୪ର୍ଥ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ: ୯ଟି ରାଜ୍ୟର ୭୨ ଆସନରେ ହେବ ଭୋଟିଂ, ସଭିଙ୍କ ନଜର ଓଡ଼ିଶାର କେନ୍ଦ୍ରାପଡ଼ା ନିର୍ବାଚନୀ ମଣ୍ଡଳୀ ଉପରେ

Advertisment
୪ର୍ଥ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ: ୯ଟି ରାଜ୍ୟର ୭୨ ଆସନରେ ହେବ ଭୋଟିଂ, ସଭିଙ୍କ ନଜର ଓଡ଼ିଶାର କେନ୍ଦ୍ରାପଡ଼ା ନିର୍ବାଚନୀ ମଣ୍ଡଳୀ ଉପରେ

Indiablooms

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯାୟ ନିର୍ବାଚନ ପାଇଁ ନିର୍ବଚନୀ ପ୍ରଚାର ଶନିବାର ସଂଧ୍ୟା ୫ଟା ସୁଦ୍ଧା ସମାପ୍ତ ହୋଇଯାଇଛି। ଭୋଟିଂର ୪୮ ଘଣ୍ଟା ପୂର୍ବରୁ କୌଣସି ପ୍ରାର୍ଥୀ ନିଜ ପାଇଁ କିମ୍ବା ଦଳ ପାଇଁ ପ୍ରଚାର କଲେ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ହେବ ବୋଲି ରହିଥିବ ନିୟମ ମୁତାବକ ଆଜି ସଂଧ୍ୟା ସୁଦ୍ଧା ପ୍ରଚାର ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସମୁଦାୟ ୯ଟି ରାଜ୍ୟର ୭୨ଟି ଆସନ ପାଇଁ ହେବ। ୨୯ ତାରିଖ ଅର୍ଥାତ ସୋମବାର ଦିନ ଏହି ମତଦାନ ହେବ।

ଜାଣିବାକୁ ମିଳିଛି ଯେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସମୁଦାୟ ୧,୪୦, ୮୪୯ଟି ମତଦାନ କେନ୍ଦ୍ର ରହିଛି। ମହାରାଷ୍ଟ୍ରରୁ ସର୍ବାଧିକ ଆସନ ପାଇଁ ମତଗ୍ରହଣ ହେବ। ମହାରାଷ୍ଟ୍ରରେ ରହିଥିବା ସମୁଦାୟ ୧୭ଟି ସଂସଦୀୟ କ୍ଷେତ୍ରରୁ ୭ଟି ହାଇପ୍ରୋଫାଇଲ୍‌ ସଂସଦୀୟ କ୍ଷେତ୍ର ରହିଛି।

ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ୧୩ଟି ଲେଖାଏ ଆସନ ପାଇଁ ନିର୍ବାଚନ ହେବ। ପଶ୍ଚିମବଙ୍ଗରେ ୮ଟି ନିର୍ବାଚନ ମଣ୍ଡଳୀରେ ମତ ଗ୍ରହଣ ହେବ। ସେହିପରି ମଧ୍ୟପ୍ରଦେଶରେ ୬ଟି ନିର୍ବାଚନ ମଣ୍ଡଳୀରେ ମତ ଗ୍ରହଣ ହେବାକୁ ଥିବା ବେଳେ ଓଡ଼ିଶାରେ ମଧ୍ୟ ୬ଟି ନିର୍ବାଚନ ମଣ୍ଡଳରରେ ମତ ଗ୍ରହଣ ହେବ। ବିହାରରେ ୫, ଝାଡ଼ଖଣ୍ଡରେ ୧ ଏବଂ ଜମ୍ମୁ-କଶ୍ମୀରରେ ୧ଟି ନିର୍ବାଚନ ମଣ୍ଡଳୀରେ ମତଗ୍ରହଣ ହେବ ବୋଲି ସୂଚନା ରହିଛି।

publive-image (Photo Credits: PTI)

ତେବେ, ଜାଣିବାକୁ ମିଳିଛି ଯେ ସମସ୍ତ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବିହାରର ବେଗୁସରାଇ, ୟୁପିର କନୌଜ, ଓଡ଼ିଶାର କେନ୍ଦ୍ରାପଡ଼ା, ପଶ୍ଚିମଙ୍ଗବର ଆସନସଲ୍‌, ରାଜସ୍ଥାନର ବର୍ମର ନିର୍ବାଚନ ମଣ୍ଡଳୀରେ ଜୋର୍‌ଦାର ଲଢ଼େଇ ହେବ।

ଓଡ଼ିଶାର କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପି ମଧ୍ୟରେ ଘମାଘୋଟ ଲଢ଼େଇ ହେବ। ଗତ ଦୁଇ ଲୋକସଭା ନିର୍ବାଚନର ବିଜେଡି ପ୍ରାର୍ଥୀ ଭାବେ ବିଜୟ ଲାଭ କରୁଥିବା ବୈଜୟନ୍ତ ପଣ୍ଡା ଏଥର ବିଜେପିରୁ ନିର୍ବାଚନ ଲଢୁଥିବା ବେଳେ ତାଙ୍କୁ ଟକ୍କର ଦେଲେ ବିଜେଡିର ଲୋକପ୍ରିୟ ଚେହେରା ଅଭିନେତା ଅନୁଭବ ମହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe