ନିର୍ବାଚନୀ ହିଂସା: ପଶ୍ଚିମବଙ୍ଗରେ ବିଜେପି-ଟିଏମ୍‌ସି ମୁହାଁମୁହିଁ, ଜମ୍ମୁ-କଶ୍ମୀରର ୨ଟି ମତଦାନ କେନ୍ଦ୍ରରେ ଗ୍ରେନେଡ୍‌ ଆକ୍ରମଣ

Advertisment
ନିର୍ବାଚନୀ ହିଂସା: ପଶ୍ଚିମବଙ୍ଗରେ ବିଜେପି-ଟିଏମ୍‌ସି ମୁହାଁମୁହିଁ, ଜମ୍ମୁ-କଶ୍ମୀରର ୨ଟି ମତଦାନ କେନ୍ଦ୍ରରେ ଗ୍ରେନେଡ୍‌ ଆକ୍ରମଣ

zeenews.india.com

ନୂଆଦିଲ୍ଲୀ: ସୋମବାର ୭ଟି ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତ ଗ୍ରହଣ ଚାଲିଛି। ବିହାର, ଜମ୍ମୁ-କଶ୍ମୀର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ସମୁଦାୟ ୮.୭୫ କୋଟି ମତଦାତା ମତ ସାବ୍ୟସ୍ତ କରିବା ପାଇଁ ଯୋଗ୍ୟ।

ନିର୍ବାଚନ ପାଇଁ ମତଦାନ କେନ୍ଦ୍ର ଗୁଡ଼ିକରେ ବିଭିନ୍ନ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଜାରି କରିବା ପରେ ମଧ୍ୟ ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ସକାଳୁ ସକାଳୁ ପ୍ରଧାନମନ୍ତ୍ରୀ ମୋଦୀ ମତଦାତାମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍‌ ଦେବା ପାଇଁ ସୋସିଆଲ୍‌ ମିଡିଆରେ କହିଥିଲେ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସମୁଦାୟ ୯୬ ହଜାର ମତଦାନ କେନ୍ଦ୍ରରେ ମୁଖ୍ୟତଃ ଶାନ୍ତି ବଜାୟ ରହିଥିବା ବେଳେ  ପଶ୍ଚିମବଙ୍ଗର ଏକ ମତଦାନ କେନ୍ଦ୍ରରେ ହିଂସା ଉପୁଜିଛି। ଟିଏମ୍‌ସି ଓ ବିଜେପି ମୁହାଁମୁହିଁ ହେବା ଫଳରେ କଳହ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ସେହିପରି ଜମ୍ମୁ-କଶ୍ମୀରର ଦୁଇଟି ମତଦାନ କେନ୍ଦ୍ରରେ ଗ୍ରେନେଡ୍‌ ପଡ଼ିଥିବା ବି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe