ଆତଙ୍କ ଖେଳାଇଛି ଦେଶୀ ବନ୍ଧୁକ: ଝାଡ଼ଖଣ୍ଡରୁ କିଣୁଛନ୍ତି, ରାଉରକେଲାରେ ବିକ୍ରି

Advertisment

ବେଶ୍‌ କିଛି ଦିନ ହେଲା ରାଉରକେଲାରେ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ବିଶେଷକରି ଚୋରି, ଡକାୟତି, ଛିନ୍‌ତାଇ ଆଶାତୀତ ବୃଦ୍ଧି ପାଇଛି। ତେବେ ଏସବୁ ଭିତରେ ଯାହା ସମସ୍ତଙ୍କୁ ଆତଙ୍କିତ କରିଛି, ତାହା ହେଲେ ଅପରାଧୀଙ୍କ ଦ୍ବାରା ଦେଶୀ ବନ୍ଧୁକର ବ୍ୟବହାର।

ବେଶ୍‌ କିଛି ଦିନ ହେଲା ରାଉରକେଲାରେ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ବିଶେଷକରି ଚୋରି, ଡକାୟତି, ଛିନ୍‌ତାଇ ଆଶାତୀତ ବୃଦ୍ଧି ପାଇଛି। ତେବେ ଏସବୁ ଭିତରେ ଯାହା ସମସ୍ତଙ୍କୁ ଆତଙ୍କିତ କରିଛି, ତାହା ହେଲେ ଅପରାଧୀଙ୍କ ଦ୍ବାରା ଦେଶୀ ବନ୍ଧୁକର ବ୍ୟବହାର।

bhj
ରାଉରକେଲା: ବେଶ୍‌ କିଛି ଦିନ ହେଲା ରାଉରକେଲାରେ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ବିଶେଷକରି ଚୋରି, ଡକାୟତି, ଛିନ୍‌ତାଇ ଆଶାତୀତ ବୃଦ୍ଧି ପାଇଛି। ତେବେ ଏସବୁ ଭିତରେ ଯାହା ସମସ୍ତଙ୍କୁ ଆତଙ୍କିତ କରିଛି, ତାହା ହେଲେ ଅପରାଧୀଙ୍କ ଦ୍ବାରା ଦେଶୀ ବନ୍ଧୁକର ବ୍ୟବହାର। କେତେବେଳେ ମୁଣ୍ଡରେ ବନ୍ଧୁକ ଦେଖାଇ ଦିନ ଦ୍ବିପ୍ରହରରେ ଲୁଟୁଛନ୍ତି ତ ପୁଣି କେତେବେଳେ ବନ୍ଧୁକ ମୁନରେ ବନ୍ଧକ ରଖି ଡକାୟତି କରୁଛନ୍ତି। ମୋଟାମୋଟିଭାବେ, ଦୁର୍ବୃତ୍ତଙ୍କ ପାଖରେ ଏବେ ଦେଶୀ ବନ୍ଧୁକ ମାଳ ମାଳ। ତେବେ ଏହି ବନ୍ଧୁକ ଆସିଲା କେଉଁଠୁ? ଅସାମାଜିକ ତତ୍ତ୍ବଙ୍କୁ କମ୍‌ ଦରରେ ବନ୍ଧୁକ କିଏ ବିକ୍ରି କରୁଛି? ତାହା ଏବେ ବିରାଟ ପ୍ରଶ୍ନ ସୃଷ୍ଟି କଲାଣି। ଏହାସହ ସହରର ସୁରକ୍ଷା ବ୍ୟବସ୍ଥାକୁ ଖୋଲା ଚାଲେଞ୍ଜ୍‌ ସଦୃଶ।

ଚଳିତ ଡିସେମ୍ବର ମାସରେ ଏଭଳି ଏକାଧିକ ଅପରାଧିକ କାର୍ଯ୍ୟକଳାପ ଦେଖିବାକୁ ମିଳିଛି, ଯେଉଁଥିରେ ବନ୍ଧୁକର ବ୍ୟବହାର କରାଯାଇଥିଲା। ପୁଲିସ କିଛିମାତ୍ରାରେ ଧରପଗଡ଼ କରୁଛି ସତ, କିନ୍ତୁ ଏହା ପର୍ଯ୍ୟାପ୍ତ ହେଉନି। ଏସବୁ ଦେଶୀ ବନ୍ଧୁକ ଝାଡ଼ଖଣ୍ଡରୁ ଆସୁଥିବା ସୂଚନା ମିଳିଛି। ବନ୍ଧୁକ ବେପାରରେ ଏକାଧିକ ଅପରାଧୀ ସଂପୃକ୍ତ। ଏମାନେ ଝାଡ଼ଖଣ୍ଡରୁ ମାତ୍ରା ୮/୧୦ ହଜାର ଟଙ୍କାରେ ଦେଶୀ ବନ୍ଧୁକ କିଣୁଛନ୍ତି। ପରେ ଉକ୍ତ ବନ୍ଧୁକକୁ ରାଉରକେଲାରେ ୪୫/୫୦ ହଜାର ଟଙ୍କାରେ ବିକ୍ରି କରୁଥିବା ଜଣାପଡ଼ିଛି।

