ଦୁର୍ଗାପୂଜାରେ ମୁକ୍ତିଲାଭ କରିଥିଲା ସିଦ୍ଧାନ୍ତ-ରଚନା ଯୋଡ଼ିଙ୍କ ଶେଷ ସିନେମା

୨୦୦୨ ମସିହା ଦୁର୍ଗାପୂଜା ଅବସରରେ ମୁକ୍ତିଲାଭ କରିଥିଲା ସିଦ୍ଧାନ୍ତ-ରଚନା ଯୋଡ଼ିଙ୍କ ଶେଷ ଓଡ଼ିଆ ଛବି ‘ସନ୍ତାନ’ । ଏଥିରେ ସିଦ୍ଧାନ୍ତ ଓ ରଚନାଙ୍କ ବ୍ୟତୀତ ଶ୍ରୀତମ ଦାସ, ଜୟୀ, ସ୍ନିଗ୍ଧା ମହାନ୍ତି, ଅଶୋକ ଦାସ ଓ ସନ୍ଦୀପ ରାଉତ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

siddhant-rachana

ଭୁବନେଶ୍ବର: ଦୁର୍ଗାପୂଜା/ ଦଶହରା କେତେକ କଳାକାରଙ୍କ ପାଇଁ ଖାସ୍। ଏହି ଅବସରରେ କାହାର ପ୍ରଥମ ସିନେମା ରିଲିଜ୍ ହୋଇଥିଲା ତ ପୁଣି କାହାର ଅଧିକାଂଶ ବର୍ଷ ଦୁର୍ଗାପୂଜାରେ ଫିଲ୍ମ ରିଲିଜ୍ ହୋଇଥାଏ। କିଛି ନିର୍ମାତା ବି ପୂଜାରେ ହିଁ ନିଜର ସିନେମା ରିଲିଜ୍ କରିଥାନ୍ତି।  ହେଲେ ଆପଣ ଜାଣନ୍ତି କି ଦୁର୍ଗାପୂଜାରେ ମୁକ୍ତିଲାଭ କରିଥିଲା ସିଦ୍ଧାନ୍ତ-ରଚନା ଯୋଡ଼ିଙ୍କ ଶେଷ ସିନେମା।

Untitled

 ହଁ ୨୦୦୨ ମସିହା ପୂଜା ବଜାର ଅବସରରେ ମୁକ୍ତିଲାଭ କରିଥିଲା ସିଦ୍ଧାନ୍ତ-ରଚନା ଯୋଡ଼ିଙ୍କ ଶେଷ ଓଡ଼ିଆ ଛବି ସନ୍ତାନ ଏଥିରେ ସିଦ୍ଧାନ୍ତ ଓ ରଚନାଙ୍କ ବ୍ୟତୀତ ଶ୍ରୀତମ ଦାସ, ଜୟୀ, ସ୍ନିଗ୍ଧା ମହାନ୍ତି, ଅଶୋକ ଦାସ ଓ ସନ୍ଦୀପ ରାଉତ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସେହି ସମୟରେ ସର୍ବାଧିକ ପ୍ରିଣ୍ଟ ସହ ଫିଲ୍ମଟି ରିଲିଜ୍ ହୋଇଥିଲା। ହିନ୍ଦୀ ଛବି ‘ବେଟା’ର କାହାଣୀ ଛାୟାରେ ନିର୍ମିତ ‘ସନ୍ତାନ’କୁ ଦର୍ଶକ ବେଶ ପସନ୍ଦ ବି କରିଥିଲେ।  ଏହାର ପ୍ରଯୋଜକ ଥିଲେ ସୁବାସ ରାଉତ ଯିଏ କି ଭାଗ୍ୟ ହାତେ ଡୋରୀ’ (୧୯୯୩)ରୁ ଓଲିଉଡରେ ପ୍ରବେଶ କରିଥିଲେପରେ ସେ ସୁନା ପଞ୍ଜୁରୀ’, ‘ଲକ୍ଷ୍ମଣରେଖା’, ‘ଜୀବନସାଥୀ’, ‘ରାମଲକ୍ଷ୍ମଣ’, ‘ସିଂହବାହିନୀଆଦି ଓଡ଼ିଆ ଛବି ନିର୍ମାଣ କରିଥିଲେ

