ଆସାମରେ ଲୋକମାନ୍ୟ ତିଳକ ଏକ୍ସପ୍ରେସ ଲାଇନଚ୍ୟୁତ

ଆସାମର ଦିବୋଲଙ୍ଗ ଷ୍ଟେସନ ନିକଟରେ ଏକ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଲୋକମାନ୍ୟ ତିଲକ ଏକ୍ସପ୍ରେସର ୮ଟି ବଗି ରେଳ ଧାରଣାରୁ ହଟିଯାଇଛି। ଏହି ଘଟଣାରେ କେହି ମୃତାହତ ହୋଇନଥିବା ରେଳବାଇ ପକ୍ଷରୁ କୁହାଯାଇଛି।

ଅଦ୍ୟତନ ହୋଇଛି
derailed

ଗୁଆହାଟୀ: ଆସାମର ଦିବୋଲଙ୍ଗ ଷ୍ଟେସନ ନିକଟରେ ଏକ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଅଗରତାଲା-ଲୋକମାନ୍ୟ ତିଲକ ଏକ୍ସପ୍ରେସର ୮ଟି ବଗି ରେଳ ଧାରଣାରୁ ହଟିଯାଇଛି। ଏହି ଘଟଣାରେ କେହି ମୃତାହତ ହୋଇନଥିବା ରେଳବାଇ ପକ୍ଷରୁ କୁହାଯାଇଛି। ଲୁମଡିଙ୍ଗ ଡିଭିଜନର ଲୁମଡିଙ୍ଗ-ବଦରପୁର ପାହାଡ଼ ସେକ୍ସନରେ ଏହି ଦୁର୍ଘଟଣା ଘଟିଛି। ଗୁରୁବାର ସକାଳେ ଟ୍ରେନଟି ଅଗରତାଲାରୁ ମୁମ୍ବାଇ ଅଭିମୁଖେ ଯାଉଥିଲା। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ମଧ୍ୟ ଏହି ଘଟଣା ସମ୍ପର୍କରେ ଅବଗତ କରାଯାଇଛି।

ଉତ୍ତର ପୂର୍ବ ସୀମାନ୍ତ ରେଳ ଜୋନର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀଙ୍କ କହିବା ଅନୁସାରେ, ଆସାମର ଡିବ୍ରୁଗଡ଼ ଷ୍ଟେସନରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଅପରାହ୍ନ ପ୍ରାୟ ୩ଟା ୫୫ ରେ ଲାଇନଚ୍ୟୁତ ହୋଇଥିଲା। ଟ୍ରେନ୍ ର ପାୱାର କାର୍ ଓ ଇଞ୍ଜିନ୍ ସହ ୮ଟି ବଗି ରେଳ ଧାରଣାରୁ ଓହ୍ଲାଇ ଯାଇଥିଲା। ତେବେ ଏଥିରେ କେହି ମୃତାହତ କିମ୍ବା ଗୁରୁତର ଆହତ ହେବାର ଖବର ମିଳିନାହିଁ।

ଖବର ପାଇବା ମାତ୍ରେ ରେଳବାଇର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଡିଭିଜନର ବରିଷ୍ଠ ଅଧିକାରୀଙ୍କ ସହ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ ପାଇଁ ଦୁର୍ଘଟଣା ରିଲିଫ୍ ଟ୍ରେନ୍ ଓ ଦୁର୍ଘଟଣା ରିଲିଫ୍ ମେଡିକାଲ  ଟ୍ରେନ୍ ଘଟଣାସ୍ଥଳରେ ପହଞ୍ଚିସାରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe