ବାଇକ ଡିକିରୁ ୧ ଲକ୍ଷ ୪୦ ହଜାର ଟଙ୍କା ଲୁଟ୍,  ଥାନାରେ ଅଭିଯୋଗ

ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧିଛକ ହିରୋ ସୋରୁମ୍ ସମ୍ମୁଖରେ ଛିଡ଼ା ହେଇଥିବା ବାଇକର ଡିକିରୁ ଦୁର୍ବୃତ୍ତ ୧ ଲକ୍ଷ ଚାଳିଶ ହଜାର ଟଙ୍କା ଲୁଟ୍ କରିଥିବା ନେଇ ବସ୍ତା ଥାନାରେ ଲିଖିତ ଅଭଯୋଗ ହେଇଛି। 

vhui9

ବସ୍ତା୨: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧିଛକ ହିରୋ ସୋରୁମ୍ ସମ୍ମୁଖରେ ଛିଡ଼ା ହେଇଥିବା ବାଇକର ଡିକିରୁ ଦୁର୍ବୃତ୍ତ ୧ ଲକ୍ଷ ଚାଳିଶ ହଜାର ଟଙ୍କା ଲୁଟ୍ କରିଥିବା ନେଇ ବସ୍ତା ଥାନାରେ ଲିଖିତ ଅଭଯୋଗ ହେଇଛି। 

ସିଂଲା ଥାନା କରୁଆ ଅଞ୍ଚଳର ଦୟାନିଧି ପାତ୍ର (୬୦) ଶନିବାର ଅପରାହ୍ନରେ ବସ୍ତା ବଜାରରେ ଥିବା ବାଲେଶ୍ୱର-ଭଦ୍ରକ କୋପରେଟିଭ ବ୍ୟାଙ୍କରୁ ୧ ଲକ୍ଷ ଚାଳିଶ ହଜାର ଟଙ୍କା ଉଠାଇଥିଲେ।ଉକ୍ତ ଟଙ୍କାକୁ ଡିକିରେ ରଖି ବାଇକର ପାର୍ଟ୍ସ କିଣିବା ନିମନ୍ତେ ଦୟାନିଧି ବାଇକଟିକୁ ଗାନ୍ଧିଛକ ସ୍ଥିତ ହିରୋ ସୋ ରୁମ ସମ୍ମୁଖରେ ଛିଡ଼ା କରିଥିଲେ। ଏହାର ସୁଯୋଗ ନେଇ ଅଜଣା ଦୁର୍ବୃତ୍ତ ଡିକି ଖୋଲି ଟଙ୍କା ସମେତ ଡିକିରେ ଥିବା କିଛି ଜରୁରୀ କାଗଜପତ୍ରକୁ ଲୁଟ୍ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଘଟଣା ସମ୍ପର୍କରେ ଦୟାନିଧି ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଘଟଣା ଅନୁସାରେ ସିଂଲା ଥାନା କରୁଆ ଅଞ୍ଚଳର ଦୟାନିଧି ପାତ୍ର (୬୦) ଶନିବାର ଅପରାହ୍ନରେ ବସ୍ତା ବଜାରରେ ଥିବା ବାଲେଶ୍ୱର-ଭଦ୍ରକ କୋପରେଟିଭ ବ୍ୟାଙ୍କରୁ ୧ ଲକ୍ଷ ଚାଳିଶ ହଜାର ଟଙ୍କା ଉଠାଇଥିଲେ।ଉକ୍ତ ଟଙ୍କାକୁ ଡିକିରେ ରଖି ବାଇକର ପାର୍ଟ୍ସ କିଣିବା ନିମନ୍ତେ ଦୟାନିଧି ବାଇକଟିକୁ ଗାନ୍ଧିଛକ ସ୍ଥିତ ହିରୋ ସୋ ରୁମ ସମ୍ମୁଖରେ ଛିଡ଼ା କରିଥିଲେ। ଏହାର ସୁଯୋଗ ନେଇ ଅଜଣା ଦୁର୍ବୃତ୍ତ ଡିକି ଖୋଲି ଟଙ୍କା ସମେତ ଡିକିରେ ଥିବା କିଛି ଜରୁରୀ କାଗଜପତ୍ରକୁ ଲୁଟ୍ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଘଟଣା ସମ୍ପର୍କରେ ଦୟାନିଧି ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe