୨୦୧୯ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ୫୯ଟି ଆସନରେ ଭୋଟ୍‌ ଗ୍ରହଣ ଆରମ୍ଭ

Advertisment
୨୦୧୯ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ୫୯ଟି ଆସନରେ ଭୋଟ୍‌ ଗ୍ରହଣ ଆରମ୍ଭ

Image Source: India Today

ନୂଆଦିଲ୍ଲୀ: ରବିବାର ସକାଳୁ ଆରମ୍ଭ ହୋଇଛି ୨୦୧୯ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ। ସାତଟି ରାଜ୍ୟର ୫୯ଟି ଆସନ ପାଇଁ ଏଥିରେ ମତଦାନ ହେଉଛି। ୯୭୯ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏହି ପର୍ଯ୍ୟାୟର ମତଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଛି ଏବଂ ସନ୍ଧ୍ୟା ୫ଟା ଯାଏଁ ଚାଲିବ।

ଉତ୍ତର ପ୍ରଦେଶରେ ୧୪ଟି ଆସନ, ହରିୟାଣରେ ୧୦ଟି ଆସନ, ପଶ୍ଚିମବଙ୍ଗ, ବିହାର ଏବଂ ମଧ୍ୟପ୍ରଦେଶରେ ପ୍ରତ୍ୟେକ ୮ଟି କରି ଆସନ ଏବଂ ଝାଡ଼ଖଣ୍ଡରେ ୪ଟି ଆସନ ପାଇଁ ମତଦାନ ହେଉଛି।

ପୂର୍ବତନ ଉପରାଷ୍ଟ୍ରପତି ପତ୍ନୀଙ୍କ ସହ ହମିଦ୍‌ ଅନ୍‌ସାରି ନିର୍ମାଣ ଭବନରେ ପହଞ୍ଚି ଭୋଟ୍‌ ଦେଇଛନ୍ତି। କ୍ରିକେଟ୍‌ ତାରକା ବିରାଟ କୋହଲି ଗୁରଗ୍ରାମର ପାଇନ୍‌କ୍ରେଷ୍ଟ୍‍ ସ୍କୁଲ୍‌ରେ ଚାଲିଥିବା ବୁଥ୍‌ରେ ପହଞ୍ଚି ଭୋଟ୍‌ ଦେଇଛନ୍ତି। ପିଜେପି ନେତା ଏବଂ ପୂର୍ବ ଦିଲ୍ଲୀର ପ୍ରାର୍ଥୀ ଗୌତମ ଗମ୍ଭିର ପୁରୁଣା ରାଜିନ୍ଦର ନଗର ବୁଥ୍‌ରେ ତାଙ୍କ ଭୋଟ୍‌ ଦେଇଛନ୍ତି।
ଭୋପାଳର ବିଜେପି ପ୍ରାର୍ଥିନୀ ପ୍ରୟାଗ ସିଂହ ଠାକୁର ମଧ୍ୟ ତାଙ୍କର ଭୋଟ୍‌ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe