ରାତି ପାହିଲେ ଭୋଟ ଗଣତି, ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Advertisment
ରାତି ପାହିଲେ ଭୋଟ ଗଣତି, ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

(Photo: IANS)

ନୂଆଦିଲ୍ଲୀ: ଆସନ୍ତାକାଲି ଭୋଟ୍‌ ଗଣତି। ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟରୁ ଅନୁମାନ ଲଗାଯାଉଛି ଯେ ଏନ୍‌ଡିଏ ପୁଣି ଥରେ ସରକାର ଗଠନ କରିବ। ହେଲେ ବି ବାସ୍ତବ ଫଳାଫଳ ପାଇଁ ସମସ୍ତଙ୍କ ଅପେକ୍ଷା ରହିଛି ମେ ୨୩କୁ। ଆଉ ମାତ୍ର କେତେ ଘଣ୍ଟାର ବ୍ୟବଧାନ ପରେ ସେ ସମୟ ଆସିଯିବ। ୩୪୨ ଲୋକସଭା ଆସନ ପାଇଁ ଭୋଟ ଗଣତି ହେବ।

ଭୋଟ ଗଣତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଅର୍ଦ୍ଧ ସୁରକ୍ଷା ବଳକୁ ବିଭିନ୍ନ ଷ୍ଟଙ୍ଗ୍‌ ରୁମ ନିକଟରେ ନିୟୋଜିତ କରାଯାଇଛି। ନିର୍ବଚନ କମିସନରଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ାକଡ଼ି ନଜର ରଖାଯାଇଛି।

ପୋଷ୍ଟାଲ୍‌ ଭୋଟ୍‌ ୮ଟାରୁ ଆରମ୍ଭ ହୋଇ ଇଭିଏମ୍‌ ଭୋଟ୍‌ ଗଣତି ୮.୩୦ ବେଳକୁ ଆରମ୍ଭ ହୋଇଯିବ। ୯.୩୦ ବେଳକୁ ଟ୍ରେଣ୍ଡ୍‌ ହେବ ବୋଲି ମହାରାଷ୍ଟ୍ର ନିର୍ବାଚନ କମିସନ ସୂଚନା ଦେଇଛନ୍ତି।

ସମସ୍ତ ଷ୍ଟ୍ରଙ୍ଗ୍‌ ରୁମ୍‌ରେ ଭୋଟ୍‌ ଗଣତି ସିସିଟିଭି ଅଧୀନରେ ହେବ। ପୁଲିସ୍‌ ଉପସ୍ଥିତରେ ପୂରା ସୁରକ୍ଷାର ସହ ଗଣନା କାର୍ଯ୍ୟ ଚାଲିବ ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe