ଯୁବତୀଙ୍କୁ ଅପହରଣ ନେଇ ଅଭିଯୋଗ, ଥାନା ଘେରିଲେ ଗ୍ରାମବାସୀ

Advertisment
ଯୁବତୀଙ୍କୁ ଅପହରଣ ନେଇ ଅଭିଯୋଗ, ଥାନା ଘେରିଲେ ଗ୍ରାମବାସୀ

ଖଡିଆଳ: ନୂଆପଡା ଜିଲା ଖଡିଆଳ ବ୍ଲକ ତୁକଲା ଗ୍ରାମର ଜଣେ ଯୁବତୀଙ୍କୁ ଅପହରଣ କରାଯାଇଥିବା ନେଇ ଗତ ୨୦ ତାରିଖ ଦିନ ଯୁବତୀଙ୍କ ବାପା ଖଡିଆଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ପୁଲିସ ଅଭିଯୋଗ ହେବାର ୪ ଦିନ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଲୋକେ ରବିବାର ଥାନାକୁ ଘେରାଉ କରିଥିଲେ । ସେମାନେ ଥାନା ଭିତରକୁ ପଶି ପୁଲିସ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଆନ୍ଦୋଳନକାରୀଙ୍କ ସହ ଖଡିଆଳ ଏସଡିପିଓ ବୁଝାସୁଝା କରି ୨ ଦିନ ଭିତରେ ଅଭିଯୁକ୍ତ ଅପହରଣକାରୀ ମାନଙ୍କୁ ଗିରଫ କରାଯିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଗ୍ରାମର ଜଣେ ଯୁବତୀ ଗତ ୨୦ ତାରିଖ ଦିନ ଭବାନୀପାଟଣାରୁ ତୁକଲା ଗ୍ରାମର ଦୁଷ୍ମନ୍ତ ନିଆଲ ନାମକ ଯୁବକ ଯୁବତୀଙ୍କୁ ଅପହରଣ କରି କେଉଁ ଆଡେ ନେଇ ଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି। ଯୁବତୀଙ୍କ ବାପା ଖଡିଆଳ ଥାନାରେ ଏହି ଅଭିଯୋଗ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe