ଗୁହାଳରେ ପଶି ୧୦ ମେଣ୍ଢା ମାରିଲା କଲରାପତରିଆ ବାଘ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅନ୍ତର୍ଗତ ବୋଡେ଼ନ ବ୍ଲକର ବାଗବହାଲ ଭୋଇପଡ଼ା ଗ୍ରାମର ଏକ ବାଘ ମେଣ୍ଢାମାନଙ୍କୁ ମାରୁଥିବା ଜଣାଯାଇଛି। ଦଶଟି ମେଣ୍ଢାର ମୃତ୍ୟୁ ହୋଇଥିବା ବେଳେ ଦଶଟି ମେଣ୍ଢା ଗୁରୁତର ଥିବା ଜଣା ପଡ଼ିଛି।

leopard

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅନ୍ତର୍ଗତ ବୋଡେ଼ନ ବ୍ଲକର ବାଗବହାଲ ଭୋଇପଡ଼ା ଗ୍ରାମର ଏକ କଲରାପତରିଆ ବାଘ ମେଣ୍ଢାମାନଙ୍କୁ ମାରୁଥିବା ଜଣାଯାଇଛି। ଭୋଜରାମ ହାତୀଙ୍କ ମେଣ୍ଢା ଗୁହାଳକୁ ଶୁକ୍ରବାର ରାତ୍ରିରେ କଲରାପତରିଆ ବାଘ ପଶି ମେଣ୍ଢାମାନଙ୍କୁ ଆକ୍ରମଣ କରିଥିଲା।

 ଏହାଫଳରେ ଦଶଟି ମେଣ୍ଢାଙ୍କର ମୃତ୍ୟୁ ହୋଇଥିବା ବେଳେ ଦଶଟି ମେଣ୍ଢା ଗୁରୁତର ଥିବା ଜଣାପଡ଼ିଛି। କଲରାପତରିଆ ବାଘ ମେଣ୍ଢାଗୁଡ଼ିକୁ ଖାଇ ଏଣେ ତେଣେ ଫିଙ୍ଗିଦେଇ ଥିବା ଦେଖା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe