର୍ଯ୍ୟାଳୟକୁ ଯାଇ ଆଧାର କାର୍ଡ ଦେଇ ନୂତନ ସିମ୍‌ ନେଇଥିଲେ। ୨୧ ତାରିଖରେ ଗ୍ରାହକ ସେବାକେନ୍ଦ୍ରରେ ଜମାଖାତା ଯାଞ୍ଚ କଲାବେଳେ ଦୁଇଥରରେ ୬୯୯୯ ଟଙ୍କା କଟିଥିବା ସେ ଜାଣିବାକୁ ପାଇଥିଲେ। ୨୩ ତାରିଖରେ ତାଙ୍କ ଜମାଖାତାରୁ ପୁଣି ୯୯ ହଜାର ୯୯୯ ଟଙ୍କା ଏବଂ ୨୪ ତାରିଖରେ ୧୯୯୯ ଟଙ୍କା କଟିଥିବା ଦୁଃଖବନ୍ଧୁ କହିଛନ୍ତି। ଏ ସେ ସମ୍ପର୍କରେ ସେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। ଆଜି ଥାନାରେ ଅଭିଯୋଗ କରିବେ ବୋଲି ଦୁଃଖବନ୍ଧୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe