ତାରାତାରିଣୀ ମନ୍ଦିରରୁ ବିପୁଳ ପରିମାଣର ସୁନା, ରୁପା ଅଳଙ୍କାର ଓ ଟଙ୍କା ଲୁଟ୍

ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ମନ୍ଦିରରୁ ବିପୁଳ ପରିମାଣର ଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି। ମନ୍ଦିରରେ ପଶି ମାଆଙ୍କ ସୁନା, ରୁପା ଅଳଙ୍କାର ସମେତ ଟଙ୍କା ଲୁଟି ନେଇଛନ୍ତି। ଦାନ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ତାରାତାରିଣୀ ପୀଠରେ ଚୈତ୍ର ଯାତ୍ରା ମୁଣ୍ଡନ ବନ୍ଦ, ଦଣ୍ଡଯାତ୍ରା ଉପରେ ଲାଗିଲା ଅଙ୍କୁଶ

ବ୍ରହ୍ମପୁର: ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ମନ୍ଦିରରୁ ବିପୁଳ ପରିମାଣର ଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି। ମନ୍ଦିରରେ ପଶି ମାଆଙ୍କ ସୁନା, ରୁପା ଅଳଙ୍କାର ସମେତ ଟଙ୍କା ଲୁଟି ନେଇଛନ୍ତି ଦାନ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ଗତକାଲି ବିଳମ୍ବିତ ରାତିରେ ମାଙ୍କ ମନ୍ଦିରରେ କଳାକନା ବୁଲାଇଛନ୍ତି ଲୁଟେରା ସେମାନେ ପ୍ରାୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରି ଫେରାର ହୋଇ ଯାଇଛନ୍ତି 

ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି, ଗତକାଲି ମଧ୍ୟ ରାତ୍ରରେ ଦୁର୍ବୃତ୍ତମାନେ ମନ୍ଦିରର ଗ୍ରିଲ ଭାଙ୍ଗି ଭିତରେ ପଶିଥିଲେ ଏହାପରେ ସେମାନେ ମାଙ୍କ ରୂପା ମୁକୁଟ, ଛତ୍ରି, ସହ ବାହାର ହୁଣ୍ଡିରୁ ଲୁଟ କରିଥିଲେ ସେମାନେ ପ୍ରାୟ ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ଟଙ୍କା ନେଇ ଯାଇଥିବା ଜଣାଯାଇଛି

 ଖବର ପାଇ ଆଜି ସକାଳୁ ପୁରୁଷୋତ୍ତମପୁର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ତେବେ ମାଙ୍କ ମନ୍ଦିରରେ କିପରି ଲୁଟେରାମାନେ କଳାକନା ବୁଲାଇଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe