ମାଲବାହୀ ଟ୍ରେନ୍ ଧକ୍କା ଦେଲା, କଟିଗଲା ଯୁବକଙ୍କ ଗୋଡ଼

Advertisment

କାମାକ୍ଷାନଗର ଥାନା ଅନଗୁଳ-ସୁକିନ୍ଦା ରେଳପଥର ମହୁପାଳ ନିକଟରେ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ଗୋଡ଼ କଟିଯାଇଛିl ଯୁବକ ଜଣକ ହେଉଛନ୍ତି ମହୁପାଳ ଗାଁର ବିବେକ ପଧାନl

କାମାକ୍ଷାନଗର ଥାନା ଅନଗୁଳ-ସୁକିନ୍ଦା ରେଳପଥର ମହୁପାଳ ନିକଟରେ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ଗୋଡ଼ କଟିଯାଇଛିl ଯୁବକ ଜଣକ ହେଉଛନ୍ତି ମହୁପାଳ ଗାଁର ବିବେକ ପଧାନl

tr458

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନଗୁଳ-ସୁକିନ୍ଦା ରେଳପଥର ମହୁପାଳ ନିକଟରେ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ଗୋଡ଼ କଟିଯାଇଛିl ଯୁବକ ଜଣକ ହେଉଛନ୍ତି ମହୁପାଳ ଗାଁର ବିବେକ ପଧାନl ସୂଚନା ଅନୁସାରେ ବିବେକ ଗାଁର ଅନ୍ୟ ଜଣେ ସାଙ୍ଗଙ୍କ ସହ ଅନଗୁଳ -ସୁକିନ୍ଦା ରେଳପଥ ପାର ହୋଇ ଶୌଚ ନିମନ୍ତେ ଅପରପାର୍ଶ୍ଵକୁ ଯାଉଥିଲେ l ଏହି ସମୟରେ ଏକ ମାଲବାହୀ ଟ୍ରେନ ଧାରଣାରେ ଆସୁଥିବା ବେଳେ ତାହା ବିବେକଙ୍କୁ ଧକ୍କା ଦେଇଥିଲା l ଫଳରେ ବିବେକଙ୍କ ଗୋଡ଼ଟି ସମ୍ପୂର୍ଣ୍ଣ ଭାବେ କଟି ଯାଇଥିଲା।

 ପାଖରେ ଥିବା ଯୁବକଙ୍କ ଠାରୁ ଖବର ପାଇ ପରିବାର ଲୋକ ଗୁରୁତର ଅବସ୍ଥାରେ ବିବେକଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଥିଲେ l ସେଠାରେ ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ବିବେକଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି l 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe