କ୍ବାରେଣ୍ଟାଇନ୍‌ରେ ସରିଲା ବିବାହ ଯୋଜନା ! ୮୫୦ କିମି ସାଇକେଲରେ ଆସିବା ପରେ କର୍ତ୍ତୃପକ୍ଷଙ୍କ ହାବୁଡ଼ରେ ପଡ଼ିଲେ ବର

Advertisment
କ୍ବାରେଣ୍ଟାଇନ୍‌ରେ ସରିଲା ବିବାହ ଯୋଜନା ! ୮୫୦ କିମି ସାଇକେଲରେ ଆସିବା ପରେ କର୍ତ୍ତୃପକ୍ଷଙ୍କ ହାବୁଡ଼ରେ ପଡ଼ିଲେ ବର

newindianexpress

ବଲମ୍‌ପୁର: କ୍ବାରେଣ୍ଟାଇାନ୍‌ରେ ଶେଷ ହେଲା ବିବାହ ଯୋଜନା! ନିଜ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ପଞ୍ଚାବର ଲୁଧିଆନାରୁ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ସାଇକେଲ୍‌ରେ ଅ‌ାସୁଥିବା ଜଣେ ଯୁବକଙ୍କୁ ସ୍ଥାନୀୟ କର୍ତ୍ତୃପକ୍ଷ ଧରି ନେଇ କ୍ବାରେଣ୍ଟାଇନ୍‌ରେ ରଖିଛନ୍ତି। ଯୁବକଙ୍କ ସହ ତାଙ୍କର ୩ ଜଣ ବନ୍ଧୁ ମଧ୍ୟ ଥିଲେ। ସେମାନେ ସମସ୍ତେ ମିଶି ପ୍ରାୟ ୮୫୦ କିଲୋମିଟର ବାଟ ଅତିକ୍ରମ କରି ସାରିଥିଲେ। ଆଉ ମାତ୍ର ୧୫୦ କିଲୋମିଟର ପରେ ଯୁବକଙ୍କ ଘରେ ପହଞ୍ଚିଥାଆନ୍ତେ । ସେମାନେ ସାଇକେଲ୍‌ ଚଳାଇ ପ୍ରାୟ ଏକ ସପ୍ତାହ ଧରି ଆସିବା ପରେ ନିଜ ଘର ନିକଟତର ହୋଇଥିଲେ। ମାତ୍ର ନିୟମ ଅନୁଯାୟୀ ‌କର୍ତ୍ତୃପକ୍ଷ ସେମାନଙ୍କୁ ଧରିବା ପରେ କ୍ବାରେଣ୍ଟାଇନ୍‌ ଗୃହକୁ ପଠାଇ ଦେଇଛନ୍ତି। ସେଠାରେ ସେମାନଙ୍କୁ ରଖାଯିବ। ୧୪ ଦିନ ପରେ ପରୀକ୍ଷା ରିପୋର୍ଟରୁ ଯଦି କରୋନା ନେଗେଟିଭ୍‌ ଆସେ ତେବେ ଘରକୁ ଯିବାକୁ ଅନୁମତି ମିଳିବ।

ଜାଣିବାକୁ ମିଳିଛି ଯେ ଯୁବକ ଜଣଙ୍କର ବିବାହ ସ୍ଥିର ହ‌ୋଇ ଯାଇଥିଲା। ଏପ୍ରିଲ୍‌ ୧୫ ତାରିଖରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ। ମାତ୍ର ଲକ୍‌ଡାଉନ୍‌ ସକାଶେ ଗାଡ଼ି ମଟର ସବୁ ବନ୍ଦ ହୋଇଥିବା କାରଣରୁ ଯୁକବ ଜଣକ ଅନ୍ୟ କିଛି ପନ୍ଥା ନ ପାଇ ସାଇକେଲ୍‌ ଯୋଗ‌େ ନିଜ ଘରକୁ ଆସିବାକୁ ବାହାରିଥିଲେ। ଘରେ ପହଞ୍ଚିଥିଲେ ନିରାଡମ୍ବର ବେଳେ ତାଙ୍କର ବାହାଘର ସଂପନ୍ନ ହୋଇଥାନ୍ତା। ମାତ୍ର ଅଧା ବାଟରେ କର୍ତ୍ତୃପକ୍ଷଙ୍କ ହାତରେ ପଡ଼ିବା ପରେ ତାଙ୍କ ବିବାହ ଇଚ୍ଛା ମନରେ ରହିଯାଇଛି। ସେମାନେ ଏବେ ୧୪ ଦିନ ପର୍ଯ୍ୟନ୍ତ କ୍ବାରେଣ୍ଟାଇନ୍‌ରେ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe