ତେଜସ୍ୱୀ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ: ଲାଲୁ

Advertisment

ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର ରାଜନୀତିରେ ଯୋଗଦେବା ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ, ଆରଜେଡି ସୁପ୍ରିମୋ ଲାଲୁ ଯାଦବ ରବିବାର ଏକ ବଡ଼ ବୟାନ ଦେଇଛନ୍ତି। ଆରଜେଡି ସୁପ୍ରିମୋ କହିଛନ୍ତି ଯେ ଏଥର ତେଜସ୍ୱୀ ମୁଖ୍ୟମନ୍ତ୍ରୀ ହେବେ

ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର ରାଜନୀତିରେ ଯୋଗଦେବା ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ, ଆରଜେଡି ସୁପ୍ରିମୋ ଲାଲୁ ଯାଦବ ରବିବାର ଏକ ବଡ଼ ବୟାନ ଦେଇଛନ୍ତି। ଆରଜେଡି ସୁପ୍ରିମୋ କହିଛନ୍ତି ଯେ ଏଥର ତେଜସ୍ୱୀ ମୁଖ୍ୟମନ୍ତ୍ରୀ ହେବେ

ରେଳରେ ଚାକିରି ପାଇଁ ଜମି ଦୁର୍ନୀତି: ଲାଲୁ, ରାବଡ଼ି ଓ ତେଜସ୍ବୀ ଅନ୍ତିମ ହିତାଧିକାରୀ

ପାଟନା: ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର ରାଜନୀତିରେ ଯୋଗଦେବା ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ, ଆରଜେଡି ସୁପ୍ରିମୋ ଲାଲୁ ଯାଦବ ରବିବାର ଏକ ବଡ଼ ବୟାନ ଦେଇଛନ୍ତି। ଆରଜେଡି ସୁପ୍ରିମୋ କହିଛନ୍ତି ଯେ ଏଥର ତେଜସ୍ୱୀ ମୁଖ୍ୟମନ୍ତ୍ରୀ ହେବେ ଏବଂ ଆରଜେଡି ଦ୍ୱାରା ସରକାର ଗଠନ ହେବ। ଯେତେବେଳେ ସାମ୍ବାଦିକମାନେ ଆରଜେଡି ସୁପ୍ରିମୋଙ୍କୁ ପଚାରିଲେ, ସି-ଭୋଟର ସର୍ଭେରେ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରଥମ ପସନ୍ଦ ଭାବେ ବିବେଚନା କରାଯାଉଛି, ଲାଲୁ କହିଛନ୍ତି, ହଁ, ସରକାର ଗଠନ ହେବ | ଯେତେବେଳେ ପଚରାଗଲା ନୀତୀଶ କୁମାରଙ୍କ ପୁଅ ନିଶାନ୍ତ ରାଜନୀତିରେ ଆସିବା ଉଚିତ କି? ଏନେଇ ଲାଲୁ ଯାଦବ କହିଛନ୍ତି ହଁ, ଆସନ୍ତୁ।

ଉଲ୍ଲେଖ ଥାଉ କି କିଛିଦିନ ତଳେ ଲାଲୁଙ୍କ ବଡ଼ ପୁଅ କହିଥିଲେ ଯେ ନିଶାନ୍ତ କୁମାର ଆରଜେଡିରେ ଯୋଗଦେବା ଉଚିତ। ସେ ଏହା ମଧ୍ୟ କହିଛନ୍ତି ଯେ ନୀତିଶ କୁମାର ବିହାରର ଲୋକଙ୍କୁ ଠକିଛନ୍ତି। ଜନସାଧାରଣ ଆଉ ସେମାନଙ୍କ କଥା ଶୁଣିବେ ନାହିଁ। ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କ ବିଷୟରେ ସେ କହିଥିଲେ ଯେ ଏବେ ବିହାରର ଲୋକମାନେ ତାଙ୍କ କଥା ଦ୍ୱାରା ପ୍ରଭାବିତ ହେବେ ନାହିଁ। ନୀତିଶ କୁମାର କ'ଣ କରିଛନ୍ତି? ବିହାରର ଲୋକମାନେ ଏହା ଜାଣନ୍ତି। ପ୍ରକୃତରେ, ନୀତିଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବିହାର ରାଜନୀତିରେ ଯୋଗଦାନକୁ ନେଇ ବିହାରରେ ନିରନ୍ତର କଳ୍ପନାଜଳ୍ପନା ଚାଲିଛି। ଏହି ସମୟରେ, ଲାଲୁ ଯାଦବଙ୍କ ବଡ଼ ପୁଅ ତଥା ଆରଜେଡି ବିଧାୟକ ତେଜ ପ୍ରତାପ ଯାଦବ ନିଶାନ୍ତ କୁମାରଙ୍କୁ ସମାଲୋଚନା କରି ଆରଜେଡିରେ ଯୋଗଦେବାକୁ ପରାମର୍ଶ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe