ଏହି ବିଜେପି ପ୍ରାର୍ଥୀ ୨ ଶହ କୋଟି ଟଙ୍କାର ମାଲିକାଣୀ

Advertisment
ଏହି ବିଜେପି ପ୍ରାର୍ଥୀ ୨ ଶହ କୋଟି ଟଙ୍କାର ମାଲିକାଣୀ

jagran.com

ଡେରାଡୁନ୍‌: ତିହିରି ଲୋକସଭା ଆସନ ପାଇଁ ନିର୍ବାଚନ ଲଢୁଥିବା ଭାଜପା ପ୍ରାର୍ଥୀ ମାଲା ରାଜ୍ୟ ଲକ୍ଷ୍ମୀ ଶାହା ତାଙ୍କର ରାଜନୈତିକ ଦକ୍ଷତା ଅପେକ୍ଷା ନିଜର ସମ୍ପତ୍ତିକୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଜାଣିବାକୁ ମିଳିଛି ଯେ ତାଙ୍କ ସ୍ୱାମୀଙ୍କ ନିକଟରେ ୧୮୪.୨୧ କୋଟି ଟଙ୍କାର ସମ୍ପତ୍ତି ରହିଛି। ସେଥି ମଧ୍ୟରୁ ୧୪୬.୯୫ କୋଟି ଟଙ୍କାର ସ୍ତାବର ଶ୍ରେଣୀର ସମ୍ପତ୍ତି ରହିଛି। ଏହା ବ୍ୟତୀତ ବ୍ୟାଙ୍କ୍‌ ପୁଞ୍ଜି, ଗାଡ଼ି ଓ ଅଳଙ୍କାର ଆଦି ମିଶାଇଲେ ୩୫.୪୫ କୋଟି ଟଙ୍କାର ସମ୍ପତ୍ତିର ମାଲିକାଣୀ ହେଉଛନ୍ତି ଏହି ବିଜେପି ପ୍ରାର୍ଥୀ।

ତେବେ ରିପୋର୍ଟରୁ ଜାଣିବାକୁ ମିଳିଛି ଭାଜପା ନେତ୍ରୀ ମାଲା ରାଜ୍ୟ ଲକ୍ଷ୍ମୀ ଶାହାଙ୍କ ସ୍ୱାମୀଙ୍କ ମୁଣ୍ଡ ଉପରେ ୧୩୦ କୋଟି ଟଙ୍କାର କରଜ ମଧ୍ୟ ରହିଛି। ସେହିପରି ଭାଜପା ନେତ୍ରୀଙ୍କ ମୁଣ୍ଡରେ ମଧ୍ୟ ୩୫ କୋଟି ଟଙ୍କାର କରଜ ଥିବା ଜାଣିବାକୁ ମିଳିଛି।

ନାମାଙ୍କନ ସମୟରେ ଦାଖଲ କରାଯାଇଥିବା ଶପଥ ଅନୁସାରେ, ତିହିରି ଲୋକସଭା ଆସନ ପାଇଁ ନିର୍ବାଚନ ଲଢୁଥିବା ଭାଜପା ପ୍ରାର୍ଥୀ ମାଲା ରାଜ୍ୟ ଲକ୍ଷ୍ମୀ ଶାହାଙ୍କ ପତିଙ୍କର ସମୁଦାୟ ୫୯ଟି ପୁଞ୍ଜି ନିବେଶ ଆକାଉଣ୍ଟ୍‌ ରହିଛି। ଏହା ବ୍ୟତୀତ ୧୭ଟି ପାରିବାରିକ ଖାତା ବି ରହିଛି।

ଅଳଙ୍କାର କଥା କହିଲେ ତାଙ୍କ ନିକଟରେ ୧୯୪୭ ଗ୍ରାମ ସୁନା ଓ ୧୪୦ରୁ ଅଧିକ କିଲୋ ରୁପା ରହିଛି। ସେ ୨୦୧୭-୧୮ ମସିହାରେ ୧୬ ଲକ୍ଷ ୬୪ ହଜାର ୪୧୨ ଟଙ୍କା ଆୟକର ଟିଟର୍ଣ୍ଣ ଭରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe