ବ୍ରଜରାଜନଗର: ଅପରେସନ ନେତ୍ରା ଅଧୀନରେ ଝାରସୁଗୁଡ଼ା ପୁଲିସ ଅସାମାଜିକ କାର୍ଯ୍ୟକଳାପ, ନିଶାଦ୍ରବ୍ୟ ଚାଲାଣ, ମାରଣାସ୍ତ୍ର ବ୍ୟବସାୟ, ମହିଳାଙ୍କ ପ୍ରତି ଅପରାଧୀକ କାର୍ଯ୍ୟ ଉପରେ ତୀକ୍ଷ୍ଣ ନଜର ରଖିଛି। ଏହି ମର୍ମରେ ଏକ ଆନ୍ତଜିଲ୍ଲା ଦେଶୀ ମଦ ଚାଲାଣ କରୁଥିବା  ଚାଲାଣକାରୀଙ୍କ ଉପରେ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା  ପୁଲିସ  ନଜର ରଖି ଗ୍ୟାଙ୍ଗର ମୁଖ୍ୟ ସମେତ ୪ ଜଣଙ୍କୁ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତମାନେ ଟିକସ ଫାଙ୍କିବାକୁ ନକଲି ଟ୍ରେଡ୍‌ ମାର୍କର ବ୍ୟବହାର କରୁଥିବା ପୁଲିସ୍‌ ସ୍ପଷ୍ଟ କରିଛି।

Advertisment

ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ 

ଅଭିଯୁକ୍ତମାନେ ହେଲେ ରେଙ୍ଗାଲି ଥାନା ଆମାପାଲିର  ମୁଖ୍ୟ ଅଭିଯୁକ୍ତ ବିକ୍ରମ ଦେହେରୀ(୪୮) ସହିତ ଲୁହାବଗାର ବଲ୍ଲଭ ମେହେର (୩୨),  ଆମାପାଲିର  କୁଳମଣି ମଲ୍ଲିକ(୩୨), ବରଗଡ଼ ଜିଲ୍ଲା  ଅମ୍ବାଭୋନା ଥାନା ଅନ୍ତର୍ଗତ ପ୍ରକାଶପୁର ସରକାରୀ ଦେଶୀ ମଦ ଭାଟିର କର୍ମଚାରୀ ରାହୁଲ ନାଏକ(୨୫) । ଘଟଣା ସ୍ଥଳରୁ  ୧୩ ବସ୍ତା ପ୍ଲାଷ୍ଟିକ ବସ୍ତାରେ ଥିବା ୧୧୨୫ ଲିଟର ଭାଟି ମଦ, ଗୋଟିଏ  ଲାଲ ରଙ୍ଗର   (ସି ଜି ୦୪ ଏଚ ଏନ ,୯୩୫୮ ) ଭ୍ୟାନ ଜବତ ହୋଇଛି। ଅଭିଯୁକ୍ତମାନଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ବ୍ରଜରାଜନଗର ଏସ୍ଡ଼ିପିଓ ଚିନ୍ତାମଣି ପ୍ରଧାନ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: Chhath Puja: ଉଦୟମାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ଶ୍ରଦ୍ଧାଳୁ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପୁଲିସର ସୂଚନା ଅନୁସାରେ ଦୀର୍ଘଦିନ ହେବ ବରଗଡ଼ ଜିଲ୍ଲାରୁ ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଭାଟିରୁ ଝାରସୁଗୁଡ଼ା ଦେଇ ଛତିଶଗଡ଼ର ରାୟଗଡ଼କୁ ଦେଶୀ ମଦ ଚାଲାଣ ହେଉଥିଲା। କଣ୍ଢେଇକେଲାର ଲାଇସେନ୍ସପ୍ରାପ୍ତ ମଦଭାଟିରେ ବରଗଛ ଛାପର ମଦ ମିଳୁଥିବା ବେଳେ ବରଗଡ଼ର ଛାପ ଟର୍ଚ୍ଚ ଲାଇଟ୍‌ ରହିଥିଲା। ଅଭିଯୁକ୍ତମାନେ ବରଗଡ଼ରୁ ଟର୍ଚ୍ଚ ଲାଇଟ୍‌ ଛାପ ମଦକୁ କମ୍‌ ଦାମରେ କିଣିବା ପରେ ସେଗୁଡ଼ିକୁ ବରଗଛ ଛାପ ପ୍ୟାକେଟ୍‌ରେ ଭର୍ତ୍ତି କରିବା ପରେ ଝାରସୁଗୁଡ଼ା ଆଣୁଥିଲେ। ଏଠାରୁ ପୁଣି ଉକ୍ତ ମଦକୁ ସୀମାନ୍ତ ଛତିଶଗଡ଼କୁ ଚାଲାଣ କରାଯାଉଥିଲା। ଏନେଇ ଅଭିଯୋଗ ହେବାରେ ରେଙ୍ଗାଲି ପୁଲିସ୍‌ ଚଢ଼ାଉ କରି ଏକ ବରଗଡ଼ ପଟରୁ ଆସୁଥିବା ଏକ ମଦ ବୋଝେଇ ଗାଡ଼ିକୁ ଅଟକ ରଖି ଯାଞ୍ଚ କରିଥିଲା।  ଜବତ ମଦ ବସ୍ତା ଖୋଲିବା ପରେ ସେଥିରେ ପ୍ରତି ବସ୍ତାରେ  ବରଗଛ  ଛାପ ପାଉଚ ମଦ ୫୦୦ ପ୍ୟାକେଟ ରହିଥିଲା। ଏହି ବରଗଛ ଛାପ ମଦ କଣ୍ଡେଇକେଲା ଭାଟିର ହୋଇଥିବାରୁ ଏହା ବେଆଇନ ତଥା ଜାଲିଆତି ବୋଲି ଜାଣିବାକୁ ପାଇଥିଲେ।ଅଭିଯୁକ୍ତମାନଙ୍କୁ ପଚାରିବା ପରେ ଏହି ମଦ ପ୍ରକାଶପୁର ସରକାରୀ ଦେଶୀ ମଦ ଭାଟିରୁ ଆସିଥିବା ଜାଣିବାକୁ ପାଇଥିଲେ।

ଆହୁରି ପଢ଼ନ୍ତୁ: Heavy Rains In Odisha: ବାତ୍ୟା ‘ମୋନ୍ଥା’ ପ୍ରଭାବ: ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି

ଏହି ରାକେଟର ମୁଖ୍ୟ  ବିକ୍ରମ ଦେହେରୀ ବୋଲି  ଜଣା ପଡିଥିଲା। ସେଠାରେ ଥିବା ମଦ ଟର୍ଚ୍ଚ ଲାଇଟ ମାର୍କ ହୋଇଥିବା ବେଳେ  ଏହି ମଦ ବରଗଛ ମର୍କ ହୋଇଥିବାରୁ   ବଡ଼ ଧରଣର  ବେଆଇନ କାରବାର ହୋଉଥିବା ପୁଲିସ ଜାଣିପାରିଛି। ଏହି ଘଟଣା ପରେ ପ୍ରକାଶପୁଟ ସରକାରୀ ଦେଶୀ ମଦ ଭାଟିର କର୍ମଚାରୀ ଗିରଫ ହୋଇଥିବା ବେଳେ ମ୍ୟାନେଜର ଫେରାର ଥିବା ପୁଲିସ କହିଛି।

Crime | arrested