ଚଳିତ ଡିସେମ୍ବର ମାସରେ ଏଭଳି ଏକାଧିକ ଆପରାଧିକ କାର୍ଯ୍ୟକଳାପ ଦେଖିବାକୁ ମିଳିଛି, ଯେଉଁଥିରେ ବନ୍ଧୁକର ବ୍ୟବହାର କରାଯାଇଥିଲା। ପୁଲିସ କିଛିମାତ୍ରାରେ ଧରପଗଡ଼ କରୁଛି ସତ, କିନ୍ତୁ ଏହା ପର୍ଯ୍ୟାପ୍ତ ହେଉନି। ଏସବୁ ଦେଶୀ ବନ୍ଧୁକ ଝାଡ଼ଖଣ୍ଡରୁ ଆସୁଥିବା ସୂଚନା ମିଳିଛି। ବନ୍ଧୁକ ବେପାରରେ ଏକାଧିକ ଅପରାଧୀ ସଂପୃକ୍ତ। ଏମାନେ ଝାଡ଼ଖଣ୍ଡରୁ ମାତ୍ରା ୮/୧୦ ହଜାର ଟଙ୍କାରେ ଦେଶୀ ବନ୍ଧୁକ କିଣୁଛନ୍ତି। ପରେ ଉକ୍ତ ବନ୍ଧୁକକୁ ରାଉରକେଲାରେ ୪୫/୫୦ ହଜାର ଟଙ୍କାରେ ବିକ୍ରି କରୁଥିବା ଜଣାପଡ଼ିଛି। ଗତ ୧୫ ତାରିଖରେ ଧରାପଡ଼ିଥିବା ବନ୍ଧୁକ ବେପାରୀ ଏଭଳି ଢଙ୍ଗରେ ବେପାର ଜାରି ରଖିଥିଲା। ଜଣେ ଯୁକ୍ତ ଦୁଇ ଛାତ୍ର ନିଜେ ଗ୍ରାହକ ସାଜି ଏହି ବନ୍ଧୁକ ବେପାର ଉପରୁ ପରଦା ଉଠାଇଥିଲେ। ସଂପୃକ୍ତ ଛାତ୍ରଙ୍କୁ ବେପାରୀ ସୁମିତ ରଞ୍ଜନ ରାଉତ(୨୩) ୪୫ ହଜାର ଟଙ୍କାରେ ବନ୍ଧୁକ ବିକ୍ରି କରୁଥିବାବେଳେ ପୂର୍ବରୁ ପ୍ରସ୍ତୁତ ପୁଲିସ ତାକୁ କାବୁ କରିନେଇଥିଲା। ସେହିଭଳି ଗତ ୨୫ ତାରିଖରେ ସ୍ଥାନୀୟ ଇଦ୍‌ଗା ପଡ଼ିଆରେ ଡକାୟତିପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ୬ ଜଣ ଡକାୟତଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ମଧ୍ୟ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଥିଲା। ଗତ ୨୪ ତାରିଖରେ ଦିନ ଦ୍ବିପ୍ରହରରେ ଶିଳ୍ପାଞ୍ଚଳରେ ଜଣେ ଫ୍ଳିପ୍‌କାର୍ଟ କର୍ମଚାରୀଙ୍କଠୁ ୫ ଲକ୍ଷ ୮୫ ହଜାର ଟଙ୍କା ଲୁଟିନେଇଥିଲେ ୩ ଲୁଟେରା। ଦୁର୍ବୃତ୍ତମାନେ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ଭର୍ତ୍ତିବ୍ୟାଗ୍‌ ଲୁଟିନେଇଥିଲେ। ଗତ ୨୨ ତାରିଖରେ ଯୁବହଷ୍ଟେଲ ରାଉରକେଲା ଶାଖା ପକ୍ଷରୁ ସେକ୍ଟର-୨ ଦୁର୍ଗାପୂଜା ପଡ଼ିଆରେ ଆୟୋଜିତ ମିନିମାରାଥନରେ ଗୁଳିମାଡ଼ ହୋଇଥିଲା। ଗୁଳିମାଡ଼ରେ ଅନୁଷ୍ଠାନର ଜଣେ ସଦସ୍ୟ(୪୬) ଆହତ ହୋଇଥିବାବେଳେ ପାଖରେ ଥିବା ବହୁସଂଖ୍ୟକ ଛାତ୍ରଛାତ୍ରୀ ଅଳ୍ପକେ ବଞ୍ଚିଯାଇଥିଲେ। ଗତ ୧୨ ତାରିଖରେ ଟିକାୟତପାଲି ଝିର୍ଡାପାଲିରେ ଅଭିଯୁକ୍ତ ଦେବେନ କୁମାର ବେହେରା ପତ୍ନୀ ଶ୍ୟାମାମୟୀଙ୍କୁ ଗୁଳିକରି ହତ୍ୟା କରିଥିଲେ। ଉଦିତନଗର କୋର୍ଟରେ ଏଏସ୍‌ଆଇ ଥିବା ଭିଣୋଇ ସତ୍ୟ ନାରାୟଣ ବେହେରା ତାକୁ ଏକ ଦେଶୀ ବନ୍ଧୁକ ଯୋଗାଇଥିଲେ।
ଗତ ନଭେମ୍ବର ୧୭ ତାରିଖରେ ଧରାପଡ଼ିଥିବା ଡକାୟତଙ୍କ ପାଖରୁ କେବଳ ଦେଶୀ ବନ୍ଧୁକ ନୁହେଁ, ବରଂ ୨ଟି ଜୀବନ୍ତ ବୋମା ମଧ୍ୟ ଜବତ ହୋଇଥିଲା। ଡକାୟତି କରିବାକୁ ସ୍ଥାନୀୟ ତରକେରା ପମ୍ପ ହାଉସ୍‌ ପାଚେରୀ ପାଖରେ ପାଖାପାଖି ୭/୮ ଜଣ ଡକାୟତ ଠୁଲ ହୋଇଥିଲେ। ସେମାନେ ପଥଚାରୀ/ଟ୍ରକ୍‌ ଚାଳକଙ୍କଠାରୁ ସଶସ୍ତ୍ର ଡକାୟତି ପାଇଁ ପ୍ରସ୍ତୁତ ହେଉଥିବାବେଳେ ପୁଲିସ ନଜରରେ ପଡ଼ିଯାଇଥିଲେ। ଛୋଟଛୋଟ ଲୁଟେରା ଦେଶୀ ବନ୍ଧୁକ ବ୍ୟବହାର କରୁଥିବା ସହରବାସୀ ଅସୁରକ୍ଷିତ ମନେ କରିବା ସ୍ବାଭାବିକ୍‌। ଏହି ଦେଶୀ ବନ୍ଧୁକ କାରବାରରେ ସଂପୂର୍ଣ୍ଣ ଅଙ୍କୁଶ ଲଗାଇବା ହିଁ ବର୍ତ୍ତମାନର ଆବଶ୍ୟକତା ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe