ସୁନା ବ୍ୟବସାୟୀଙ୍କୁ ମାଡ଼ ମାରି ଗହଣା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ

କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନରଣପୁରଠାରେ ସାହୁ ଜୁଏଲାରୀ ଓ୍ବର୍କସପ୍‌ ମାଲିକ ଦୀପକ ସାହୁଙ୍କୁ ମାଡ଼ ମାରି ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନାରୁପା ଲୁଟି ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ।

ୂର

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନରଣପୁରଠାରେ ସାହୁ ଜୁଏଲାରୀ ଓ୍ବର୍କସପ୍‌ ମାଲିକ ଦୀପକ ସାହୁଙ୍କୁ ମାଡ଼ ମାରି ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନାରୁପା ଲୁଟି ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ।

ରବିବାର ସନ୍ଧ୍ୟାରେ ସେ ଦୋକାନ ବନ୍ଦ କରି ନିଜ ମୋଟର ସାଇକେଲରେ ସୁନା ଓ ରୁପା ଗହଣା ବ୍ୟାଗ୍‌ ଧରି ଘରକୁ ଫେରୁଥିବା ସମୟରେ ଘର ନିକଟରେ ୨ଟି ମୋଟର ସାଇକେଲରେ ୫ ଜଣ ଦୁର୍ବୃତ୍ତ ପିଛା କରିଥିଲେ। ସେ ଖସି ପଳାଇବାକୁ ଉଦ୍ୟମ କରିବାରୁ ଗାଡ଼ି ସହ ପଡ଼ି ଯାଇଥିଲେ। ସେମାନେ ଆସି ତାଙ୍କ ମୁଣ୍ଡକୁ ଓ ହାତକୁ ବାଡ଼ିରେ ଆକ୍ରମଣ କରି ତାଙ୍କ ମୋଟରସାଇକେଲ ଡିକିରୁ ସୁନା ରୂପା ଭର୍ତ୍ତି ବ୍ୟାଗ୍‌ ନେଇ ଆଖି ପିଛୁଳାକେ ପଳାଇ ଯାଇଥିଲେ।

ଦୀପକଙ୍କ କହିବାନୁଯାୟୀ, ରବିବାର ସନ୍ଧ୍ୟାରେ ସେ ଦୋକାନ ବନ୍ଦ କରି ନିଜ ମୋଟର ସାଇକେଲରେ ସୁନା ଓ ରୁପା ଗହଣା ବ୍ୟାଗ୍‌ ଧରି ଘରକୁ ଫେରୁଥିବା ସମୟରେ ଘର ନିକଟରେ ୨ଟି ମୋଟର ସାଇକେଲରେ ୫ ଜଣ ଦୁର୍ବୃତ୍ତ ପିଛା କରିଥିଲେ। ସେ ଖସି ପଳାଇବାକୁ ଉଦ୍ୟମ କରିବାରୁ ଗାଡ଼ି ସହ ପଡ଼ି ଯାଇଥିଲେ। ସେମାନେ ଆସି ତାଙ୍କ ମୁଣ୍ଡକୁ ଓ ହାତକୁ ବାଡ଼ିରେ ଆକ୍ରମଣ କରି ତାଙ୍କ ମୋଟରସାଇକେଲ ଡିକିରୁ ସୁନା ରୂପା ଭର୍ତ୍ତି ବ୍ୟାଗ୍‌ ନେଇ ଆଖି ପିଛୁଳାକେ ପଳାଇ ଯାଇଥିଲେ।

 ଖବର ପାଇ ଟାଉନ ପୁଲିସ ପହଞ୍ଚି ଘଟଣାର ଅନୁଧ୍ୟାନ ଆରମ୍ଭ କରିଛି। ପାଖରେ ଥିବା ତାରିଣୀ ଗେଷ୍ଟ ହାଉସ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍‌ ସଂଗ୍ରହ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe