ନିଷ୍କ୍ରିୟ ସୋର ପୁଲିସ: ପୁଣି ହାତଗୋଡ଼ ବାନ୍ଧି ଲୁଟିଲେ ଲୁଟେରା

Advertisment

କିଛିଦିନର ବ୍ୟବଧାନ ପରେ ପୁଣିଥରେ ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ହାତଗୋଡ଼ ବାନ୍ଧି ୫୦ ଲକ୍ଷର ସୁନା ଗହଣା ସମେତ ନଗଦ ଟଙ୍କା ଓ ଦୁଇଟି ମୋବାଇଲ ଲୁଟିଛନ୍ତି ଲୁଟେରା। ଏପରି ଘଟଣା ଘଟିଛି ସୋର ଥାନା ଦହିସଡାରେ।

କିଛିଦିନର ବ୍ୟବଧାନ ପରେ ପୁଣିଥରେ ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ହାତଗୋଡ଼ ବାନ୍ଧି ୫୦ ଲକ୍ଷର ସୁନା ଗହଣା ସମେତ ନଗଦ ଟଙ୍କା ଓ ଦୁଇଟି ମୋବାଇଲ ଲୁଟିଛନ୍ତି ଲୁଟେରା। ଏପରି ଘଟଣା ଘଟିଛି ସୋର ଥାନା ଦହିସଡାରେ।

Untitled

ସୋର: ସୋର ପୁଲିସର ନିଷ୍କ୍ରିୟତା ପାଇଁ ଲୋକେ ଆଉ ସୁରକ୍ଷିତ ନାହାନ୍ତି। ପ୍ରତିଦିନ ଚୋରି ଛିନତାଇ ବଢ଼ିବାରେ ଲାଗିଥିବା ବେଳେ ସମଗ୍ର ସୋର ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। ଗତ କିଛିଦିନର ବ୍ୟବଧାନ ପରେ ପୁଣିଥରେ ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ହାତଗୋଡ଼ ବାନ୍ଧି ୫୦ ଲକ୍ଷର ସୁନା ଗହଣା ସମେତ ନଗଦ ଟଙ୍କା ଓ ଦୁଇଟି ମୋବାଇଲ ଲୁଟିଛନ୍ତି ଲୁଟେରା। ଏପରି ଘଟଣା ଘଟିଛି ସୋର ଥାନା ଦହିସଡାରେ।

ଗତକାଲି ବିଳମ୍ବିତ ରାତିରେ ଗ୍ରାମର ଜ୍ଞାନେନ୍ଦ୍ର ଉପାଧ୍ୟାୟଙ୍କ ଘର ପଛପଟ କବାଟ ଭାଙ୍ଗି ୫ ଜଣ ଦୁର୍ବୃତ୍ତ ପଶିଥିଲେ। ପରେ ଜ୍ଞାନେନ୍ଦ୍ର ତାଙ୍କ ମା ଓ ଭଉଣୀଙ୍କ ହାତ ଗୋଡ଼ ବାନ୍ଧି ମାଡ଼ ମାରିବା ସହ ମାରଣାସ୍ତ୍ର ଦେଖାଇ ୫୦ ଲକ୍ଷର ଗହଣା ଓ ନଗଦ  ଟଙ୍କା ଓ ଦୁଇଟି ମୋବାଇଲ ନେଇଯାଇଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସୋର ପୁଲିସକୁ ଖବର ଦେଇଥିଲେ। ଖବର ଦେବାର ଦୀର୍ଘ ଦୁଇଘଣ୍ଟା ପରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ଗତକାଲି ବିଳମ୍ବିତ ରାତିରେ ଗ୍ରାମର ଜ୍ଞାନେନ୍ଦ୍ର ଉପାଧ୍ୟାୟଙ୍କ ଘର ପଛପଟ କବାଟ ଭାଙ୍ଗି ୫ ଜଣ ଦୁର୍ବୃତ୍ତ ପଶିଥିଲେ। ପରେ ଜ୍ଞାନେନ୍ଦ୍ର ତାଙ୍କ ମା ଓ ଭଉଣୀଙ୍କ ହାତ ଗୋଡ଼ ବାନ୍ଧି ମାଡ଼ ମାରିବା ସହ ମାରଣାସ୍ତ୍ର ଦେଖାଇ ୫୦ ଲକ୍ଷର ଗହଣା ଓ ନଗଦ  ଟଙ୍କା ଓ ଦୁଇଟି ମୋବାଇଲ ନେଇଯାଇଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସୋର ପୁଲିସକୁ ଖବର ଦେଇଥିଲେ। ଖବର ଦେବାର ଦୀର୍ଘ ଦୁଇଘଣ୍ଟା ପରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ସୋରରେ ପୁଲିସର ନିଷ୍କ୍ରିୟତା ପାଇଁ ଚୋରି ଡକାୟତି ବଢୁଥିବାରୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇ ଜଣେ ଦକ୍ଷ ଥାନାଧିକାରୀଙ୍କ ନିଯୁକ୍ତି ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe