ମଠରୁ ଚୋରି ଉଦ୍ୟମ, ଖସିଗଲେ ୪ ଚୋର

Advertisment

ଭଦ୍ରକ ସହରରେ ଫେଲ ମାରିଲା ମନ୍ଦିରରୁ ଲୁଟ୍ ଉଦ୍ୟମ। ସହରାଞ୍ଚଳ ଥାନା ଅଧୀନ କ୍ଷମାସାଗର ମଠରୁ ଲୁଟ ଉଦ୍ୟମ ଫେଲ୍ । ଅନ୍ୟ ସ୍ଥାନରୁ ଲୁଟ ଟଙ୍କା ସହ କଟର ମେସିନ ଛାଡି ଫେରାର ମାରିଲେ ୪ ଚୋର ।

bhadrak police station

Chased 4 people on beach road Photograph: (X)

ଭଦ୍ରକ: ଭଦ୍ରକ ସହରରେ ଫେଲ ମାରିଲା ମନ୍ଦିରରୁ ଲୁଟ୍ ଉଦ୍ୟମ। ସହରାଞ୍ଚଳ ଥାନା ଅଧୀନ କ୍ଷମାସାଗର ମଠରୁ ଲୁଟ ଉଦ୍ୟମ ଫେଲ୍ । ଅନ୍ୟ ସ୍ଥାନରୁ ଲୁଟ ଟଙ୍କା ସହ କଟର ମେସିନ ଛାଡି ଫେରାର ମାରିଲେ ୪ ଚୋର । ହୁଣ୍ଡି ବାକ୍ସ ଲୁଟ ଉଦ୍ୟମ ବେଳେ ଗୋଡାଇଲେ ସ୍ଥାନୀୟ ଲୋକେ ।

ସ୍ଥାନୀୟ ଲୋକଙ୍କ ପାଇଁ ଲୁଟରୁ ବର୍ତ୍ତିଗଲା ଆଉ ଏକ ମଠ ମନ୍ଦିର। ଓଲଟା ଛାଡି ଦେଇ ଗଲେ ଅନ୍ୟ କେଉଁଠୁ ଲୁଟ କରି ଆଣିଥିବା ଟଙ୍କା। ଘଟଣା ଘଟିଛି ଭଦ୍ରକ ସହର ନରିପୁର ଅସ୍ଥଳ ସ୍ଥିତ କ୍ଷମାସାଗର ମଠ ମନ୍ଦିରରେ। ଗତକାଲି ବିଳମ୍ବିତ ରାତ୍ରିରେ କେତେକ ଚୋର ଦାନ ବାକ୍ସ ଉଠାଇ ନେବାକୁ ଚେଷ୍ଠା କରୁଥିଲେ। ମାତ୍ର ସ୍ଥାନୀୟ ଯୁବକ ଶବ୍ଦ ଶୁଣି ଧାଇଁ ଆସିବାରୁ ଚୋରମାନେ ଦୌଡ଼ି ପଳାଇଥିଲେ। ପୂର୍ବରୁ ବନ୍ଧ ରାସ୍ତାରେ ଦୁଇ ବାଇକରେ ଅପେକ୍ଷା କରିଥିବା ଦୁଇ ଯୁବକଙ୍କ ଗାଡ଼ିରେ ବସି ପଳାଇଥିଲେ ଚୋର। ସାଙ୍ଗରେ ଆଣିଥିବା କଟର, ଜୋତା ସହିତ କିଛି ଟଙ୍କା ମଧ୍ୟ ଛାଡି ପଳାଇଛନ୍ତି। ଛାଡି ଯାଇଥିବା ଟଙ୍କା ଅନ୍ୟ କେଉଁ ମନ୍ଦିରରୁ ଚୋରି କରି ଆଣିଥିବା ସନ୍ଦେହ କରାଯାଉଛି। ପରେ ଟାଉନ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହିତ ତଦନ୍ତ ଆରମ୍ଭ କରିଛି। ରବିବାର ରାତିରେ ମଧ୍ୟ ନିକଟସ୍ଥ ଜାଡ଼ି ବାସୁଳି ମନ୍ଦିରରେ ଚୋରି ହୋଇଥିଲା। ଟାଉନ ଥାନାଠାରୁ ମାତ୍ର ୫୦୦ ମିଟର ଦୂରରେ ଅବସ୍ଥିତ ଏହି ମଠରୁ ଚୋରି ପୁଲିସର ପାରିବାପଣିଆ ପ୍ରତି ପ୍ରଶ୍ନ ଉଠାଇଛି। ଥାନା ନିକଟରୁ ଅଳ୍ପ ଦୂରରେ ଥିବା ଏହି ମଠରୁ ଚୋରି ଉଦ୍ୟମ ହେଉଥିବା ବେଳେ ଅନ୍ୟ ସବୁ ସ୍ଥାନରେ କେତେ ସୁରକ୍ଷିତ ଲୋକେ ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe