ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ୨୦୧୯: କଶ୍ମୀର ଭୋଟ୍‌ ବୁଥ୍‌ରେ ଗ୍ରେନେଡ୍‌ ଆକ୍ରମଣ

Advertisment
ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ୨୦୧୯: କଶ୍ମୀର ଭୋଟ୍‌ ବୁଥ୍‌ରେ ଗ୍ରେନେଡ୍‌ ଆକ୍ରମଣ

Image Source : Hindustan Times

ନୂଆଦିଲ୍ଲୀ: ସୋମବାର ସକାଳ ୭ଟାରେ ଆରମ୍ଭ ହୋଇଥିବା ଦେଶର ୫୧ ସଂସଦୀୟ ଆସନ ପାଇଁ ଭୋଟ୍‌ ଗ୍ରହଣ ବେଳେ ଜମ୍ମୁ ଓ କଶ୍ମୀରର ପୁଲ୍‌ଓ୍ଵାମା ଜିଲ୍ଲାର ଏକ ବୁଥ୍‌ରେ ଆତଙ୍କବାଦୀମାନେ ଗ୍ରେନେଡ୍‌ ଫିଙ୍ଗିଛନ୍ତି। ସେଠାରେ ଅନନ୍ତନାଗ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ୍‌ ଗ୍ରହଣ କରାଯାଉଥିଲା ବୋଲି ପୁଲିସ କହିଛି।

ପଶ୍ଚିମବଙ୍ଗରେ ସାତଟି ଆସନ ଏବଂ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଏବଂ ଲଦାଖକୁ ବାଦ ଦେଲେ ବାକି ସମଗ୍ର ହିନ୍ଦୀ ଭାଷାଭାଷୀ ରାଜ୍ୟ ଲାଗି ଏହି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ କରାଯାଉଛି।

କେତେକ ସ୍ଥାନରେ କାଁଭାଁ ହିଂସା ଏବଂ ଇଭିଏମ୍‌ ଅକାମି ସତ୍ତ୍ୱେ ଭୋଟ୍‌ ଗ୍ରହଣର ପ୍ରଥମ ଦୁଇ ଘଣ୍ଟା ଭୋଟ୍‌ ଗ୍ରହଣ କେନ୍ଦ୍ର ବାହାରେ ଲମ୍ବା ଧାଡ଼ି ଦେଖାଯାଇଥିଲା।

ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ଲୋକସଭା ନିର୍ବାଚନ ମଣ୍ଡଳୀର କେତେକ ବୁଥ୍‌ରେ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା। ପଶ୍ଚିମବଙ୍ଗର ହାଓଡ଼ା ଏବଂ ଉଲୁବେରିଆ ବୁଥ୍‌ରେ ଇଭିଏମ୍‌ ଏବଂ ଭିଭିପିଏଟି କାମ କରୁ ନ ଥିବା ଖବର ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe