ଗହଣା ଦୋକାନରୁ ୧ କିଗ୍ରା ରୁପା ଅଳଙ୍କାର ଓ ନଗଦ ୩୦ ହଜାର ଟଙ୍କା ଚୋରି

Advertisment

ଜଳେଶ୍ୱର ଥାନା ଗୋପିମୋହନପୁର ପଞ୍ଚାୟତ ଛମୌଜ ରାଣୀ ବଜାରରେ ଥିବା କାମିଳା ଅଳଙ୍କାର ଦୋକାନର ତାଲା ଭାଙ୍ଗି  ରାତିରେ ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଯାଇଛି।

ଜଳେଶ୍ୱର ଥାନା ଗୋପିମୋହନପୁର ପଞ୍ଚାୟତ ଛମୌଜ ରାଣୀ ବଜାରରେ ଥିବା କାମିଳା ଅଳଙ୍କାର ଦୋକାନର ତାଲା ଭାଙ୍ଗି  ରାତିରେ ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଯାଇଛି।

bhj

ଜଳେଶ୍ୱର: ଜଳେଶ୍ୱର ଥାନା ଗୋପିମୋହନପୁର ପଞ୍ଚାୟତ ଛମୌଜ ରାଣୀ ବଜାରରେ ଥିବା କାମିଳା ଅଳଙ୍କାର ଦୋକାନର ତାଲା ଭାଙ୍ଗି  ରାତିରେ ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଯାଇଛି। ଏନେଇ ଦୋକାନର ମାଲିକ ଚୋରମରା ଗ୍ରାମର ମନତୋଷ କାମିଳା ଜଳେଶ୍ଵର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ଜଳେଶ୍ୱର ଥାନାରେ ୧୦୬ ନମ୍ବରର ଏକ ମାମଲା ରୁଜୁ ହୋଇଛି। ଜଳେଶ୍ୱର ଏସଡିପିଓ ଦିଲ୍ଲୀପ କୁମାର ସାହୁ ଓ ଜଳେଶ୍ୱର ଥାନା ଏଏସଆଇ ଏଏସଆଇ ନୀଳକଣ୍ଠ ପୃଷ୍ଟି  ପ୍ରମୁଖ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ସେହିପରି ବାଲେଶ୍ଵରରୁ ସନ୍ଧାନୀ କୁକୁର ସହ ଏକ ୩ ଜଣିଆ ସାଇଣ୍ଟିଫିକ ଟିମ ମଧ୍ୟ ସେଠାରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। କିଛି ବର୍ଷ ତଳେ ଏହି ଦୋକାନରୁ ଅନୁରୂପ ଭାବେ ଚୋରି ହୋଇଥିଲା।

ବିବରଣୀରୁ ପ୍ରକାଶ ଯେ ରାତି ସାଢେ ୮ ଟା ସମୟରେ ମନତୋଷ ନିଜ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ। ସକାଳ ସାତଟା ସମୟରେ ପାଖ ଏକ ଦୋକାନୀ ମନତୋଷଙ୍କୁ ଫୋନରେ ଜଣାଇଲେ ତାଙ୍କ ଦୋକାନ ତାଲା ଭଙ୍ଗା ଯାଇଛି। ମନତୋଷ ଅବିଳମ୍ବେ ଦୋକାନରେ ପହଞ୍ଚି ଦେଖିବାକୁ ପାଇଲେ ଦୋକାନର ୫ଟି ତାଲା ଭଙ୍ଗା ଯାଇଛି। ଆଉ ଦୁର୍ବୃତ୍ତମାନେ ସୋକେଶ ଭିତରେ ଥିବା ପାଖାପାଖି ଏକ କିଗ୍ରା ଓଜନର ରୁପା ଅଳଙ୍କାର ଯାହାର ଆନୁମାନିକ ମୂଲ୍ୟ ୭୦ ହଜାର ଟଙ୍କା ଓ କ୍ୟାସ ବାକ୍ସ ଭିତରେ ଥିବା ନଗଦ ୩୦ ହଜାର ଟଙ୍କା ଚୋରି କରି ନେଇଛନ୍ତି।

ସବୁଠାରୁ ବଡ଼କଥା ହେଉଛି ଦୋକାନର ଛପର ଆଜବେଷ୍ଟସ ଥିବାରୁ ଦୁର୍ବୃତ୍ତମାନେ ପ୍ରଥମେ ଆଜବେଷ୍ଟସ ଭାଙ୍ଗି ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ମନତୋଷ ଆଜବେଷ୍ଟସ ତଳେ ଲୁହା ଜାଲ ଓ ପ୍ଲାଇଉଡ ଲଗାଇ ଥିବାରୁ ସ‌େମାନେ ଭିତରକୁ ପ୍ରବେଶ କରି ପାରିନଥିଲେ। ଫଳରେ ପୁଣି ସାମ୍ନାରେ ଥିବା ତାଲା ଭାଙ୍ଗି ପ୍ରବେଶ କରିଥିଲେ। ଦୋକାନରେ ସିସିଟିଭି ଲାଗିଥିଲେ ମଧ୍ୟ ଚୋରି ପୂର୍ବରୁ ଦୁର୍ବୃତ୍ତମାନେ ଏହାର ତାରକୁ କାଟି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe