ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ବାଲିଆପାଳ ଶାଖାରୁ ଲକ୍ଷାଧିକ ଟଙ୍କା ଲୁଟ୍

ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖପରାପଦା ଛକରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଛି। ୫ ବର୍ଷ ପୂର୍ବରୁ ମଧ୍ୟ ଏହି ବ୍ୟାଙ୍କର ପଛ ପଟ ସ୍କାଇ ଲାଇଟ ଭାଙ୍ଗି କମ୍ପ୍ୟୁଟର ଏବଂ ବିଭିନ୍ନ ଆସବାବପତ୍ର ଚୋରି କରିଥିଲେ ଦୁର୍ବୃତ୍ତ।

e9092ecf-e499-4e97-b919-b5455a2a668a

ବାଲିଆପାଳ: ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖପରାପଦା ଛକରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଛି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବ୍ୟାଙ୍କର ଉପର ମହଲାରେ ଥିବା ଝରକାର ଲୁହା ଗ୍ରିଲକୁ ଗ୍ୟାସ କଟରରେ କାଟି ବ୍ୟାଙ୍କ ଭିତରକୁ ପଶି ଟଙ୍କା ଲୁଟି ନେଇଥିଲେ। 

ଆଜି ସକାଳେ ସ୍ଥାନୀୟ ଲୋକେ ବ୍ୟାଙ୍କର ଝରକା ଭଙ୍ଗାଯାଇ ଥିବା ଦେଖି ଶାଖା ପରିଚାଳକ ଏବଂ ବାଲିଆପାଳ ଥାନା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବାଲିଆପାଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଆଜି ସକାଳେ ସ୍ଥାନୀୟ ଲୋକେ ବ୍ୟାଙ୍କର ଝରକା ଭଙ୍ଗାଯାଇ ଥିବା ଦେଖି ଶାଖା ପରିଚାଳକ ଏବଂ ବାଲିଆପାଳ ଥାନା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବାଲିଆପାଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ୫ ବର୍ଷ ପୂର୍ବରୁ ମଧ୍ୟ ଏହି ବ୍ୟାଙ୍କର ପଛ ପଟ ସ୍କାଇ ଲାଇଟ ଭାଙ୍ଗି କମ୍ପ୍ୟୁଟର ଏବଂ ବିଭିନ୍ନ ଆସବାବପତ୍ର ଚୋରି କରିଥିଲେ ଦୁର୍ବୃତ୍ତ। ତେବେ ଏହି ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବାରୁ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe