ଡାକ୍ତରଙ୍କ ଘରେ ପଶି ଲୁଟ୍ ବେଳେ ଜଣେ ଚୋରକୁ କାବୁକଲେ ପରିବାର ଲୋକେ

ସୋର ଥାନା କମରପୁର ଗାଁରେ ଗତକାଲି ରାତିରେ ଜଣେ ଡାକ୍ତରଙ୍କ ଘରୁ ଲୂଟ ହୋଇଥିବାର ଖବର ମିଳିଛିl ପରିବାର ଲୋକେ ଜଣେ ଚୋରକୁ ଅଟକ ରଖିଥିବା ବେଳେ ଅନ୍ୟ ୩ ଜଣ ଚୋର ଫେରାର ହୋଇଯାଇଛନ୍ତି l

Thieves Looted gold and silver crowns from Soro Jagannath temple

Thieves Looted gold and silver crowns from Soro Jagannath temple Photograph: (sambad.in)

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା କମରପୁର ଗାଁରେ ଗତକାଲି ରାତିରେ ଜଣେ ଡାକ୍ତରଙ୍କ ଘରୁ ଲୂଟ ହୋଇଥିବାର ଖବର ମିଳିଛିl ତେବେ ଗତକାଲି ଡାକ୍ତର ତପନ ବେହେରା ଓ ତାଙ୍କର ପରିବାର ଲୋକେ ଏକ ବିବାହ କାର୍ଯ୍ୟକ୍ରମ ଯାଇଥିଲେ l ତେବେ ଘରେ କେହି ନଥିବାର ସୁଯୋଗ ନେଇ ୪ ଜଣ ଚୋର ଘର ଭିତରକୁ ପଶି ଚୋରି କରିଥିଲେ l ଠିକ ସେହି ସମୟରେ ପରିବାର ଲୋକେ ଘରକୁ ଫେରିଥିବା ବେଳେ ଚୋରି ହେଉଥିବା ଦେଖିଥିଲେ l ତେଣୁ ଘରକୁ ଆସିଯିବାରୁ ଚୋରମାନେ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ l ପରେ ଡାକ୍ତର ତପନ ବେହେରା ଓ ତାଙ୍କର ପୁତୁରା ଗୁରୁତର ହୋଇ ସୋର ପରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛିl 

ଘରେ କେହି ନଥିବାର ସୁଯୋଗ ନେଇ ୪ ଜଣ ଚୋର ଘର ଭିତରକୁ ପଶି ଚୋରି କରିଥିଲେ l ଠିକ ସେହି ସମୟରେ ପରିବାର ଲୋକେ ଘରକୁ ଫେରିଥିବା ବେଳେ ଚୋରି ହେଉଥିବା ଦେଖିଥିଲେ l ତେଣୁ ଘରକୁ ଆସିଯିବାରୁ ଚୋରମାନେ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ l ପରେ ଡାକ୍ତର ତପନ ବେହେରା ଓ ତାଙ୍କର ପୁତୁରା ଗୁରୁତର ହୋଇ ସୋର ପରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛିl ସବୁଠୁ ବଡ଼ କଥା ପରିବାର ଲୋକେ ଜଣେ ଚୋରକୁ ଅଟକ ରଖିଥିବା ବେଳେ ଅନ୍ୟ ୩ ଜଣ ଚୋର ଫେରାର ହୋଇଯାଇଛନ୍ତି l ଅଟକ ଥିବା ଚୋର ଜଣକ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର l ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ କଣ କଣ ଚୋରି ହୋଇଛି। ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ତଦନ୍ତ ଜାରିରଖିଛି l

ସବୁଠୁ ବଡ଼ କଥା ପରିବାର ଲୋକେ ଜଣେ ଚୋରକୁ ଅଟକ ରଖିଥିବା ବେଳେ ଅନ୍ୟ ୩ ଜଣ ଚୋର ଫେରାର ହୋଇଯାଇଛନ୍ତି l ଅଟକ ଥିବା ଚୋର ଜଣକ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର l ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ କଣ କଣ ଚୋରି ହୋଇଛି। ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ତଦନ୍ତ ଜାରିରଖିଛି l

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe