ଝରକା ଗ୍ରିଲ୍ ଭାଙ୍ଗି ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

Advertisment

ନନ୍ଦିପଦା ଥାନା ନିଶଙ୍ଖପୂର ଗ୍ରାମରୁ ସମାନ ଢ଼ଙ୍ଗରେ ଲୁଟ ହୋଇଛି। ଶନିବାର ବିଳମ୍ୱିତ ରାତିରେ ଝରକା ଗ୍ରିଲ ଭାଙ୍ଗି ପାଖାପାଖି ୫ଲକ୍ଷ ଟଙ୍କାର ସୁନା,ରୂପା ଅଳଙ୍କାର ଲୁଟହୋଇଥିବା ଅଭିଯୋଗ ହୋଇଛି।

ନନ୍ଦିପଦା ଥାନା ନିଶଙ୍ଖପୂର ଗ୍ରାମରୁ ସମାନ ଢ଼ଙ୍ଗରେ ଲୁଟ ହୋଇଛି। ଶନିବାର ବିଳମ୍ୱିତ ରାତିରେ ଝରକା ଗ୍ରିଲ ଭାଙ୍ଗି ପାଖାପାଖି ୫ଲକ୍ଷ ଟଙ୍କାର ସୁନା,ରୂପା ଅଳଙ୍କାର ଲୁଟହୋଇଥିବା ଅଭିଯୋଗ ହୋଇଛି।

bh

ହାଟଡିହି: ଆନନ୍ଦପୁର ଉପଖଣ୍ଡରେ ଗୋଟିଏ ପରେ ଗୋଟିଏ ଲୁଟ ବଢ଼ି ଚାଲିଛି। ଯାହାକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି। ମଙ୍ଗଳବାର ଦିନ ନାହାଳିଆ ଗ୍ରାମରୁ ଓ ତାର ଠିକ୍ ଦୁଇଦିନ ପରେ ଗୁରୁବାର ରାତିରେ  ବଞ୍ଚୋ ଛକରୁ ଲୁଟ ପରେ ଗତକାଲି ରାତିରେ ନନ୍ଦିପଦା ଥାନା ନିଶଙ୍ଖପୂର ଗ୍ରାମରୁ ସମାନ ଢ଼ଙ୍ଗରେ ଲୁଟ ହୋଇଛି। ଶନିବାର ବିଳମ୍ୱିତ ରାତିରେ ଝରକା ଗ୍ରିଲ ଭାଙ୍ଗି ପାଖାପାଖି ୫ଲକ୍ଷ ଟଙ୍କାର ସୁନା,ରୂପା ଅଳଙ୍କାର ଲୁଟହୋଇଥିବା ଅଭିଯୋଗ ହୋଇଛି।

ବାସୁଦେବ ଖୁଣ୍ଟିଆଙ୍କ ପରିବାର ଲୋକେ ଶନିବାର ରାତିରେ ନିକଟରେ ହେଉଥିବା ଯାତ୍ରା ଦେଖିବାକୁ ଯାଇଥିଲେ। ସାଢେ଼ ଗୋଟାଏରୁ ଦୁଇଟା ଭିତରେ ଫେରିବା ବେଳକୁ ଘରୁ ଚୋରି ହୋଇ ସାରିଥିଲା।  ଲୁଟେରାମାନେ ଘରର ଝରକା ଗ୍ରିଲ ଭାଙ୍ଗି ଭିତରେ ପଶି ଗଡରେଜ୍ ଆଲାମିରା ଭିତରେ ଥିବା ସୁନା ରୂପା ଅଳଙ୍କାର ଓ କିଛି ନଗଦ ଟଙ୍କା ଲୁଟି ନେଇଛନ୍ତି।  ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରା ଯାଇଛି। ପୁଲିସ ପ୍ରାଥମିକ ତଦନ୍ତ କରିଛି। କିଛିଦିନ ଭିତରେ ଗୋଟିଏ ପରେ ଗୋଟିଏ ଚୋରି ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ପୁଲିସ ଗୋଟିଏ ବି ଲୁଟର ରହସ୍ୟ ଭେଦି ପାରୁନି।

ସୁଚନା ଅନୁସାରେ ଗ୍ରାମର ବାସୁଦେବ ଖୁଣ୍ଟିଆଙ୍କ ପରିବାର ଲୋକେ ଶନିବାର ରାତିରେ ନିକଟରେ ହେଉଥିବା ଯାତ୍ରା ଦେଖିବାକୁ ଯାଇଥିଲେ। ସାଢେ଼ ଗୋଟାଏରୁ ଦୁଇଟା ଭିତରେ ଫେରିବା ବେଳକୁ ଘରୁ ଚୋରି ହୋଇ ସାରିଥିଲା।  ଲୁଟେରାମାନେ ଘରର ଝରକା ଗ୍ରିଲ ଭାଙ୍ଗି ଭିତରେ ପଶି ଗଡରେଜ୍ ଆଲାମିରା ଭିତରେ ଥିବା ସୁନା ରୂପା ଅଳଙ୍କାର ଓ କିଛି ନଗଦ ଟଙ୍କା ଲୁଟି ନେଇଛନ୍ତି।  ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରା ଯାଇଛି। ପୁଲିସ ପ୍ରାଥମିକ ତଦନ୍ତ କରିଛି। କିଛିଦିନ ଭିତରେ ଗୋଟିଏ ପରେ ଗୋଟିଏ ଚୋରି ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ପୁଲିସ ଗୋଟିଏ ବି ଲୁଟର ରହସ୍ୟ ଭେଦି ପାରୁନି।
ତିନିଦିନ ଧରି ଅତିରିକ୍ତ ଏସପି ଆନନ୍ଦପୁର ଉପଖଣ୍ଡରେ ରହି ଲୁଟର ରହସ୍ୟ ଉନ୍ମୋଚନ ପାଇଁ ଲାଗିଥିବା ବେଳେ ଚୋରି କିନ୍ତୁ ଥମିବାର ନାଁ ଧରୁନି। ସତେ ଯେପରି ଚୋର ମାନେ ପୁଲିସକୁ ଖୋଲା ଖୋଲି ଚ୍ୟଲେଞ୍ଜ ଦେଇଛନ୍ତି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe