ଦେଓଗାଁ: ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ଚିକଲବାହାଲ ଏଲକେସିସି ତରଫରୁ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ଅବସରରେ ଅତିଥି ଭାବେ ସରପଞ୍ଚ ସୁରେନ୍ଦ୍ର ବିଶ୍ଵାଳ, ବଲାଙ୍ଗୀର ସାଂସଦଙ୍କ ବ୍ଲକ ପ୍ରତିନିଧି ପୁରୁଷୋତ୍ତମ ସାହୁ ପ୍ରମୁଖ ଯୋଗ ଦେଇ ବିଜୟୀ ଦଳକୁ ପୁରସ୍କୃତ କରିଥିଲେ।
ଏହି ପ୍ରତିଯୋଗିତାର ଫାଇନାଲରେ ବିଜୟୀ ହୋଇ ସନ୍ଧିଜୋର୍ ଦଳ ଚାମ୍ପିଅନ ହୋଇଥିବା ବେଳେ ନୂଆଁପାଲି ଉପ ବିଜେତା ହୋଇଥିଲା। ଫାଇନାଲ ଖେଳର ଶ୍ରେଷ୍ଠ ଖେଳାଳି ଭାବେ ବିଜୟୀ ସନ୍ଧି ଜୋର୍ ଦଳର ସଂଗ୍ରାମ ବଗର୍ତ୍ତି ଏବଂ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ନୂଆଁପାଲି ଦଳର ଦେବେନ୍ ତରିଆ, ଶ୍ରେଷ୍ଠ ବୋଲର ଭାବେ ସନ୍ଧି ଜୋର୍ ଦଳର ଶିବ ପୁରସ୍କୃତ ହୋଇଥିଲେ। ସୁଧୀର ଭୁଏ ଏବଂ ଶ୍ରୀତମ ମଲ୍ଲିକ ଖେଳ ପରିଚାଳନା କରିଥିବା ବେଳେ ଅଚ୍ୟୁତ ବିଶ୍ଵାଳ, ସୁବୁନ୍ଧୁ ପୁଟେଲ, ପ୍ରଶାନ୍ତ ମଲ୍ଲିକ ସହଯୋଗ କରିଥିଲେ।
Follow Us