 ସନ୍ତାନ ନିର୍ଦ୍ଦେଶନା ଦେଇଥିଲେ ପ୍ରଖ୍ୟାତ ନିର୍ଦ୍ଦେଶକ ମହମ୍ମଦ ମହସୀନ୍ସେ ୧୯୮୨ରେ ମୁକ୍ତିପ୍ରାପ୍ତ ଫୁଲଚନ୍ଦନରୁ ସ୍ବାଧୀନ ଭାବେ ନିର୍ଦ୍ଦେଶକ ବନିଥିଲେପରେ ତାଙ୍କ ନିର୍ଦ୍ଦେଶି ଦଣ୍ଡାବାଳୁଙ୍ଗା’, ‘ଜନନୀ’, ‘ଜଗା ହାତରେ ପଘା’, ‘ସହରୀ ବାଘ’, ‘ଚକାଭଉଁରୀ’, ଏଇତ ଦୁନିଆଁ, ମମତାର ଡୋରୀ, ବିଧିର ବିଧାନ, ‘ତୋ ବିନୁ ଅନ୍ୟ ଗତି ନାହିଁ, ଲକ୍ଷେ ଶିବ ପୂଜି ପାଇଚି ପୁଅ, ‘ଲକ୍ଷ୍ମଣରେଖା’, ‘ଲକ୍ଷ୍ମୀପ୍ରତିମା’, ‘ମନ ରହିଗଲା ତୁମରିଠାରେଧର୍ମ ସହିଲେ ହେଲାଆଦି ଓଡ଼ିଆ ଛବି ମୁକ୍ତିଲାଭ କରିଥିଲାବିଜୟ ମିଶ୍ର ଏହାର ସଂଳାପ ରଚନା କରିଥିବା ବେଳେ ମଳୟ ମିଶ୍ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ

୨୦୦୨ ମସିହା ପୂଜା ବଜାର ଅବସରରେ ମୁକ୍ତିଲାଭ କରିଥିଲା ସିଦ୍ଧାନ୍ତ-ରଚନା ଯୋଡ଼ିଙ୍କ ଶେଷ ଓଡ଼ିଆ ଛବି ହେଲା ‘ସନ୍ତାନ’ । ଏଥିରେ ସିଦ୍ଧାନ୍ତ ଓ ରଚନାଙ୍କ ବ୍ୟତୀତ ଶ୍ରୀତମ ଦାସ, ଜୟୀ, ସ୍ନିଗ୍ଧା ମହାନ୍ତି, ଅଶୋକ ଦାସ ଓ ସନ୍ଦୀପ ରାଉତ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସେହି ସମୟରେ ସର୍ବାଧିକ ପ୍ରିଣ୍ଟ ସହ ଫିଲ୍ମଟି ରିଲିଜ୍ ହୋଇଥିଲା। ହିନ୍ଦୀ ଛବି ‘ବେଟା’ ଛାୟାରେ ନିର୍ମିତ ‘ସନ୍ତାନ’କୁ ଦର୍ଶକ ବେଶ ପସନ୍ଦ ବି କରିଥିଲେ। 

ସୂଚନାଯୋଗ୍ୟ, ସୁବାସ ରାଉତଙ୍କ ସୁପରହିଟ୍ ସିନେମା ସୁନାପଞ୍ଜୁରିଲକ୍ଷ୍ମଣରେଖାରେ ଅଭିନୟ କରିଥିବା  ସିଦ୍ଧାନ୍ତ ସନ୍ତାନରେ ପୁଣି ସୁବାସଙ୍କ ଶିବିରକୁ ଫେରିଥିଲେଏଣେ ‘ଲକ୍ଷ୍ମଣରେଖା’ ପରେ ରଚନା ଉକ୍ତ ପ୍ରଯୋଜକଙ୍କ ସହ ପୁଣି କାମ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe