ଲାଞ୍ଜିଗଡ଼: ଓଡ଼ିଶା ସରକାରଙ୍କ ରାଜସ୍ବ ବିଭାଗ ଦ୍ବାରା ବିଜ୍ଞାପିତ ଲାଞ୍ଜିଗଡ ସବ-ରେଜିଷ୍ଟIର କାର୍ଯ୍ୟାଳୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁର ଠାରେ ସ୍ଥାପନ ନେଇ ଲାଞ୍ଜିଗଡ ଅଞ୍ଚଳବାସୀ ଆଜି ବିରୋଧ କରିଛନ୍ତି । ଆଜି ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁରଠାରେ ଉଦଘାଟନ ତାରିଖ ରହିଥିବା ଯୋଗୁଁ ଲାଞ୍ଜିଗଡ଼ ଅଞ୍ଚଳ ସକାଳ ୬ ଘଣ୍ଟାରୁ ୬ ସନ୍ଧ୍ୟା ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି |
ବାର ଘଣ୍ଟିଆ ବନ୍ଦ ପାଇଁ ଅଞ୍ଚଳର ସ୍କୁଲ, କଲେଜ,ସରକାରୀ, ବେସରକାରୀ ଅଫିସ, ଦୋକାନବଜାର ବନ୍ଦ ରହିଛି | ସ୍ଥାନୀୟ ଲୋକ ବିଶ୍ୱନାଥପୁରରେ ଥିବା ଲାଞ୍ଜିଗଡ଼ ତହସିଲ କାର୍ଯ୍ୟାଳୟକୁ ରାତି ୪ଟାରୁ ତହସିଲ ଅଫିରେ ତାଲା ପକାଇଲେ ଧାରଣା ଦେଇଛନ୍ତି ଲାଞ୍ଜିଗଡ଼ ବାସୀ।
Follow Us