ନୋଟା କ’ଣ? ମତଦାନ ବୁଥ୍‌କୁ ନ ଯିବା ଅପେକ୍ଷା ‘ନୋଟା’ ଅଧିକ ଶ୍ରେୟସ୍କର? ଆପଣଙ୍କ ‘ନୋଟା’ ଭୋଟ୍‌ କାହାର ବିଜୟ କିମ୍ବା ପରାଜୟର କାରଣ ହୋଇପାରେ କି?

Advertisment
ନୋଟା କ’ଣ? ମତଦାନ ବୁଥ୍‌କୁ ନ ଯିବା ଅପେକ୍ଷା ‘ନୋଟା’ ଅଧିକ ଶ୍ରେୟସ୍କର? ଆପଣଙ୍କ ‘ନୋଟା’ ଭୋଟ୍‌ କାହାର ବିଜୟ କିମ୍ବା ପରାଜୟର କାରଣ ହୋଇପାରେ କି?

ନୂଆଦିଲ୍ଳୀ: ନିର୍ବାଚନକୁ ଆଉ ମାତ୍ର ୨ ସପ୍ତାହରୁ କମ୍‌ ଦିନ ବାକି ରହିଲା। ଏହା ଭିତରେ ଅନେକ ମତଦାତା ନିଜ ଭୋଟ କାହାକୁ ଦେବେ ଚିନ୍ତା କରିସାରିବେଣି। ଆହୁରି ବି କିଛି ମତଦାତା ଅଛନ୍ତି ସେମାନେ ନିଜ ଭୋଟ କାହାକୁ ବି ଦେବାକୁ ପସନ୍ଦ କରିବେ ନାହିଁ। ମାତ୍ର ଆପଣ ଭାବନ୍ତୁନି ଯେ କାହାକୁ ସମର୍ଥନ ନକରିବା ପାଇଁ ଭୋଟ ନଦେବା ହିଁ ଏକମାତ୍ର ବାଟ। ଏଥିପାଇଁ ଭିନ୍ନ ଉପାୟ ବି ରହିଛି। ତାହା ହେଉଛି ‘ନୋଟା’(ନନ୍‌ ଅଫ୍‌ ଦ ଏଭବ୍‌ ଅର୍ଥାତ, ଉପରୋକ୍ତ ମଧ୍ୟରୁ କେଉଁଠି ନୁହେଁ)।

publive-image जवाब दो

ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ କାହାକୁ ସମର୍ଥନ ନକରିବା ପାଇଁ ବୁଥ୍‌କୁ ଯାଇ ‘ନୋଟା’ ବଟନ୍‌ ମାରିବାର କ’ଣ ଆବଶ୍ୟକତା ଅଛି? ଭୋଟ ଦେବାକୁ ନ ଯାଇ, ଘରେ ବସିପଡ଼ିଲେ ବି ତ ସମାନ କଥା। ଆଜ୍ଞା ନା, ଆଦୌ ବି ସମାନ କଥା ନୁହେଁ। ମତଦାନ ଜଣେ ନାଗରିକର ଅଧିକାର, ନାଗରିକତ୍ୱର ପରିଚୟ। ନିଜ ନାଗରିକତ୍ୱ ପ୍ରକାଶ କରିବାର ସବୁଠାରୁ ବଡ଼ ଜରିଆ ହେଉଛି ମତଦାନ।

୨୦୧୩ ମସିହା ସେପ୍ଟେମ୍ବରରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନିର୍ବାଚନ ଆୟୋଗଙ୍କୁ ଇଭିଏମ୍‌ରେ ‘ନୋଟା’ ବଟନ୍‌ ରଖିବା ପାଇଁ ନିର୍ଦ୍ଦେଶ ଦେବା ପରେ ସେବେଠାରୁ ଏହା କାର୍ଯ୍ୟକାରୀ ହୋଇ ଆସୁଛି। ୨୦୧୫ ମସିହାରେ ନିର୍ବାଚନ ଆୟୋଗ ଅନ୍ୟ ଦଳୀୟ ଚିହ୍ନ ପରି ‘ନୋଟା’ର ଏକ ଚିହ୍ନ ରଖିଲେ। ଏହି ‘ନୋଟା’ ପ୍ରଥମ ଥର ପାଇଁ ୨୦୧୩ ମସିହାରେ ଛତିଶଗଡ଼ ବିଧାନସଭା ନିର୍ବାଚନରେ କର୍ଯ୍ୟକାରୀ ହୋଇଥିବା ବେଳେ ୨୦୧୪ ମସିହାରେ ପ୍ରଥମ ଲେକସଭା ନିର୍ବାଚନରେ କାର୍ଯ୍ୟକାରୀ ହୋଇଥିଲା।

ଏହି ସବୁକୁ ଦୃଷ୍ଟିରେ ରଖି ୨୦୧୩ ମସିହା ସେପ୍ଟେମ୍ବରରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନିର୍ବାଚନ ଆୟୋଗଙ୍କୁ ଇଭିଏମ୍‌ରେ ‘ନୋଟା’ ବଟନ୍‌ ରଖିବା ପାଇଁ ନିର୍ଦ୍ଦେଶ ଦେବା ପରେ ସେବେଠାରୁ ଏହା କାର୍ଯ୍ୟକାରୀ ହୋଇ ଆସୁଛି। ୨୦୧୫ ମସିହାରେ ନିର୍ବାଚନ ଆୟୋଗ ଅନ୍ୟ ଦଳୀୟ ଚିହ୍ନ ପରି ‘ନୋଟା’ର ଏକ ଚିହ୍ନ ରଖିଲେ। ଏହି ‘ନୋଟା’ ପ୍ରଥମ ଥର ପାଇଁ ୨୦୧୩ ମସିହାରେ ଛତିଶଗଡ଼ ବିଧାନସଭା ନିର୍ବାଚନରେ କର୍ଯ୍ୟକାରୀ ହୋଇଥିବା ବେଳେ ୨୦୧୪ ମସିହାରେ ପ୍ରଥମ ଲେକସଭା ନିର୍ବାଚନରେ କାର୍ଯ୍ୟକାରୀ ହୋଇଥିଲା।

publive-image moneycontrol.com

୨୦୧୩ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟ ‘ନୋଟା’କୁ କାର୍ଯ୍ୟକାରୀ କରିବା ପାଇଁ ନିର୍ବାଚନ ଆୟୋଗକୁ କହିବା ବେଳେ ଏହା ଦର୍ଶାଇ ଥିଲେ ଯେ ରାଜନୈତିକ ଦଳମାନଙ୍କ ଦ୍ୱାରା ବଛା ଯାଇଥିବା ପ୍ରାର୍ଥୀ ଜନତାଙ୍କର ପସନ୍ଦର ପ୍ରାର୍ଥୀ ନୁହଁନ୍ତି ବୋଲି  ବ୍ୟକ୍ତ କରିବାର ଏକ ମାଧ୍ୟମ ହେବ। ତେବେ, ଜାଣିରଖନ୍ତୁ ଯେ ‘ନୋଟା’ ଭୋଟ କୌଣସି ପ୍ରାର୍ଥୀଙ୍କ ବିଜୟ ପରାଜୟ ନିର୍ଦ୍ଧାରଣ କରିପାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe