ଲୋକସଭା ନିର୍ବାଚନ: କେରଳରେ ୩୦୦ ରୁ ଊର୍ଦ୍ଧ୍ୱ ମାମଲା ରୁଜୁ

Advertisment
ଲୋକସଭା ନିର୍ବାଚନ: କେରଳରେ ୩୦୦ ରୁ ଊର୍ଦ୍ଧ୍ୱ ମାମଲା ରୁଜୁ

Image Source: Zee News

ତିରୁବନନ୍ତପୁରମ: ମୋଟାମୋଟି ଶାନ୍ତିପୂର୍ଣ୍ଣ ଏବଂ ରେକର୍ଡ ସଂଖ୍ୟକ ମତଦାନ ହୋଇଥିବା ରାଜ୍ୟ କେରଳରେ ଏଥର ଲୋକସଭା ନିର୍ବାଚନରେ ସମ୍ପୃକ୍ତି ଥିବା ୩୪୭ଟି ମାମଲା ରୁଜୁ ହୋଇଛି।

ରାଜନୈତିକ ସମ୍ବେଦନଶୀଳ କନ୍ନୁର ଜିଲ୍ଲାରେ ହିଂସାକାଣ୍ଡ ସଂକ୍ରାନ୍ତ ୭୯ଟି ମାମଲା ଏବଂ କୋଟ୍ଟାୟାମ୍‌ରେ ସବୁଠୁ କମ୍‌ ମାତ୍ର ୨ଟି ମାମଲା ରୁଜୁ ହୋଇଥିବା କଥା ପୁଲିସ କହିଛି।

୨୦୧୬ ବିଧାନସଭା ନିର୍ବାଚନ ସମୟରେ ୬୧୩ଟି ମାମଲା ରୁଜୁ କରାଯାଇଥିବା ବେଳେ ଏଥର ଲୋକସଭା ନିର୍ବାଚନରେ ହିଂସାକାଣ୍ଡ ଯଥେଷ୍ଟ ହ୍ରାସ ପାଇଛି।

ଏକ ବିବୃତିରେ ଡିଜିପି ଲୋକନାଥ ବେହେରା କହିଛନ୍ତି: ଲୋକସଭା ନିର୍ବାଚନରେ ହିଂସାକାଣ୍ଡ ଜନିତ ସମୁଦାୟ ୩୪୭ଟି ମାମଲା ରୁଜୁ କରାଯାଇଛି।

ନିର୍ବାଚନ ତାରିଖ ଘୋଷଣା ହେବା ଠାରୁ ନିର୍ବାଚନ ହେବା ଯାଏଁ ସମୟ ଅବଧି ମଧ୍ୟରେ ଏହି ହିଂସାକାଣ୍ଡ ସବୁ ସଙ୍ଗଠିତ ହୋଇଛି ବୋଲି ସେ କହିଛନ୍ତି।

ପୁଲିସ ଓ ଗୃହ ବିଭାଗ ଗ୍ରହଣ କରିଥିବା ଫଳପ୍ରଦ ପଦକ୍ଷେପ ଯୋଗୁଁ ଏପ୍ରିଲ୍‌ ୨୩ ତାରିଖ ଦିନ ରାଜ୍ୟରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି।
ଗତ ୩୦ ବର୍ଷ ମଧ୍ୟରେ ଏଥର ଲୋକସଭା ନିର୍ବାଚନରେ ୭୭. ୬୮% ମତଦାନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe